ହେଡଲାଇନସ୍:

ବୁଦ୍ଧ ସାମାଜିକ ପରିବର୍ତ୍ତନ ସଂଗଠନର ସାଧାରଣ ଅଧିବେଶନ,ସାମାଜିକ ପରିବର୍ତ୍ତନ ପାଇଁ ବକ୍ତା ଙ୍କ ଆହ୍ବାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁଚିଣ୍ଡା/ଅଜୟ ବାଘ : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ କବରିବାହାଲ ଠାରେ ନବ ଗଠିତ ବୁଦ୍ଧ ସାମାଜିକ ପରିବର୍ତ୍ତନ ସଂଗଠନ ର ପରିବର୍ଦ୍ଧିତ ଚତୁର୍ଥ ସାଧାରଣ ଅଧିବେଶନ ଓଡ଼ିଶା ଓବିସି ମଂଚର ମହାସଚିବ ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ଗୌତମ ବୁଦ୍ଧ ଙ୍କ ସମେତ ଆମ୍ବେଦକର ଓ ଆମ୍ବେଦକର ବାଦି ମହାପୁରୁଷ ଙ୍କ ତୈଳ ଚିତ୍ର ସମ୍ମୁଖରେ ଅତିଥି ଗଣ ଦୀପ ଦାନ କରି ଉଦ୍ଘାଟନ କରିଥିଲେ । ଏହି ଆଲୋଚନାଚକ୍ର ରେ ବିଶିଷ୍ଟ ଦଳିତ ସାମାଜିକ କର୍ମୀ ପବନ ଲୁହା, ବୁର୍ଲାର ସାମାଜିକ ଶ୍ରମିକ ନେତା ସନ୍ତୋଷ ଛୁରା, ଆଦିବାସୀ କଲ୍ୟାଣ ପରିଷଦ ର ଜିଲ୍ଲା ଉପସଭାପତି,ପୂର୍ବ ବ୍ଲକ ଅଧ୍ୟକ୍ଷ କରୁଣା କର କିସାନ, ଝାରସୁଗୁଡ଼ା ର ନାରୀନେତ୍ରୀ ଶ୍ରୀମତୀ ସୁରୁ ଦେହୁରିଆ,ଜୟ ନାରାୟଣ ସିଂ, ରୋହିଦାସ ସମାଜ ର ଯୁବନେତା ସରୋଜ ମେହେର,ଶିକ୍ଷକ ନେତା ସୁରମଣି ସୁନାନୀ, ଯୁବକବି ପପୁନ କୁମାର ରୋହିଦାସ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସାମାଜିକ ପରିବର୍ତ୍ତନ ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ । ଏହି ଅଧିବେଶନ ରେ ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲା ର ବିଭିନ୍ନ ଅଂଚଳରୁ ଆଦିବାସୀ ,ଦଳିତ ଓ ଅନ୍ୟାନ୍ୟ ଅନଗ୍ରସର ବର୍ଗର ସାମାଜିକ ନ୍ୟାୟ ପ୍ରେମୀ ସାମାଜିକ କର୍ମୀ ଗଣ ଶତାଧିକ ସଂଖ୍ୟାରେ ଯୋଗ ଦେଇଥିଲେ ।ଆଗାମୀ ମାସ ୯ ତାରିଖ ଦିନ କୁଚିଣ୍ଡା କାଂଶିରାମ ଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ଏକ ଆନ୍ତଃ ଜିଲ୍ଲା ସ୍ତରୀୟ ସମ୍ମିଳନୀ କରିବା ଓ ବାହାରକୁ ଥିବା ଓବିସି ରଥ ପରିକ୍ରମାକୁ ସଫଳ କରିବାକୁ ସ୍ଥିର କରାଯାଇଛି ।ଏହି କାର୍ଯ୍ୟକ୍ରମ ସମାଜସେବୀ ଶ୍ରଦ୍ଧକର ଜୟପୂରିଆ ପରିଚାଳନା କରିଥିବା ବେଳେ ଶେଷରେ କେଦାର ଲୁହା ଧନ୍ୟବାଦ୍ ଅର୍ପଣ କରିଥିଲେ ।

0
0
0
s2sdefault