ହେଡଲାଇନସ୍:

ମହିଳାଙ୍କୁ ଅସଦାଚରଣ ଓ ହତ୍ୟା ଧମକ ଅଭିଯୋଗରେ ଯୁବକଙ୍କୁ ଗିରଫ କଲା ବାଲୁଗାଁ ପୋଲିସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲୁଗାଁ/ଖୋର୍ଦ୍ଧା:-(ସେକ୍ କୌସର) ବାଲୁଗାଁ ଥାନା ଅନ୍ତର୍ଗତ ଧୂଆଁଳ ଗ୍ରାମର ଜଣେ ମହିଳାଙ୍କୁ ଅସଦାଚରଣ ଓ ହତ୍ୟା ଧମକ ଅଭିଯୋଗରେ ଯୁବକଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ବାଲୁଗାଁ ମୁସଲିମ ସାହିର ନାଜିର ଖାନଙ୍କ ପୁତ୍ର ପାପା ଓରଫ ସାଜିଦ ଖାନ,ପୋଲିସ ସୂଚନା ମୁତାବକ ଧୂଆଁଳ ଗ୍ରାମର କୁଳମଣି ମହାପାତ୍ରଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ର ଗତକାଲି ରାତିରେ ଗ୍ରାମ ରାସ୍ତାରେ ଯାଉଥିବା ବେଳେ ଅଭିଯୁକ୍ତ ପାପା ତାଙ୍କୁ ଅସଦାଚରଣ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ତେବେ ଏଥିରେ ଭୟଭୀତ ନହୋଇ ଲକ୍ଷ୍ମୀପ୍ରିୟା ବାଲୁଗାଁ ଥାନାରେ ପାପାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା ସଙ୍ଗେସଙ୍ଗେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ପାପା ଓରଫ ସାଜିଦ ଖାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି।

0
0
0
s2sdefault