ହେଡଲାଇନସ୍:

ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ ସହ ବିଭନ୍ନ ଦାବୀ: ବାଣପୁର ବିଇଓ ଅଫିସରେ ଗଣଧାରଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଣପୁର/ଖୋର୍ଦ୍ଧା (ସେକ୍ କୌସର): ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ ସହ ବିଭନ୍ନ ଦାବୀ ନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ, ବାଣପୁର ତରଫରୁ ବିଇଓ ଅଫିସରେ ଗଣଧାରଣା ଦିଆଯାଇଛି। ଉକ୍ତ ଆନ୍ଦୋଳନ ରାଜ୍ୟ ବ୍ୟାପି ଚାଲିଥିବା ବେଳେ ବାଣପୁର ବ୍ଲକର ସଭାପତି ବିଭୁତି ଭୂଷଣ ସ୍ୱାଇଁ ଓ ସମ୍ପାଦକ ବିଭୁତି ଭୂଷଣ ଦାସଙ୍କ ନେତୃତ୍ୱରେ ୧୦୮ ଟି ସ୍କୁଲର ୪୬୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଛନ୍ତି।ପ୍ରକାଶ ଥାଉକି ରାଜ୍ୟବ୍ୟାପୀ ଗତ ଆଠ ତାରିଖରୁ ଆନ୍ଦୋଳନ ପାଇଁ ଡାକରା ଦିଆଯାଇଥିବା ବେଳେ ଏଠାରେ ଆଜିଠାରୁ ଆନ୍ଦୋଳନ ଆରମ୍ଭ କରାଯାଇଛି। ସ୍କୁଲ ଗୁଡିକରେ ମଧ୍ୟାହ୍ନ ଭୋଜନ ବନ୍ଦ ନ କରିବା ପାଇଁ ପଚାଶ ପ୍ରତିଶତ ଶିକ୍ଷକ ପ୍ରତ୍ୟେକ ଦିନ ଆନ୍ଦୋଳନରେ ସାମିଲ ହେବେ ବୋଲି ସଭାପତି ବିଭୁତି ଭୂଷଣ ସ୍ୱାଇଁ ପ୍ରକାଶ କରିଛନ୍ତି। ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରେ ଓପିଏସ, ଏନପିଏସ, ଗଣଶିକ୍ଷକ, କନିଷ୍ଠ ଶିକ୍ଷକ ଓ ପିଟିଆଇ ବର୍ଗର ଶିକ୍ଷକ ମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଠିକା ନିଯୁକ୍ତି ଉଚ୍ଛେଦ, ଏକ୍ସ କ୍ୟାଡର, କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ଶିକ୍ଷକର ମାନ୍ୟତା, ସବୁ ବର୍ଗର ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ଏବଂ ନୂତନ ପେନସନ ବ୍ୟବସ୍ଥା ଉଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଦାବୀ ଗୁଡିକ ପୂରଣ ପାଇଁ ଶିକ୍ଷକ ସଙ୍ଘ ତରଫରୁ ଦାବୀ କରାଯାଇଛି।ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁ ରହିବା ସହ ଉପରୋକ୍ତ ଦାବୀ ଗୁଡିକ ଯଦି ସରକାର ପୂରଣ ନ କରନ୍ତି ତେବେ ସାମୁହିକ ଛୁଟିରେ ରହି ସ୍କୁଲ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସଙ୍ଘ ନିଷ୍ପତ୍ତି ନେଇଥିବା ସମ୍ପାଦକ ବିଭୁତି ଭୂଷଣ ଦାସ ମତବ୍ୟକ୍ତ କରିଛନ୍ତି।

0
0
0
s2sdefault