ହେଡଲାଇନସ୍:

ଓଡିଶା ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଜିଲ୍ଲା ଶାଖାର ସପ୍ତମ ବାର୍ଷିକ ଉତ୍ସବ ପାଳିତ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ସ୍ଥାନୀୟ ହୋଟେଲ ତେଜସ୍ୱୀର ସମ୍ମିଳନୀ କକ୍ଷରେ ଓଡିଶା ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଜିଲ୍ଲା ଶାଖାର ସପ୍ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ଓଡିଶା ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଜିଲ୍ଲା ଶାଖାର ସଭାପତି ଶ୍ରୀ ସରୋଜ କୁମାର ସାହୁଙ୍କ ସଭାପତିତ୍ୱରେ ମୂଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ରାୟଗଡା ଶ୍ରୀ ରମେଶ୍ୱର ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ପ୍ରସନ୍ନ କୁମାର ଗନ୍ତାୟତ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଓ ଅନ୍ୟତମ ସମ୍ମାନୀତ ଅଧିକାରୀ ଭାବେ ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ପ୍ରଦୀପ କୁମାର ଦାଶ ମଞ୍ଚାସୀନ ଥିଲେ l ଏହି ଅବସରରେ ସମ୍ବାଦ ଓ ସାମ୍ବାଦିକତା ଗଣତାନ୍ତ୍ରକୁ ସୁଦୃଢ କରାଇବାରେ ତଥା ସମାଜରୁ ଦୁର୍ନୀତି ଓ ଭ୍ରଷ୍ଟାଚାର ମୂଳଉତ୍ପାଟନ କରିବା ଦିଗରେ ଗଣମାଧ୍ୟମର ଭୂମିକା ଏବଂ ସାମ୍ବାଦିକର ଭୂମିକା ଓ କର୍ତ୍ତବ୍ୟ ନିଷ୍ଠା ଉପରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ଗ୍ରାମାଞ୍ଚଳରେ ରହିଥିବା ମୂଖ୍ୟ ସମସ୍ୟା ଉପରେ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ୟାର ସମାଧାନ ଦିଗରେ ଉଦ୍ୟମ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ l ଏହା ସହ ରାଜ୍ୟ ତଥା ଜିଲ୍ଲାର ବିକାଶ କରିବା ଦିଗରେ ଗଣମାଧ୍ୟମର ଭୂମିକା କିପରି ଭାବେ ନିର୍ବାହ କରିବେ ସେ ନେଇ ସମସ୍ତ ନିମନ୍ତ୍ରିତ ଅତିଥି ନିଜର ମତ ପୋଷଣ କରିଥିଲେ l ସମସ୍ତ ପ୍ରତିକୂଳ ପରିସ୍ଥିତିରେ ସାମ୍ବାଦିକ ମାନେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ପରିପ୍ରେକ୍ଷୀରେ ସେମାନଙ୍କର ସୁରକ୍ଷା ଏକାନ୍ତ ଅପରିହାର୍ଯ୍ୟ ହୋଇ ପଡ଼ିଥିବା ବେଳେ ରାଜ୍ୟ ସରକାର ସେଥିପ୍ରତି ଦୃଷ୍ଟି ଦେବାକୁ ଆବଶ୍ୟକତା ରହିଥିବା ମଞ୍ଚସୀନ ସମସ୍ତ ଅତିଥି ଗରୁତ୍ୱାରୋପ କରିଥିଲେ l ଓଡିଶା ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଜିଲ୍ଲା ଶାଖାର ସପ୍ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ପ୍ରଥମେ ମଞ୍ଚସୀନ ଅତିଥି ମାନେ ଜଗତର ନାଥ ଜଗନ୍ନାଥ ଓ ମା ମଝି ଘାରିଆଣିଙ୍କ ଫୋଟୋରେ ପ୍ରଦ୍ବୀପ ପ୍ରଜ୍ବଳନ କରିଥିଲେ l ଏହାପରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା l

ଓଡିଶା ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଜିଲ୍ଲା ଶାଖାର ସମ୍ପାଦକ ଶ୍ରୀ ମନୋଜ କୁମାର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ଏହିଅବସରରେ ସମାଜସେବୀ ଶ୍ରୀମତୀ ସ୍ରମିତା ପାଢ଼ୀ, ସମାଜସେବୀ ଶ୍ରୀ ଦୟାନିଧି ବାରିକ, ବନପାଳ ଶ୍ରୀ ଡମ୍ବୁରୁଧର ନାୟକ, ବନପାଳ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାତ୍ର, ଶକ୍ତି ବରିଷ୍ଠ ନାଗରିକ ଗୃହର କାଉନସିଲର ଶ୍ରୀ ଗୁଣନିଧି ବାଉରୀ, ଗୃହରକ୍ଷୀ ଶ୍ରୀ ଅଶୋକ କୁମାର ପାଢ଼ୀ, ସହାୟକ ନାଜିର ଜିଲ୍ଲାପାଳ କାର୍ଯ୍ୟାଳୟ ରାୟଗଡା ଶ୍ରୀ ରାମକୃଷ୍ଣ ସାହୁ ଓ ଅଧ୍ୟାପିକା ତଥା ଔପନ୍ୟାସିକା ଶ୍ରୀମତୀ ରାଜଲକ୍ଷ୍ମୀ ଦେବୀଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ "ପ୍ରତିଭା ସମ୍ମାନ 2023" ସମ୍ମାନରେ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା l ଉକ୍ତ ବାର୍ଷିକ ଉତ୍ସବକୁ ଶ୍ରୀ ପ୍ରଦୀପ କୁମାର ନାୟକ ପରିଚାଳନା କରିଥିବା ବେଳେ ଓଡିଶା ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଜିଲ୍ଲା ଶାଖାର ଉପଦେଷ୍ଟା ଶ୍ରୀ ଦୟାନନ୍ଦ ଖାଡାଙ୍ଗା, ସହ ସମ୍ପାଦକ ଦୀପକ ପଣ୍ଡା, ଶ୍ରୀନିବାସ ବାଲିଆର ସିଂ, ବୈକୁଣ୍ଠନାଥ ଦୁରିଆ, ସନ୍ତୋଷ କୁମାର ଲମତା, ପ୍ରଦୀପ ଦଳେଇ ଓ ମଣ୍ଟୁ ଦଣ୍ଡସେନା ପ୍ରମୁଖ ସହଯୋଗ କରିଥିଲେ l

0
0
0
s2sdefault