ହେଡଲାଇନସ୍:

ବିଜୁ ଜନତା ଦଳର ମହିଳା ସମାବେଶର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୧୧.୦୯.୨୦୨୩/ସୁମନ୍ତ କୁମାର ଦାସ: ବିଧାନସଭା ନିର୍ବାଚନକୁ ନେଇ ଫୋକସ୍ ଜଗତସିଂହପୁର ଆଗକୁ ବିଧାନସଭା ନିର୍ବାଚନ ଏଥ‌ିପାଇଁ ବିଜେଡ଼ି ଜୋରଦାର ପ୍ରସ୍ତୁତି ସହିତ ଜିଲ୍ଲାର ବିଭିନ୍ନ ବ୍ଲକରେ ତୃଣମୂଳ ସ୍ତରରେ ହାତମୁଠାକୁ ଟାଣ କରିବା ସହ ବିଜୁ ଜନତା ଦଳକୁ ଶକ୍ତ କରିବା ପାଇଁ ପ୍ରସ୍ତୁତି ଚଲାଇଛନ୍ତି । ଜିଲ୍ଲାର ବିଭିନ୍ନ ବ୍ଲକରେ ମହିଳାସଂଗଠନ ଜିଲ୍ଲାସ୍ତରରେ ମହିଳା ସମାବେଶ ବୈଠକ କରି ଦଳ ସଂଗଠନକୁ ମହଜୁତ କରୁଥିବା ବେଳେ ବିଜୁ ଜନତା ଦଳ ଏହି ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ବିଧାନସଭା ନିର୍ବାଚନର ୪ ବିଧାୟକ ଆସନ ୧ ସାଂସଦ ଆସନ ହାତେଇବ ସେଥ‌ିପାଇଁ ଆରମ୍ଭ ହୋଇଛି ସଜବାଜ । ଆଗାମୀ ନିର୍ବାଚନ ରଣନୀତିକୁ ନେଇ ଆଜି ଜଗତସିଂହପୁର ବିଜୁ ଜନତା ଦଳର ମହିଳା ସମାବେଶ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ସାରଦା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜୁ ଜନତା ମହିଳା ଦଳର ଜିଲ୍ଲା ସଭାପତି ସବିତା ମହାପାତ୍ର ତଥା ସ୍ଥାନୀୟ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମହିଳା ସମାବେଶ ବୈଠକରେ ରାଜ୍ୟ ମହିଳା ବିଜେଡି ସଭାପତି ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଜଗତସିଂହପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ନୟାଗଡ଼ ବିଧାୟକ ଡକ୍ଟର ଅରୁଣ ସାହୁ, ଜଗତସିଂହପୁର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି, ବାଲିକୁଦା ଏରସମା ବିଧାୟକ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ, ତିର୍ତ୍ତୋଲ ବିଧାୟକ ଇଂ ବିଜୟ ଶଙ୍କର ଦାସ, ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ, ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ଜିଲ୍ଲା ବିଜେଡି ସଭାପତି ରବିନ୍ଦ୍ର ଜେନା ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଜ୍ୟୋତିଷ ଚନ୍ଦ୍ର ଦାସ, ଜିଲ୍ଲାପରିଷଦ ସଭାପତି ମନୋଜ କୁମାର ଭୋଇ, ଜିଲ୍ଲା ପରିଷଦ ଉପସଭାପତି ସୁଜାତା ମହାନ୍ତି, ନଗର ବିଜେଡ଼ି ସଭାପତି ପ୍ରିୟବ୍ରତ ମହାପାତ୍ର, ବ୍ଳକ ଉପାଧ୍ୟକ୍ଷ ରତି ରଞ୍ଜନ ବେହେରା, ଜିଲ୍ଲା ମହିଳା ସାଧାରଣ ସଂପାଦିକା ସୁଚିସ୍ମିତା ମହାନ୍ତି ଓ ସମସ୍ତ ସରପଞ୍ଚ ସମିତି ସଭ୍ୟ ସଭ୍ୟ ଜିଲ୍ଲାପରିଷଦ ସଭ୍ୟ ସଭ୍ୟ ବ୍ଲକସ୍ତରୀୟ ନେତୃମଣ୍ଡଳୀ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।

0
0
0
s2sdefault