ସଚ୍ଚିଦାନନ୍ଦଙ୍କ ବିୟୋଗରେ ହମିରପୁର ଉନ୍ନୟନ ପରିଷଦର ଶୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ରାଉରକେଲା, (ବସନ୍ତ କୁମାର ଜେନା):- ହମିରପୁର ଉନ୍ନୟନ ପରିଷଦର ବରିଷ୍ଠ ସଦସ୍ୟ ଆଇନଜୀବୀ ସଚ୍ଚିଦାନନ୍ଦ ପରିଡାଙ୍କ ଅକାଳ ବିୟୋଗରେ ଉନ୍ନୟନ ପରିଷଦ ତରଫରୁ ଶୋକ ପ୍ରକାଶ କରାଯାଇଛି l ଶ୍ରୀ ପରିଡା ହମୀରପୂରର ରାମକୃଷ୍ଣ ବିହାରରେ ପରିବାର ସହ ରହୁଛନ୍ତି l ଗତ ରାତିରେ ପ୍ରାୟ ବାରଟା ପାଖାପାଖି ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ସ୍ତ୍ରୀଙ୍କ ଠାରୁ ଖବର ପାଇ ପଡୋଶୀମାନେ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲକୁ ନେଇଥିଲେ। କିନ୍ତୁ କାଜୁଆଲିଟି ଡାକ୍ତର ତାଙ୍କୁ ମୃତ ଘୋଷଣା କରି ମର୍ଗରେ ରଖିଥିଲେ l ଖବର ପାଇ ତାଙ୍କର ଆତ୍ମୀୟ ସ୍ୱଜନ ମାନେ ଆସି ରାଉରକେଲାରେ ପହଂଚିଥିଲେ l ସେକ୍ଟର ୧୯ ଥାନା ତରଫରୁ ଏକ ଅପମୃତ୍ୟୁ କେଶ ରୁଜୁ କରି ଏସଆଇ ପଲଟୁ ପ୍ରଧାନ ମର୍ଗରୁ ବାହାର କରି ଇଂକ୍ଯୁଏଷ୍ଟ ଓ ପୋଷ୍ଟମର୍ଟମ ପାଇଁ ପଠାଇ ଥିଲେ l ତାଙ୍କ ଦାଦା ନୋଟାରୀ ସୁରେନ୍ଦ୍ର ପରିଡା ଓ ମାମୁଁ ବିଜୟ ପାତ୍ରଙ୍କ ତତ୍ୱାବଧାନରେ ବେଦବ୍ୟାସ ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି l

ତାଙ୍କର ଅକାଳ ବିୟୋଗର ଖବର ପାଇ ହମିରପୁର ଉନ୍ନୟନ ପରିଷଦର ସଭାପତି ଡ଼କ୍ଟର ସୁମନ ଦତ୍ତ, କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ନାୟକ, ସାଧାରଣ ସମ୍ପାଦକ ନିରଞ୍ଜନ ଦାସ, ଭୁବନେଶ୍ୱର ଆଚାର୍ଯ୍ୟ, ପ୍ରଶାନ୍ତ ସୋମ,ମହେଶ୍ୱର ସାହୁ,ସନ୍ତୋଷ ରାୟଗୁରୁ, ଡ଼କ୍ଟର ପ୍ରଭାତ ମଲ୍ଲିକ, କୁଞ୍ଜ ବିହାରି ରାଉତ, ଡାକ୍ତର କେ. କେ. ଷଡ଼ଙ୍ଗୀ, ସୁବାସ ଗୁପ୍ତା,ବିଷ୍ଣୁ ଚରଣ ନାୟକ ଓ ଅନ୍ୟମାନେ ଶ୍ରୀ ପରିଡାଙ୍କ ଶବଧlରରେ ପୁଷ୍ପଗୁଚ୍ଛ ଦେଇ ସମ୍ମାନ ଜଣାଇବା ସହ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ସାନ୍ତ୍ୱନା ଦେଇଥିଲେ l ଟାକ୍ସ ବାର ଆସୋସିଏସନର ବହୁତ ସଦସ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ, ବହୁତ ଶୁଭେଛୁ ଓ ହମିରପୁର ବାସୀ ଆସି ପରିବାରକୁ ପ୍ରବୋଧ ଦେବା ସହ ତାଙ୍କର ଶବlଧାର ପ୍ରତି ସମ୍ମାନ ଜଣାଇଥିଲେ l ଶ୍ରୀ ପରିଡା ଏକାଧାରରେ ଜଣେ ଟ୍ୟାକ୍ସ ଆଡ଼ଭୋକେଟ, ବିଶିଷ୍ଟ ରାଜନେତା, ସମାଜସେବୀ ତଥା ଠାକୁର ଅନୂକୂଳଚନ୍ଦ୍ର ଙ୍କର ଆଶ୍ରିତ ଥିଲେ । ଏଥିପାଇଁ ସେ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ ମଧ୍ୟ ହୋଇଛନ୍ତି l ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି l

0
0
0
s2sdefault