ହେଡଲାଇନସ୍:

ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ନିମିତ୍ତ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆସନ୍ତା ସେପ୍ଟେମ୍ବର ଚବିଶି ତାରିଖ ରବିବାର ଦିନ ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟ ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହେବ I ଏନେଇ ଆଜି ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ରକ୍ତଦାନ ଶିବିରରେ ଅନୁଷ୍ଠାନର ଛାତ୍ରଛତ୍ରୀଙ୍କ ସହ ବାହାରୁ ମଧ୍ୟ କିପରି ଅଧିକ ଯୁବଗୋଷ୍ଠୀ ରକ୍ତଦାନ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା I କାର୍ଯ୍ୟକ୍ରମରେ ଭଞ୍ଜନଗର ରକ୍ତଭଣ୍ଡାରର କର୍ମଚାରୀମାନେ ରକ୍ତ ସଂଗ୍ରହ କରିବା ପାଇଁ ସମ୍ମତି ଜଣାଇଛନ୍ତି I ଏହି ଶିବିରରେ ପାଖାପାଖି ଷାଠିଏରୁ ସତୁରୀ ଜଣ ରକ୍ତଦାତା ସ୍ଵେଚ୍ଛାକୃତ ରକ୍ତଦାନ କରିବାର ସମ୍ଭାବନା ଅଛି I

ଆଜିର ଏହି ପ୍ରସ୍ତୁତି ବୈଠକରେ ବେଲଗୁଣ୍ଠା ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ର, ମହାବିଦ୍ୟାଳୟର ରାଜନୀତୀ ବିଜ୍ଞାନ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ, ଓଡିଆ ଅଧ୍ୟାପକ ଡ.ଗୁରୁମୂର୍ତ୍ତୀ ନାୟକ, ଇତିହାସ ଅଧ୍ୟାପକ ସନ୍ତୋଷ କୁମାର ସ୍ୱାଇଁ,ଅଜୟ କୁମାର ବିଶ୍ୱାଳ, ଇଁରାଜୀ ଅଧ୍ୟାପକ ଅଶୋକ କୁମାର ପ୍ରଧାନ,ଶିକ୍ଷା ବିଭାଗ ଅଧ୍ୟାପିକା ପିଙ୍କି ପାତ୍ର, ଯୁବ ରେଡକ୍ରସ୍ କାଉନସିଲର୍ ଡ.ପ୍ରଫୁଲ୍ଲ କୁମାର ଜେନା, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ସପନ କୁମାର ପ୍ରଧାନ,କ୍ରୀଡ଼ା ଅଧ୍ୟାପକ ବିଶ୍ୱରଞ୍ଜନ ସ୍ୱାଇଁ,କର୍ମଚାରୀ ରଞ୍ଜିତ୍ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ I ଏଥିରେ ଅଧିକରୁ ଅଧିକ ଉତ୍ସାହୀ ଯୁବକ ଆସି ରକ୍ତଦାନ କରିବା ପାଇଁ ବେଲଗୁଣ୍ଠା ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ର ଅନୁରୋଧ କରିଥିଲେ Iସାମ୍ବାଦିକ ଶିବରାମ ଚୌଧୂରୀ ଧନ୍ୟବାଦ ଜ୍ଞାପନ କରିଥିଲେ I

0
0
0
s2sdefault