(ନିଶ୍ଚିନ୍ତକୋଇଲି- ଶାସକପ୍ରଶାସକ): ନିଶ୍ଚିନ୍ତକୋଇଲି ନବଗଠିତ ସରପଞ୍ଚ ସଂଘ ପକ୍ଷରୁ 15 ଦଫା ଦାବି ନେଇ ନିଶ୍ଚିନ୍ତକୋଇଲି ବ୍ଲକ ରେ ଅନୁଷ୍ଠିତ ଜିଲ୍ଲାପାଳ ଜନଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ ଙ୍କୁ ପ୍ରଦାନ କରାଯାଇଛି । ସଭାପତି ଦାଉଦପୁର ସରପଞ୍ଚ ଲଳିତେନ୍ଦୁ ବିଶୋଇ ଙ୍କ ସଭାପତିତ୍ବ ରେ ସମସ୍ତ ସରପଞ୍ଚ ମାନେ ଯୋଗଦାନ କରି 15 ଦଫା ଦାବି ଯଥା: ପଞ୍ଚାୟତ ସ୍ୱତନ୍ତ୍ର ସ୍ୱାୟତ୍ତ ଶାସନ ଅର୍ଥ ପୈଠରେ ବିଡ଼ିଓ ଙ୍କ କାଉଣ୍ଟର ସାଇନକୁ ହଟାଯାଉ, ପ୍ଲଲିସଭା ଏବଂ ଗ୍ରାମସଭା କୁ ଗୁରୁତ୍ବ ଦିଆଯାଉ, ୱାର୍ଡ ସଭ୍ୟ ଙ୍କ ଅନାସ୍ଥା ପ୍ରସ୍ତାବ କୁ ବନ୍ଦ କରାଯାଉ, ବସୁଧା ଏବଂ ରାସ୍ତା ଆଲୋକୀକରଣ ବ୍ୟବସ୍ଥାରେ ଆସୁଥିବା ବିଦ୍ୟୁତ ବିଲକୁ ସରକାର ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରନ୍ତୁ, ସରପଞ୍ଚମାନଙ୍କ ଭତା 5 ହଜାର ଟଙ୍କାକୁ ବୃଦ୍ଧି କରାଯାଉ, ସରପଞ୍ଚ ମାନଙ୍କ ସ୍ୱାସ୍ଥ୍ୟ କାର୍ଡ ଏବଂ କାର୍ଯ୍ୟ ଅବଦ୍ଧି ସମୟରେ ମୃତ୍ୟୁ ହେଲେ 50 ଲକ୍ଷ ଟଙ୍କା ପରିବାରକୁ ପ୍ରଦାନ କରାଯାଉ, ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଙ୍କ ନାମରେ ଅର୍ଥ ନେଣଦେଣ କରାଯାଉ, ପଞ୍ଚାୟତ ରେ ଖର୍ଚ୍ଚ ହେଉଥିବା ସମସ୍ତ ଖର୍ଚ୍ଚ କୁ ପଞ୍ଚାୟତ ଦ୍ୱାରା ପରିଚାଳିତ କରାଯାଉ, ପୂର୍ବପରି 100 ପ୍ରତିଶତ ଅନୁଦାନ ଗ୍ରାମ ପଞ୍ଚାୟତ କୁ ଦିଆଯାଉ, ଗୋଚର ସରକାରୀ ଜମିର ଦାୟିତ୍ୱ ପଂଚାୟତ କୁ ହସ୍ତାନର କରାଯାଉ, ରାଜଧାନୀ ଓ ଜିଲ୍ଲା ସଦର ମହାକୁମାରେ ସରପଞ୍ଚ ଭବନ ନିମନ୍ତେ ଜମି ଓ ଅର୍ଥ ବରାଦ କରାଯାଉ, ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଅର୍ଥ ଗ୍ରାମ ପଞ୍ଚାୟତ କୁ ତଦାରଖ ଦାୟିତ୍ୱ ଦିଆଯାଉ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର ପାଇଁ ପଂଚାୟତ କୁ ସ୍ୱତନ୍ତ୍ର ଅର୍ଥ ବରାଦ କରାଯାଉ, ଗ୍ରାମପଞ୍ଚାୟତ ର କାର୍ଯ୍ୟ ସୁପରିଚାଳନା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଆରଏସ, ଡାଟା ଏଣ୍ଟ୍ରି ପଦବୀ ଗ୍ରାମ ପଂଚାୟତ କୁ ଦିଆଯିବା ସହ ପିଅନ, ରାତ୍ର ଜଗୁଆଳି ପାଇଁ ସ୍ୱତନ୍ତ୍ର ଭାବେ ଅର୍ଥ ବ୍ୟବସ୍ଥା କରାଯାଉ ଆଦି 15 ଦଫା ଦାବିକୁ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ସରପଞ୍ଚ ମାନଙ୍କ ପକ୍ଷରୁ ଦିଆଯାଇଛି l ମୁଖ୍ୟ ଉପଦେଷ୍ଟା ଭାବେ ସରପଞ୍ଚ ରମାକାନ୍ତ ମହାନ୍ତି, ଅନନ୍ତ କର ଙ୍କ ସଂଯୋଜନା ରେ ସଭାପତି ଲଳିତେନ୍ଦୁ ବିଶୋଇ, ଉପ ସଭାପତି ବିବେକାନନ୍ଦ ଆଚାର୍ଯ୍ୟ, ଚିତ ରଂଜନ ମଲ୍ଲିକ, ବନ୍ଦନାମୟୀ ତ୍ରିପାଠି, ସାରଦାପ୍ରସନ୍ନ ମହାନ୍ତି, ସାଧାରଣ ସଂପାଦକ ମିଲନ ଭୁଁୟା, ସହ ସଂପାଦକ ଗୌତମୀ ଦାସ, ସସ୍ମିତା ମହାନ୍ତି, ମିନତୀ ସ୍ୱାଇଁ, ସୁଶାନ୍ତ କୁମାର ବେହେରା, କୋଷାଧ୍ୟକ୍ଷ ମନୋଜ କୁମାର ମଲ୍ଲିକ, ସକ୍ରିୟ ସଭ୍ୟ ଚନ୍ଦନ କୁମାର ବେହେରା,ଭାରତୀ ସ୍ୱାଇଁ, ତୃପ୍ତିମୟୀ ନାୟକ, ରଞ୍ଜିତା ସେଠୀ, ସିପ୍ରା ଭୋଇ , ସରୋଜିନୀ ବେହେରା, ପ୍ରତିମା ବେହେରା, ହିମାଂଶୁ ଶେଖର ମଲ୍ଲ, ନିରୁପମା ଷଡ଼ଙ୍ଗୀ ପ୍ରମୁଖ ସରପଞ୍ଚ ମାନେ ଯୋଗଦାନ କରି ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ l ଏହି ଶିବିରରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ସିଡ଼ିଏମଓ ମକରେନ୍ଦ ବେହୁରା, ଗ୍ରାମାଞ୍ଚଳ ଏସପି ମିହିର ପଣ୍ଡା, ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ତହସିଲଦାର ଦିଲ୍ଲୀପ କୁମାର ନାୟକ, ବ୍ଲକ ଅଧକ୍ଷା ରୋଜି ସେଠି, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ଅଧକ୍ଷ ଗିରିଶରଞ୍ଜନ ମହାପାତ୍ର, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ମହାପାତ୍ର ଙ୍କ ସମେତ ବିଭାଗୀୟ ଅଧିକାରୀ, ଜିଲ୍ଲାପରିଷଦ, ସରପଞ୍ଚ, ସମିତିସଭ୍ୟ, ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ଥିଲେ l
ରାଜ୍ୟ
15 ଦଫା ଦାବି ନେଇ ନିଶ୍ଚିନ୍ତକୋଇଲି ସରପଞ୍ଚ ସଂଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର
- Hits: 683








