ପଦ୍ମପୁର/ଶିବାଶିଷ ପଟ୍ଟନାୟକ : ଗୁରୁବାର ଦିନ ସନ୍ଧ୍ୟା ୫ ଘଣ୍ଟା ସମୟରେ ସ୍ଥାନୀୟ ଆରବି ହାଇସ୍କୁଲ ପ୍ରାଙ୍ଗଣ ରେ ଥିବା ଗଙ୍ଗାଧର ମଣ୍ଡପ ଠାରେ ପଦ୍ମପୁର ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏବିସିଡି ଦ୍ୱାରା ଆୟୋଜିତ ବୋଡ଼ାସମ୍ବର ନୂଆଁଖାଇ ଭେଟଘାଟ ରୌପ୍ୟଜୟନ୍ତୀ ର ଅନ୍ତିମ ଦିବସରେ ଅନୁଷ୍ଠାନ ର ଉପଦେଷ୍ଟା ନାଟ୍ୟକାର ଶ୍ରୀଯୁକ୍ତ କେଶରଞ୍ଜନ ପଧାନ ଓ ଉପଦେଷ୍ଟା ନାଟ୍ୟକାର ଶ୍ରୀଯୁକ୍ତ ଅଶୋକ ବହିଦାର ଙ୍କ ଦ୍ୱାରା ମାଁ ସମଲେଇ ଙ୍କ ପୂଜା କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା lଆଜିର ସନ୍ଧ୍ୟା ରେ କନକଦୁର୍ଗା ପାଇକ ଆଖଡ଼ା ସଂଘ ରୋଡ଼ ସୋ କରି ତାଙ୍କର କଳା ପ୍ରଦର୍ଶନ କରି ମଣ୍ଡପ ପାଖକୁ ଆସିଥିଲେ l ପରେ ସଂଗୀତ ଗୁରୁ ଶ୍ରୀ ସୁରେନ୍ଦ୍ର ସାହୁଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ,ପୂଜା ପୂର୍ବି ବହିଦାର ଙ୍କ ଛୋଟ ଛୋଟ ଶିଶୁ ଙ୍କୁ ନେଇ ସମ୍ବଲପୁରୀ ନୃତ୍ୟ,ନନୀରୁ ଭୂଆସେନ ନୃତ୍ୟ,ଯୁବଲି ପଣ୍ଡା ଓ ସାଥି ଙ୍କ ସମ୍ବଲପୁରୀ ନୃତ୍ୟ ,ଏଲିନା ପଣ୍ଡା ବାଲେଶ୍ୱର ଓଡିଶୀ ଗ୍ରୁପ ର ପ୍ରଦର୍ଶନ,ଆଭରାଣୀ ସାହୁ ର ସମ୍ବଲପୁରୀ ନୃତ୍ୟ ,ଚାଷୀ ସମ୍ବର୍ଦ୍ଧନା ସମସ୍ତ କାର୍ଯ୍ୟକ୍ରମକୁ ଦର୍ଶକ ଉପଭୋଗ କରିଥିଲେ l
ପୂବର୍ତନ ବିଧାୟକ ପ୍ରଦୀପ ପୁରୋହିତ ସମସ୍ତଙ୍କୁ ଜୁହାର ଭେଟ ଜଣାଇ ଆଭରଣୀ ସାହୁ ଓ ସଂଗୀତ ପ୍ରତିଯୋଗିତା ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ମିନା ବାଗ କୁ ସାର୍ଟିଫିକେଟ ପ୍ରଦାନ କରିଥଲେ l ଆଜିର ଏହି କାର୍ଯ୍ୟକ୍ରମକୁ ଅଞ୍ଜନ ପଧାନ ଓ ସୋନାଲିକା ଶବର ପରିଚାଲନା କରିଥିବା ବେଳେ ଅନିଲ ବେହରା,ରଘୁନାଥ ପୁରୀ,ସୁରେଶ ମିଶ୍ର,ସମ୍ପଦ ସାହୁ,ପ୍ରତାପ ନାଥ,ସରୋଜ ଯୋଶୀ,ସୁଶାନ୍ତ ସରାଫ,ସରୋଜ ଦାନୀ, ଅମୀୟ ପୁରୋହିତ, ଇନ୍ଦ୍ରମଣି ପୁରୋହିତ , ସହଦେବ ମେହେର, ଅଂଶୁମାନ ମେହେର, ରବୀନ୍ଦ୍ର ଦାସ, ସୁମନ୍ତ ସାହୁ, ସୁନୀଲ ଭୋଇ, ରମେଶ ଗୁର୍ଲା, ଟୁନା ବାରିକ, ମନିଷ ରଥ, ଅଞ୍ଜଲି ପରିଡା, ମିତା ତିୱାରି, ଆଶିଷ ବୈକାର ସହଯୋଗ କରିଥିଲେ ।








