ହେଡଲାଇନସ୍:

ନକଲି ସୁନା ଶଙ୍ଖ ଓ ଟଙ୍କା ସହ ଜଣେ ବ୍ୟକ୍ତି ଗିରଫ.

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଶୋକ ସାହୁ, ଶାସକ ପ୍ରଶାସକ :  ପାପଡାହାଣ୍ଡି ପୋଲିସ କୁ ମିଳିଲା ବଡ ସଫଳତା ! ଆଜି ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ କୁମାର ସେନ ପ୍ରେସ ମିଟ କରି ସୁଚନା ଦେଇଥିଲେ ଯେ ଆଜି ପାପଡାହାଣ୍ଡି ପୋଲିସ , ଏକ ନକଲି ସୁନାଶଙ୍ଖ ସହ ଜଣେ ବ୍ୟକ୍ତି ଙ୍କୁ ଗିରଫ କରିଛି | ଗିରଫ ବ୍ୟକ୍ତି ଙ୍କ ଠାରୁ ୮୧୦୦୦ ଟଙ୍କା ଜବତ କରିଛି ପାପଡ଼ାହାଣ୍ଡି ପୋଲିସ l ଘଟଣା ପ୍ରକାରେ ଶୁକଦାସ ଗଙ୍ଗା ସାଗର ଯାହାଙ୍କ ଘର ଗରଦବିଲି , ଥାନା ବଣ୍ଡପଲ୍ଲୀ ଜିଲ୍ଲା ବିଜୟନଗରମ ଆନ୍ଦ୍ରପ୍ରଦେଶ ସେ ତାଙ୍କ ମାମୁ ଘର ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମକିୟା ପଞ୍ଚାୟତ ଅନ୍ତର୍ଗତ ବାସନୀ ଗ୍ରାମକୁ ଯିବା ଆସିବା କରୁଥିଲେ | ଏହି ସମୟରେ ବାମୁଣୀ ଗ୍ରାମର ମନ ବିଷୋୟୀ ଏବଂ ଅନ୍ୟ ଚାରି ଜଣଙ୍କ ସହ ସାକ୍ଷାତ ହୁଏ l ମନ ବିଷୋୟୀ ଏବଂ ଚାରି ଜଣ ଶୁକଦାସ ଙ୍କୁ ସୁନାଶଙ୍ଖ ଥିବା କଥା ଫୋନ ମାଧ୍ୟମରେ ଜଣାଇଥିଲେ | ଏହି ସୁନାଶଙ୍ଖ କୁ କମ ରେଟ ରେ ତୁମକୁ ଦେବୁ, ତୁମେ ତାକୁ ଉଚ୍ଚା ଦାମ୍ ରେ ବଜାର ରେ ବିକ୍ରି କରି ଲାଭବାନ ହେବ ବୋଲି ପ୍ରଳଭନ ଦେଖାଇଥିଲେ | ଏହା ପରେ ସୁକାଦଶ ପ୍ରଲଭନ ର ବିଶ୍ୱାସ କରି ଠକାମୀ ର ଶିକାର ହୋଇ ଥିଲେ l ମନ ବିଷୋୟୀ ଏବଂ ଅନ୍ୟ ଚାରିଜଣ ଙ୍କୁ ୫ ଲକ୍ଷ ଟଙ୍କା ବିନିମୟରେ ସୁନାଶଙ୍ଖ କୁ କିଣି ନିଜ ଗ୍ରାମ ଆନ୍ଦ୍ର ପ୍ରଦେଶ ନେଇଥିଲେ | ସେଇଠି ଯାଇ ଶଙ୍ଖଟି କୁ ଯାଞ୍ଚ କରି ଜାଣିବାକୁ ପାଇଲେ ଯେ ଏହି ସୁନାଶଙ୍ଖ ନକଲି ବୋଲି |

ଏହା ଜାଣିବାପରେ ପାପଡାହାଣ୍ଡି ଥାନାରେ ଦିନ ଲିଖିତ ଅଭିଯୋଗ କରିଥିଲେ | ଏହା ପରେ ନବରଙ୍ଗପୁର ଜିଲ୍ଲା ଏସ.ପି ଏସ. ସୁଶ୍ରୀଙ୍କ ନିର୍ଦେଶ କ୍ରମେ ପାପଡାହାଣ୍ଡି ଆଇ ଆଇ ସି ଦୀପକ କୁମାର ଜେନା ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲେ l ଯାହାର ନେତୃତ୍ୱ ପାପଡାହାଣ୍ଡି ସବ୍ ଇନସ୍ପେକ୍ଟର ଶିବଜି ପଣ୍ଡା ନେଇଥିଲେ ।ଆଜି ସକାଳୁ ଶିବଜି ପଣ୍ଡା ଏବଂ ତାଙ୍କ ଟିମ ଉକ୍ତ ଗ୍ରାମକୁ ଯାଇ ମନ ବିଷୋୟୀ ଙ୍କୁ ଗିରଫ କରି ଥାନାରେ ଆଣିଥିଲେ | ଅଭିଯୁକ୍ତ ଙ୍କ ଠାରୁ ପୋଲିସ ୮୧୦୦୦/ ଟଙ୍କା ଉଦ୍ଧାର କରିଛନ୍ତି l
ଏଥିରେ ସମ୍ପୃକ୍ତ ଅନ୍ୟ ଚାରିଜଣ ଫେରାର ଥିବା ତଦ୍ଵନ୍ତ କାରି ଅଧିକାରୀ ସୂଚନା ଦେଇଛନ୍ତି ।ମାମଲା ରୁଜୁ କରି କେଶ ନଂ ୧୫୩/୨୩ ଆଜି ସନ୍ଦ୍ୟା ସମୟରେ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛନ୍ତି |

0
0
0
s2sdefault