ହେଡଲାଇନସ୍:

ସୌମ୍ୟବାବୁଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ କାହିଁକି ନେଉନି ବିଜେଡି ?

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Image
ପାଣ୍ଡିଆନଙ୍କର ଦୋଷ କ’ଣ, ପଚାରିଲେ ନିରଞ୍ଜନ ।

ଭୁବନେଶ୍ୱର ତା. ୧୧.୯- ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମରେ କହିଛନ୍ତି ସୌମ୍ୟବାବୁଙ୍କର ସଂପାଦକୀୟ ନିବନ୍ଧ “ଆମ ଘରର ହାଲଚାଲ”ର ବିଷୟବସ୍ତୁକୁ ନେଇ ଆମ ରାଜ୍ୟରେ ଗଣମାଧ୍ୟମମାନେ ଚର୍ଚ୍ଚା କରୁଛନ୍ତି । ଶ୍ରୀ ପଟ୍ଟନାୟକ କହିଲେ ଯେ ସୌମ୍ୟ ବାବୁ ଗୋଟିଏ ନିର୍ଦ୍ଧିଷ୍ଟ ରାଜନୈତିକ ଦଳରେ ଅଛନ୍ତି । ସେ ଦଳ ଏକ ଆଂଚଳିକ ଦଳ । ଏହା ତାଙ୍କର ଆଭ୍ୟନ୍ତରୀଣ ବ୍ୟାପାର । ସେ ବିଷୟରେ ଶ୍ରୀ ପଟ୍ଟନାୟକ କୌଣସି ମତାମତ ଦେବାକୁ ଚାହୁଁ ନାହିଁନ୍ତି । ସୌମ୍ୟ ବାବୁ ଯେଉଁ ରାଜନୈତିକ ଦଳରେ ଅଛନ୍ତି ସେ ଦଳର ସର୍ବେସର୍ବା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ କେଉଁ କାମ କାହାଦ୍ୱାରା କରାଇବେ ତାହା ତାଙ୍କ ବ୍ୟକ୍ତିଗତ ନିଷ୍ପତି । ସେହି ବିଷୟରେ ଆମମାନଙ୍କର କହିବାର କୌଣସି ଆବଶ୍ୟକତା ନାହିଁ ।
ଶ୍ରୀ ପଟ୍ଟନାୟକ କହିଲେ ଯେ ସେ ଯାହା ଜାଣିଛନ୍ତି ସୌମ୍ୟବାବୁ ପିଲାଦିନୁ ଜଣେ ସ୍ୱାଭିମାନୀ ଏବଂ ସ୍ୱାଧୀନଚେତା ବ୍ୟକ୍ତି । ସେ ଜନସାଧାରଣଙ୍କର ଯେଉଁଥିରେ ଭଲ ହେବ, ଦେଶରେ ଭଲ ହେବ, ରାଜ୍ୟରେ ଭଲ ହେବ ସେହି ବିଷୟରେ କୁହନ୍ତି ଏବଂ କରନ୍ତି । ବିଜେଡ଼ି ଦଳ ବର୍ତମାନ ପ୍ରାଇଭେଟ କମ୍ପାନୀଭଳି ପରିଚାଳିତ ହେଉଛି । ସତ କହିବା ସହ ଜନସାଧାରଣ ଏବଂ ପ୍ରଶାସନର ସମ୍ମାନ ରକ୍ଷାକରିବା ଯଦି ଦଳ ବିରୋଧି କାର୍ଯ୍ୟ, ସୌମ୍ୟବାବୁ ଦଳର ଭଲ ପାଇଁ ଯାହା ଲେଖୁଛନ୍ତି ଯଦି ଦଳର ଲୋକମାନେ ବିଚାର କରୁଛନ୍ତି ଯେ ସେ ବିଶୃଙ୍ଖଳିତ କାର୍ଯ୍ୟ କରୁଛନ୍ତି ବୋଲିି ତେବେ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ କାହିଁକି ନେଉନାହାନ୍ତି? ଶ୍ରୀ ପଟ୍ଟନାୟକ କହିଲେ ପାଣ୍ଡିଆନ ବାବୁ ମୁଖ୍ୟମନ୍ତ୍ରୀଙ୍କର ଜଣେ ସରକାରୀ ଅଧସ୍ଥନ କର୍ମଚାରୀ । ତାଙ୍କର ନିଜର ନିଷ୍ପତି ନେବାର କ୍ଷମତା ନାହିଁ । ସେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଛନ୍ତି । ତେଣୁ ତାଙ୍କର କ’ଣ ଦୋଷ । ଏହି ମର୍ମରେ ଶ୍ରୀ ପଟ୍ଟନାୟକ କହିଲେ ଯେ “ସାହୁ କହିଛି ପାକଲା ଧାନରେ ମଇ ଦଉଛି” । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଣତନ୍ତ୍ର ଶାସନରେ ପାଣ୍ଡିଆନ ମହାଶୟ ଯେଉଁ କାର୍ଯ୍ୟ କରୁଛନ୍ତି ଏବଂ ଯେଭଳି କରାଯାଉଛି ତାହା ଠିକ୍ କି ଭୁଲ ବିଚାର ଜନସାଧାରଣ କରିବେ । ଏହାଦ୍ୱାରା ଜନପ୍ରତିନିଧିଙ୍କ ସମ୍ମାନ ଏବଂ କ୍ଷମତା କ୍ଷୂର୍ଣ୍ଣ ହେଉଛି ନା ନାହିଁ ତାହା ମଧ୍ୟ ଜନତା ବିଚାର କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

 

0
0
0
s2sdefault