ମୟୂରଭଞ୍ଜ ରୁ ଦିପୁ ମହାପାତ୍ର : ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଶରତପାଳ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗୃହ ବିଭାଗ ର ଅଧ୍ୟାପିକା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସୁଜାତା ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଦୀପ ପଜ୍ଜଳନ କରି ସାରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଛାତ୍ରଛାତ୍ରୀମାନେ ଏନ୍ ,ଏସ,ଏସ , ର ସଙ୍ଗୀତ ଗାନ କରି ଥିଲେ ।ପ୍ରଥମେ ସଭାପତି ଅଭିଭାଷଣ ଆରମ୍ଭ କରି ଛାତ୍ର ଛାତ୍ରି ମାନଙ୍କୁ ଜାତୀୟ ସେବା ଯୋଜନା ର ଲୋକାଭିମୁଖୀ କାର୍ଯ୍ୟ କ୍ରମ ଏବଂ ସମାଜ ପ୍ରତି ତା'ର ଉପାଦେୟତା ଜୀବନରେ ପ୍ରତେକ ମଣିଷ କିପରି ସଚେତନ ହେବ ସେ ବିଷୟରେ ଆଲୋକପାତ କରିଥିଲେ। କାର୍ଯ୍ୟ କାରି ଅଧିକାରୀ ଜାତୀୟ ସେବା ର ବିଭିନ୍ନ ପ୍ରକଳ୍ପ ସମ୍ବନ୍ଧରେ ସେଛାସେଵି ମାନଙ୍କୁ ବୁଝାଇ ଥିଲେ । ପରବର୍ତ୍ତୀ ସମୟରେ ସଭାପତିଙ୍କ ତତ୍ୱାଵଧାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇ ଥିଲା । ଛୁଟି ଦିନ ହୋଇ ଥିଲେ ସୁଦ୍ଧା ବହୁତ ଛାତ୍ର ଛାତ୍ରି ଅଂଶ ଗ୍ରହଣ କରି ସଭା କାର୍ଯ୍ୟ କୁ ସାଫଲ ମଣ୍ଡିତ କରିଥିଲେ। ପଦାର୍ଥ ବିଜ୍ଞାନର ଅଧ୍ୟାପକ ମାନସ କୁମାର ପତି କାର୍ଯ୍ୟକ୍ରମ ର ଆରମ୍ଭ ରୁ ଶେଷ ଯାଏ ସ୍ୱେଚ୍ଛାସେବୀ ମାନଙ୍କ ସହିତ ମିଶି କାର୍ଯ୍ୟକ୍ରମ ଟିକୁ ସଫଳ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥଲେ।
ରାଜ୍ୟ
ଶରତପାଳ ମହାବିଦ୍ୟାଳୟରେ NSS ଦିବସ ପାଳିତ
- Hits: 257








