paralakhemundi/ balakrishna panigrahi : ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା ସ୍ତରୀୟ ବୟଜ୍ୟେଷ୍ଠ ବ୍ୟକ୍ତିଙ୍କ ଦିବସ କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ କାର୍ଯ୍ୟସବୁ ଅନୁଷ୍ଠିତ ହୋଇଯାଇଥିଲା । ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳନା ଡି.ପି.ଏମ୍ ସନ୍ୟାରାଣୀ ଗୌଡଙ୍କ ସଭାପତିତ୍ୱରେ ଏ.ଡି.ଏମ.ଓ ଡଃ ପ୍ରଦୀପ କୁମାର ପାଢୀ ପୂର୍ବତନ ସି.ଡି.ଏମ.ଓ ଡଃ ଶରତ ଚନ୍ଦ୍ର ମହାପାତ୍ର , ଏଡିଏମଓ ଡଃ. ଛନ୍ଦା କାନୁନୁଗୋ ଏବଂ ଡଃ. ପ୍ରଦୀପ କୁମାର ପାତ୍ର ଯୋଗଦେଇ ୬୦ ବୟସ ହେବା ପରେ ସ୍ୱାସ୍ଥ୍ୟର ଅବନତି କିପରି ହୋଇଥାଏ, ମାନସିକ ସ୍ତରରେ ଏବଂ ସ୍ୱାସ୍ଥ୍ୟର ଯତ୍ନ କିପରି ନେବାକୁ ହେବ ଓ ନୀତିଦିନିଆ ଜୀବନଶୈଳୀ କିପରି ହେବା ଦରକାର ସେ ସମ୍ପର୍କରେ ବୁଝାଇଥିଲେ । ଡି.ପି.ଏମ ସନ୍ୟାରାଣୀ ଗୌଡ ସଭାପତିତ୍ୱ କରି ବୟସ ବୃଦ୍ଧି ହେଲେ କେଉଁ ସବୁ ରୋଗ ହୋଇଥାଏ କହି ବ୍ୟୟଜ୍ୟେଷ୍ଠ ବ୍ୟକ୍ତି ମାନେ ନିୟମିତ ଭାବେ ତଥା ସାମୟିକ ଭାବେ ସ୍ୱାସ୍ଥ୍ୟ ପରିକ୍ଷା କରି ମାନସିକ ଓ ଶାରିରିକ ସ୍ତରରେ ସୁସ୍ଥ ଜୀବନଯାପନ କରିବା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ । ପ୍ରୋଜେକ୍ଟ ଚିତ୍ର ମାଧ୍ୟମରେ ବହୁ ତଥ୍ୟ ପ୍ରଦାନ କରାଯାଇଥିଲା ଏହି ଅବସରରେ ମହିଳା ମହାବିଦ୍ୟାଳୟର ଛାତ୍ରୀ ଓ ଏନ ସି ସି କେଡେଡ ମାନଙ୍କ ଏକ ବିରାଟ ସଚେତନତା ଶୋଭାଯାତ୍ରା ବାହାରି ବିଭିନ୍ନ ସଚେତନତାମୂଳକ ପ୍ଲାକାର୍ଡ ଧରି ଜନ ସଚେତନ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଜନସଚେତନତା କରାଇଥିଲେ । ଏଥି ସହିତ ଏକ ସଚେତନତାମୂଳକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ସହ ବ୍ୟୟଜ୍ୟେଷ୍ଟ ବ୍ୟକ୍ତିମାନଙ୍କ ଏକ ସ୍ୱାସ୍ଥ୍ୟ ଚିକିତ୍ସା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁୁ ସଂଖ୍ୟାରେ ବ୍ୟୟଜ୍ୟେଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ମାଗଣାରେ ସ୍ୱାସ୍ଥ୍ୟ ପରିକ୍ଷାରେ ରକ୍ତଚାପ, ସୁଗେର ଓ ଅନ୍ୟାନ୍ୟ ପରିକ୍ଷା ଚିକିତ୍ସା କରାଇଥିଲେ ।
ରାଜ୍ୟ
ଆନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ଦିବସ ପାଳନ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ
- Hits: 453