ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ କୋତଲକଇଠା ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟ , ଜାଜପୁର ଠାରେ କୈଳାଶ ସତ୍ୟର୍ଥୀ ଚିଲଡ୍ରେନ ଫାଉଣ୍ଡାସନ ଓ ସିସିଡି ଆନୁକୁଲ୍ୟରେ ବାଲ୍ୟ ବିବାହ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି।
ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାତ୍ମିକ୍ କୁମାର ପଟ୍ଟନାୟକ ପ୍ରଦୀପ ପ୍ରଜ୍ଵଳିତ କରି ଶୁଭ ଆରମ୍ଭ କରିଥିବା ବେଳେ ବାଲ୍ୟ ବିବାହ ଜିଲ୍ଲା ସଂଯୋଜକ ବିଜୟ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର/ଛାତ୍ରୀ ମାନଙ୍କ ଜରିଆରେ ଜାଜପୁର ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ପରିଣତ କରିବା ପାଇଁ ବିଦ୍ୟାଳୟ ସ୍ତରରେ ଶପଥ ପାଠ କରିବା ସଙ୍ଗେ ସଙ୍ଗେ ଶିଶୁ ଅର୍ଥାତ୍ ୦-୧୮ ବର୍ଷ ଛାତ୍ରୀ ଓ ୦-୨୧ବର୍ଷ ଛାତ୍ର ମାନଙ୍କର ମୁଖ୍ୟ ଚାରୋଟି ଅଧିକାର ତଥା ବଞ୍ଚିବା, ସୁରକ୍ଷା,ବିକାଶ ଓ ସହ ଭାଗିତା ଅଧିକାର ଉପରେ ଆଲୋକପାତ କରିଥିଲେ। ବାଲ୍ୟ ବିବାହ ଦ୍ଵାରା ଝିଅ ଓ ପୁଅର ଶିକ୍ଷାର ଅଭାବ, ଆର୍ଥିକ ଅବସ୍ଥା, ପରିବାର ର ବୋଝ ଓ ତତ୍ ସାଙ୍ଗେ ସାଙ୍ଗେ ବାଲ୍ୟ ବିବାହ ଫଳରେ ସରକାରଙ୍କ ଦଣ୍ଡ ବ୍ୟବସ୍ଥା ଇତ୍ୟାଦି ଉପରେ ମଧ୍ୟ ସଚେତନତା ସୃଷ୍ଟି କରିଛନ୍ତି।
ବିଦ୍ୟାଳୟର ଅଷ୍ଟମ , ନବମ ଓ ଦଶମ ଶ୍ରେଣୀ ର ୧୨୦ ଜଣ ଛାତ୍ର/ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ଶିକ୍ଷୟତ୍ରୀ ନର୍ମଦା ଦେ଼ଇ , ଚପଳା ପାଣିଗ୍ରାହୀ , ଏମ୍ ପ୍ରିୟଙ୍କା ମଞ୍ଚସୀନ ଥିବାବେଳେ ଶିକ୍ଷୟତ୍ରୀ ବବିତା ପୁରହିତୋ ସ୍ଵାଗତ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ମୋହନ ବାରିକ , ଗୋଡ ଗୌରି , ଗୀତାଞ୍ଜଳି ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ରାଜ୍ୟ
ବାଲ୍ୟ ବିବାହ ମୁକ୍ତ ସଚେତନତା
- Hits: 207








