କୁଚିଣ୍ଡା/ଜମନକିରା : ଦେଶ ର ଭୂସମସ୍ୟା ର ଶାନ୍ତି ପୂର୍ଣ୍ଣ ସମାଧାନ ପାଇଁ ଭୂଦାନ ଯଜ୍ଞ ର ପ୍ରବକ୍ତା ସାଜି ଇତିହାସ ସୃଷ୍ଟି କରିଛନ୍ତି ଭାରତ ରତ୍ନ ବିନୋବା ଭାବେ ।ସେ ମହାତ୍ମା ଗାନ୍ଧୀ ଙ୍କ ଆଧ୍ୟାତ୍ମିକ ଉତ୍ତରାଧିକାରୀ ଥିଲେ। ସନ୍ଥ ବିନୋବା ମହାତ୍ମା ଗାନ୍ଧୀ ଙ୍କ ସତ୍ୟାଗ୍ରହ ର ପ୍ରଥମ ସତ୍ୟାଗ୍ରହୀ ହେବା ସହ ସ୍ଵାଧୀନୋତ୍ତର ଭାରତ ର ଜଣେ ସଚ୍ଚା ଗାନ୍ଧିବାଦୀ ଓ ଯୋଗୀ ପୁରୁଷ ଥିଲେ ବୋଲି ଆଜି ତାଙ୍କର ଜୟନ୍ତୀ ଉତ୍ସବରେ ବକ୍ତା ଗଣ ମତ ପ୍ରକାଶ କରିଛନ୍ତି ।ଆଜି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ମହୁଲପାଲି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଧାନ ଶିକ୍ଷକ କିରଣ ପ୍ରକାଶ ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଜୟନ୍ତୀ ଉତ୍ସବ ରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତାହା ସମାଜ ସେବୀ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉପରୋକ୍ତ ମତ ଦେବା ସହ ବିନୋବା ଭାରତ ସହ ସଂପୂର୍ଣ୍ଣ ଜଗତ ର ଉନ୍ନତି କାମନା କରୁଥିବା ସୂଚନା ଦେଇଥିଲେ ।ଅନ୍ୟତମ ସମ୍ମାନିତ ଅତିଥି ଅବସରପ୍ରାପ୍ତ ଉଦ୍ୟାନ ବିଭାଗ ଯନ୍ତ୍ରୀ ରବୀନ୍ଦ୍ର ଦାସ ଯୋଗ ଦେଇ ବିନୋବା ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ପ୍ରାରମ୍ଭରେ ସ୍କୁଲ ର ସହକାରୀ ଶିକ୍ଷକ ମନୋଜ କୁମାର ସାହୁ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।ସ୍କୁଲ ର ଛାତ୍ର,ଛାତ୍ରୀ ମଧୁସ୍ମିତା ନାୟକ, ଅର୍ପିତା ପରିଡ଼ା, ହୋମ ସାଗର ପୃଷେଠ, ଦୋଲେଶ୍ୱରି ସାହୁ, ଦଶରଥ ପୃଷେଠ, ସ୍ୱରୂପ ନାଏକ,ବିକାଶ ଖର୍ସେଲ, ଶୁଭମ ଗୌଡ଼, ଆୟୁଷ କୁମାର ସାହୁ ଓ ସଂଗୀତା ପ୍ରଧାନ ଙ୍କ ନେତୃତ୍ୱରେ ବିଭିନ୍ନ ଦେଶପ୍ରେମ ମୂଳକ ସ୍ଲୋଗାନ ଦେବା ସହ ସଫେଇ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ବିନୋବା ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶେଷରେ ସହକାରୀ ଶିକ୍ଷକ ଆଲୋକ ରଞ୍ଜନ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ସନ୍ଥ ବିନୋବାଙ୍କ ଜୟନ୍ତୀ ଉତ୍ସବରେ ଭାବ ବିହ୍ୱଳ ଶ୍ରଦ୍ଧାଞ୍ଜଳି
- Hits: 256








