ଜଗତସିଂହପୁର/ସୁମନ୍ତ ଦାସ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହଠାରେ ଜିଲ୍ଲାପ୍ରଶାସନ ଓ ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟାୱାରୀ କହିଲେ ସେପ୍ଟେମ୍ବର ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଅଙ୍ଗନବାଡି ସେକ୍ଟର ବ୍ଲକ ଓ ଜିଲ୍ଲାସ୍ତରରେ ପୋଷଣ ମାସ ପାଳନ କରାଯାଇଛି l ପୃଷ୍ଟି ଉପରେ ସଚେତନତା ସୃଷ୍ଟି କରିବା ଏହାର ମୁଖ୍ୟ ଉର୍ଦ୍ଧେଶ୍ୟ l ପ୍ରତ୍ୟେକ ମାସରେ ସମ୍ୱନ୍ୱିତ ଶିଶୁ ବିକାଶ ବୈଠକରେ ପୋଷଣ ଉପରେ ସମୀକ୍ଷା କରାଯାଉଛି l ଖାଦ୍ୟ ଥାଳିରେ ପ୍ରତ୍ୟେକ ଦିନ ବିଭିନ୍ନ ଖାଦ୍ୟ ପୋଷଣଯୁକ୍ତ ହେବା ଦରକାର ଯେପରିକି ଖାଦ୍ୟରେ ପ୍ରୋଟିନ, କାର୍ବୋହାଇଡ୍ରେଡ୍,କ୍ୟାଲସିୟମ, ଆଇରନ, ଫାଇବର, ଖଣିଜ ଲବଣ ଭାବେ ସନ୍ତୁଳିତ ଆହାର ରହିବା ଆବଶ୍ୟକ l ଅଙ୍ଗନବାଡି ସ୍ତରରେ ପ୍ରତ୍ୟେକ ପ୍ରାକ୍ ବିଦ୍ୟାଳୟର ଶିଶୁମାନଙ୍କୁ କିଭଳି ଭାବରେ ସୁପୋଷିତ ଖାଦ୍ୟ ମିଳିପାରିବ l ଏଥିପ୍ରତି ଗୁରୁତ୍ୱାରୋପ କରିଥିଲେ ଏବଂ ମା'ମାନଙ୍କର ଭୂମିକା ସମାଜକୁ କୁପୋଷଣ ମୁକ୍ତ କରିବା ଆବଶ୍ୟକ l
ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜିଲ୍ଲାପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ କହିଲେ ଅଙ୍ଗନବାଡି ସ୍ତରରେ ଗର୍ଭବତୀ ଓ ପ୍ରସୂତି ମା'ମାନଙ୍କୁ ମିଳୁଥିବା ଛତୁଆରେ ମାଣ୍ଡିଆ ଜାତୀୟ ଖାଦ୍ୟ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଥିଲେ ଯାହାକି ମା ଓ ଶିଶୁର ରକ୍ତହୀନତା ଦୂର କରିବାରେ ବିଶେଷ ସହାୟକ ହୋଇପାରିବ l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ ଯୋଗଦେଇ ଆୟୁଷ ପଦ୍ଧତିରେ ଜୀବନଶୈଳୀ ନିର୍ବାହ କରିବା l ପ୍ରତ୍ୟେକଦିନ ଯୋଗର ଆବଶ୍ୟକତା, ୬ ମାସ ପର୍ଯ୍ୟନ୍ତ ଜନ୍ମିତ ଶିଶୁକୁ କେବଳ ସ୍ଥନ୍ୟପାନ ଏବଂ ଗର୍ଭବତୀ, ପ୍ରସୂତି କିଶୋରୀ ବାଳିକା ମାନଙ୍କର ରକ୍ତହୀନତା ଦୂର କରିବା ଉପରେ ଆଲୋକପାତ କରିଥିଲେ l








