ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପାଇକମାଲ ବ୍ଲକ ପଲସଦା ଗ୍ରାମପଞ୍ଚାୟତ ର ଗୋଇବାହାଲି ଗ୍ରାମରେ ସ୍ଥାନୀୟ ଶବର ସମାଜର ଆରାଧ୍ୟ ନୀଳମଧଵ ମହାପ୍ରଭୁଙ୍କ ମନ୍ଦିର ପୁନରୁଦ୍ଧାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସ୍ୱତନ୍ତ୍ର ସହାୟତା ଯୋଜନାରେ ଚାରି ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହେବା ପରେ ଆଜି ପଦ୍ମପୁର ବିଧାୟିକା ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ବିଜେଡି ନେତା ହୃଦାନନ୍ଦ ବାରିକ, ବ୍ଳକ୍ ଯୁବ ବିଜେଡି ସଭାପତି ଗୌତମ ସିଂ, ସରପଞ୍ଚ ପଙ୍କଜ ସାହୁ, ସମିତି ସଭ୍ୟ ମହେନ୍ଦ୍ର ସିଂ ବରିହା, ଆଦିବାସୀ ସଭାନେତ୍ରୀ ସୁଶିଳା ଭୁଏ ଙ୍କ ସମେତ ଶବର ସମାଜ ର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି , ତଥା ଗୋଇବାହାଲି ଆଖପାଖ ଅଞ୍ଚଳର ସାଧାରଣ ଜନତା ଉପସ୍ଥିତି ଥିଲେ l
ରାଜ୍ୟ
ଗୋଇବାହାଲି ରେ ମନ୍ଦିର ପୁନରୁଦ୍ଧାର ପାଇଁ ୪ଲକ୍ଷ ଅନୁଦାନ : ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟିକା
- Hits: 360








