ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ରାଜବୋଡ଼ାସମ୍ବର ବ୍ଳକ୍ ଅନ୍ତର୍ଗତ ସର୍ଗିବାହାଲ ରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ସର୍ଗିବାହାଲ ପଞ୍ଚାୟତ ର ୫୬ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଭାବେ ଜୋନ୍ ୦୨ ଜିଲ୍ଲା ପରିଷଦ ପୂର୍ଣିମା ରଣା, ସରପଞ୍ଚ ନେପୁର ସୁନା ଯୋଗ ଦେଇଥିବା ବେଳେ ପଞ୍ଚାୟତ ସଭାପତି ଚିତ୍ରସେନ ବେହେରା, ଅମର ସାହୁ, ସନ୍ତୋଷ ସାହୁ ଙ୍କ ସମେତ ଶତାଧିକ କର୍ମୀ ହିତାଧିକାରୀ ଉପସ୍ଥିତ ଥିଲେ l
ରାଜ୍ୟ
ସର୍ଗିବାହାଲ ପଞ୍ଚାୟତ ରେ ଭତ୍ତା ବଣ୍ଟନ କଲେ ବିଧାୟିକା l
- Hits: 822








