ହେଡଲାଇନସ୍:

ସୁବର୍ଣ୍ଣପୂର “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୂର /ଭୁବନେଶ୍ବର, ୨୪।୦୯- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଦିନିକିଆ ସୁବର୍ଣ୍ଣପୂର ଗସ୍ତ ଅବସରରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦୫ ତମ “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସମାଜ ପାଇଁ ବଳିଷ୍ଠ ଅବଦାନ ଥିବା ବ୍ୟକ୍ତିବେଶଷ ବାନ୍ଧକଳା ପାଇଁ ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ଶ୍ରୀ ପ୍ରହଲ୍ଲାଦ ମେହର, ଶିକ୍ଷାବିତ ସନ୍ତୋଷ ମହାପାତ୍ର, ପୂର୍ବତନ ଯବାନ କୃଷ୍ଣ ସିନ୍ଦିରିଆ, କୃଷକ ଦେବଦତ୍ତ ମହାପାତ୍ର ଏବଂ ପୂର୍ବତନ ବିନିକା ବିଧାୟକ ପଞ୍ଚାନନ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗୀର ସାଂସଦ ଶ୍ରୀମତି ସଙ୍ଗିତା ସିଂହ ଦେଓ, ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ଓ ବରିଷ୍ଠ ପଦାଧିକାରୀ ପ୍ରମୁଖ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ “ମନ୍‌ କି ବାତ୍‌” ଶୁଣିଥିଲେ।

ସୂଚନାଯୋଗ୍ୟ, ସୁବର୍ଣ୍ଣପୂର ସହରରେ ପହଞ୍ଚିବା ପରେ ଶ୍ରୀଯୁକ୍ତ ପଣ୍ଡାଙ୍କୁ ଜିଲ୍ଲାର ପଦାଧୀକାରୀ ମାନେ ସ୍ବାଗତ କରିବା ପରେ ଏକ ରାଲିରେ ଜିଲ୍ଲା ଦଳୀୟ ମୁଖ୍ୟ କାର୍ଯ୍ୟାଳୟକୁ ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ଯୋଗଦେବା ପରେ ଶ୍ରୀ ପଣ୍ଡା ଭୁବନେଶ୍ବର ଫେରି ଯାଇଥିଲେ।

0
0
0
s2sdefault