ହେଡଲାଇନସ୍:

ଗାଇସିଲାଟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗାଇସିଲାଟ:- ଆଜି ବରଗଡ଼ ଜିଲ୍ଲାର ଗାଇସିଲାଟ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜି , ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଏ ମିନା, ପ୍ରକଳ୍ପ ନିର୍ଦ୍ଦେଶକ ଆଦିତ୍ଯ ଗୋୟଲ, ପଦ୍ମପୁର ଉପଜିଲ୍ଲାପାଳ ଆଲୋକ ପଟେଲ, ଗାଇସିଲାଟ ବିଡ଼ିଓ, ତହସିଲଦାର୍ ଓ ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇ ଜନସାଧାରଣଙ୍କ ସମସ୍ୟା ଶୁଣିଛନ୍ତି। ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗାଇସିଲେଟ ନୂତନ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହରେ ଏହି ଶୁଣାଣି ସବୁ ହୋଇଥିଲା। ଏଥିରେ ମୋଟ୍ ୭୫ ଟି ସମସ୍ୟାର ସମାଧାନ ପାଇଁ ଜନ ସାଧାରଣ ଆବେଦନ କରିଥିଲେ। ସେହିସବୁ ସମସ୍ୟାର ତୁରନ୍ତ ସମାଧାନ କରି ଲୋକଙ୍କୁ ଆବଶ୍ଯକୀୟ ସେବା ଯୋଗାଇବା ପାଇଁ ବରଗଡ଼ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଭିଯୋଗ ଶୁଣାଣିକୁ ଗାଇସିଲେଟ ବ୍ଲକର ଜନସାଧାରଣ ନିଜର ବିଭିନ୍ନ ଅଭିଯୋଗ ନେଇ ଆସିଥିଲେ। ଲୋକେ ଅନେକ କ୍ଷେତ୍ରରେ ଦୀର୍ଘଦିନ ଧରି ସମସ୍ଯା ସମାଧାନ ହୋଇନଥିବାର ଅଭିଯୋଗ ଆଣିବାରୁ ଜିଲ୍ଲାପାଳ ନିର୍ଦ୍ଦିଷ୍ଟ କିଛି ବିଭାଗୀୟ ଅଧିକାରୀଙ୍କ ଉପରେ ଭୀଷଣ ଭାବରେ ବିରକ୍ତ ହୋଇଥିଲେ ଓ ସେସବୁର ସମସ୍ଯାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଅନେକ ଅଭିଯୋଗର ତଦନ୍ତ ପାଇଁ ବିଡିଓ ଓ ତହସିଲଦାରଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ଯାଣକାରୀ ଯୋଜନାରେ ସାମିଲ ହେବାପାଇଁ ମଧ୍ଯ ଲୋକେ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ଆସିଥିଲେ। ଜିଲ୍ଲାପାଳ ଏହି ସମସ୍ତ ବିଭାଗ ପକ୍ଷରୁ ଯେପରି ସମସ୍ତ ନାଗରିକଙ୍କୁ ଉଚିତ ଭାବରେ ସରକାରୀ ସେବା ମାନ ଯୋଗାଇ ଦିଆଯିବ ସେଥିପ୍ରତି ଯତ୍ନବାନ ହେବାପାଇ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍ କରିଛନ୍ତି । ଶେଷରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ପ୍ରକଳ୍ପ ନିର୍ଦ୍ଦେଶକ ଓ ଉପଜିଲ୍ଲାପାଳ ଜନସାଧାରଣଙ୍କୁ ସାକ୍ଷାତ୍ କରି ଅନ୍ଯାନ୍ଯ ଆନୁସଙ୍ଗିକ ବ୍ଯବସ୍ଥା ସବୁ ବିଷୟରେ ପଚାରି ବୁଝିଛନ୍ତି ।

0
0
0
s2sdefault