(ନିଶ୍ଚିନ୍ତକୋଇଲି-ଶାସକପ୍ରଶାସକ): ସାଲେପୁର ଥାନା ଅନର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଜିଗିନପୁର ପଂଚାୟତ ମାତ୍ କତପୁର ଗ୍ରାମର କାଠ ଓ ରଡ଼ ସିମେଣ୍ଟ ଗୋଡି ବ୍ୟବସାୟି ଦୋଳଗୋବିନ୍ଦ ଦାସ 59 ବର୍ଷ ଙ୍କ ମୃତ ଦେହ ଜହ୍ନିଆ ରାମକୃଷ୍ଣପୁର କେନାଲ ବଳ ସାହି ନିକଟରୁ ଉଦ୍ଧାର କରାଯାଇଛି।ସ୍ଥାନୀୟ ଲୋକ ପୋଲିସ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ।ସାଲେପୁର ପୋଲିସ ଖବର ପାଇ ଶବ କୁ ଜବତ କରି ନିଶ୍ଚିନ୍ତକୋଇଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ତଦନ୍ତ ଜାରି ରଖିଛି।ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଶନିବାର ରାତ୍ରି ରେ ଘରୁ ଖାଇ ପିଇ ଦୋଳଗୋବିନ୍ଦ ତାଙ୍କ ବ୍ୟବସାୟୀ ପ୍ରତିଷ୍ଠାନ ଜହ୍ନିଆ ଠାରେ ଶୋଇଥିଲେ।ସକାଳେ ତାଙ୍କର ମୃତ ଦେହ କେନାଲ ରେ ଭାସି ଭାସି ଯାଉଥିବା ଲୋକ ମାନେ ଦେଖି ପରିବାର ସହ ପୋଲିସ କୁ ମଧ୍ୟ ଖବର ଦେଇଥିଲେ।ପରିବାର ଲୋକମାନେ ଶବ କୁ ଉଦ୍ଧାର କରି ପୋଲିସ କୁ ଖବର ଜଣାଇଥିଲେ।ଉଦ୍ଧାର ପରେ ମୃତ ଶରୀର ର ପାଟି ନାକ କାନ ଓ ମୁଣ୍ଡ ପଛପଟେ କଟା କ୍ଷତ ରହିଥିବା ବେଳେ ତାଙ୍କ ପାଟି ନାକ ରୁ ପ୍ରବଳ ରକ୍ତଶ୍ରାବ ହୋଇଥିବାର ଦେଖିବାକୁ ମିଳିଥିଲା।ଏଭଳି ସ୍ଥିତି ରେ ପରିବାର ଲୋକ ଅଭିଯୋଗ ମୁତାବକ ବ୍ୟବସାୟୀଙ୍କୁ କେହି ଯୋଜନାବଧ ଭାବେ ହତ୍ୟା କରିଛନ୍ତି l ଏହାର ତଦନ୍ତ କରାଯାଇ ଦୋଷୀ କୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ଦାବି ହୋଇଛି l









