ବରଗଡ :- ପୂର୍ବତନ ପ୍ରଶାସନିକ ଅଧିକାରୀ , ବିଜୁ ଜନତା ଦଳର ମୁଖପାତ୍ର ତଥା ରାଜ୍ୟ ସରକାରଙ୍କ ପଣ୍ୟଗାର ନିଗମର ଅଧ୍ୟକ୍ଷ ଶ୍ରୀ ମହେନ୍ଦ୍ର ବଢ଼େଇ ଙ୍କର ଗତ 8 ତାରିଖ ଦିନ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିବାର ଖବର ମୁଖ୍ୟତ ପଦ୍ମପୁର ଅଞ୍ଚଳ ଓ ବିଜୁ ଜନତା ଦଳର କର୍ମୀ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଥିଲା । ଇତି ମଧ୍ୟରେ ତାଙ୍କର ଶେଷକୃତ୍ୟ ତାଙ୍କର ପୈତୃକ ଗ୍ରାମରେ ଶେଷ ହୋଇଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅନେକ ବିଶିଷ୍ଠ ବ୍ୟକ୍ତି ତଥା ସାଧାରଣ ଜନତା ତାଙ୍କର ବାସ ଭବନ କୁ ଯାଇ ତାଙ୍କର ପରିବାର ପ୍ରତି ସମବେଦନା ଜଣାଇ ସାରିଛନ୍ତି । ଠିକ ସେହିଭଳି ବିଭିନ୍ନ ସ୍ଥାନରେ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା ତଥା ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ ମଧ୍ୟ କରାଯାଉଛି । ଆଜି ପାଇକମାଲ ସ୍ଥିତ ବିଜୁ ଜନତା ଦଳର ଅଫିସରେ , ଦଳର ପାଇକମାଲ ବ୍ଲକ ସଭାପତି ଶ୍ରୀ ରାଜେନ୍ଦ୍ର ରାଉତ ଓ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଗୌତମ ସିଂ ଙ୍କର ସଭାପତିତ୍ୱ ରେ ଆୟୋଜିତ ଏକ ଶୋକ ସଭାରେ ପାଇକମାଲ ଅଞ୍ଚଳର ଅନେକ ସରପଞ୍ଚ , ସମିତି ସଭ୍ୟ ଙ୍କର ସହିତ ଅନେକ ଦଳୀୟ କର୍ମୀ ଯୋଗଦାନ କରି ସ୍ବର୍ଗତ ବଢ଼େଇ ଙ୍କର ଆତ୍ମା ର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିବା ସହିତ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ସ୍ବର୍ଗତ ଶ୍ରୀ ମହେନ୍ଦ୍ର ବଡେଇ ତାଙ୍କର ଜନସେବା ପାଇଁ ସର୍ବଦା ସ୍ମରଣୀୟ ରହିବେ ବୋଲି ମତ ପ୍ରକାଶ ପାଇଥିଲା ।।
ରାଜ୍ୟ
ସ୍ବର୍ଗତ ମହେନ୍ଦ୍ର ବଢ଼େଇଙ୍କୁ ଦଳ ତରଫରୁ ଶ୍ରଦ୍ଧାଞ୍ଜଳି
- Hits: 502








