ହେଡଲାଇନସ୍:

ଉତ୍କଳ ଆଲୁମିନା ଦ୍ୱାରା ସହଭାଗୀ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ରାୟଗଡା /କାଶୀପୁର ରୁ ବୈକୁଣ୍ଠ ଦୁରିଆ : କ୍ରୀଡା, କ୍ରୀଡାଭାବନା ଏବଂ ସହଭାଗୀମାନଙ୍କ ସହିତ ଏକ ଉତ୍ପାଦିକତା ଭିତ୍ତିକ ସହଯୋଗିତା ପ୍ରତି ନିଜର ଆନ୍ତରିକ ପ୍ରତିବଦ୍ଧତାକୁ ଅନୁପାଳନ କରି ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଦ୍ୱାରା ଚଳିତ ମାସ ୯ ତାରିଖରେ ଓଷାପଡା ସହରାଞ୍ଚଳ କ୍ରିକେଟ ପଡିଆରେ ଏକ ଦିବସୀୟ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସଫଳତାର ସହିତ ଆୟୋଜିତ ହୋଇଥିଲା ।
ଜିଲ୍ଲାପାଳ ଏକାଦଶ-ରାୟଗଡା, ଏସ୍‍ପି ଏକାଦଶ-ରାୟଗଡା, ସିଆର୍‍ପିଏଫ ଏକାଦଶ-ରାୟଗଡା, ଜିଲ୍ଲା ପ୍ରଶାସନ କଳାହାଣ୍ଡି ଏକାଦଶ, ରେଳ ଡିଭିଜନ ଏକାଦଶ ଏବଂ ଉତ୍କଳ ଆଲୁମିନା ଏକାଦଶ ଆଦି ମୋଟ ଛଅଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ ।
ଟୁର୍ଣ୍ଣାମେଣ୍ଟରେ ନିର୍ଣ୍ଣାୟକ ଖେଳରେ ଏସ୍‍ପି ଏକାଦଶ ରାୟଗଡା ବିପକ୍ଷରେ ଜିଲ୍ଲାପାଳ ଏକାଦଶ ରାୟଗଡା ଦଳ ବିଜୟୀ ହୋଇ ଚମ୍ପିଆନ୍ସ ଟ୍ରଫି ହାସଲ କରିଥିବାବେଳେ ଏସ୍‍ପି ଏକାଦଶ ରାୟଗଡା ଟୁର୍ଣ୍ଣାମେଣ୍ଟର ରନର୍‍-ଅପ୍‍ ହୋଇଥିଲେ ।
ଶ୍ରୀମତୀ ସ୍ୱଧା ଦେବ ସିଂହ, ଆଇଏଏସ୍‍, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ରାୟଗଡା, ଶ୍ରୀ ବିବେକାନନ୍ଦ ଶର୍ମା, ସୁପିଣ୍ଟେଣ୍ଡେଣ୍ଟ ଅଫ ପୋଲିସ ରାୟଗଡା, ଶ୍ରୀ ଅଜିତ ସାଙ୍ଗୱାନ୍‍ (ଡିଆଇଜି-ସିଆର୍‍ପିଏଫ୍‍), ଶ୍ରୀ ନିଳାମ୍ବର ମିଶାଲ (ଅତିରିକ୍ତ ଶ୍ରମ ଆୟୁକ୍ତ ଭୁବନେଶ୍ୱର), ଶ୍ରୀ ଭାସ୍କର ରଇତ, ଓଏଏସ୍‍, (ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ରାୟଗଡା), ଶ୍ରୀ ଶଙ୍କର ଚୌଧରୀ (ଆର୍‍ଟିଓ, ରାୟଗଡା), ଶ୍ରୀ ବିଶ୍ୱ ବିଶ୍ରୁତ ତ୍ରିପାଠୀ (ତହସିଲଦାର) ଏବଂ ଶ୍ରୀମତୀ ହିନା ବେଗ୍‍, ପ୍ରେସିଡେଣ୍ଟ, ଉଜ୍ଜ୍ୱଳା ମହିଳା କ୍ଲବ୍‍ ଏହି ଟୁର୍ଣ୍ଣାମେଣ୍ଟରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।
ଶ୍ରୀ ମଜହର ବେଗ୍‍, ୟୁନିଟ ହେଡ୍‍ ଓ ପ୍ରେସିଡେଣ୍ଟ ଉତ୍କଳ ଆଲୁମିନା ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ନିଜର ଆୟୋଜକ ଅଭିଭାଷଣରେ ଶ୍ରୀ ମଜହର ବେଗ୍‍ ସମସ୍ତ ଅଂଶଗ୍ରହଣକାରୀ ଦଳ ଏବଂ ଅଫିସିଆଲ୍‍ମାନଙ୍କୁ ଟୁର୍ଣ୍ଣାମେଣ୍ଟରେ ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ନିମନ୍ତେ ନିଜର କୃତଜ୍ଞତା ଜ୍ଞାପନ କରିବା ସହିତ ସହଭାଗୀ ଟୁର୍ଣ୍ଣାମେଣ୍ଟରେ ଖେଳୁଆଡ ମନୋଭାବ ପ୍ରଦର୍ଶନ କରିଥିବା ସମସ୍ତ ଖେଳାଳିଙ୍କୁ ପ୍ରଶଂସା କରିଥିଲେ ।
ଟିମ୍‍ ଉତ୍କଳ ଆଲୁମିନା ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ଶ୍ରୀ ପିତାମ୍ବର ବେହେରା, ଏଜିଏମ୍‍ ଓ ପିଆର୍‍ଓ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ ।

 

0
0
0
s2sdefault