ସୁବର୍ଣ୍ଣପୁର : (ଆର୍ତ୍ତତ୍ରାଣ ମହାପାତ୍ର) ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସ୍ଥାନୀୟ କୁଷ୍ଠା ପଡ଼ା (ମଝି ପଡ଼ା ) ଅଙ୍ଗନୱାଡି କେନ୍ଦ୍ର ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ ବିଶ୍ୱ ରଞ୍ଜନ ପତି ମୁଖ୍ୟ ଅତିଥିଭାବେ ଯୋଗଦାନ କରି କାର୍ଯ୍ୟକ୍ରମ ର ଶୁଭଉଦ୍ଘାଟନ କରି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଓ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ l ଜିଲ୍ଲାର 0. ରୁ 05 ବର୍ଷ ମଧ୍ୟରେ ଥିବା କୌଣସି ଶିଶୁ ଯେପରି ଟୀକାକରଣ ରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଆମେ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି l
କାର୍ଯ୍ୟକ୍ରମ ଅବସରରେ ଅତିଥିଭାବେ , ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ ବିଶ୍ୱମ୍ବର ବେହେରା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ବୃନ୍ଦାବନ ସାହୁ ଯୋଗଦାନ କରି ଟୀକାକରଣ ର ଗୁରୁତ୍ୱ ଉପରେ ନିଜ ନିଜର ଆଭିମୁଖ୍ୟ କହିବା ସହ ଯେଉଁମାନେ ଟୀକାକରଣ ଅଧାରୁ କିମ୍ବା ବିଲକୁଲ ନେଇନାହାନ୍ତି ସେହି ମାନଙ୍କୁ ଏହି ସମୟରେ ଟୀକାକରଣ କରାଇବା ନିମନ୍ତେ ପ୍ରବାର୍ତ୍ତାଇ ଥିଲେ l କାର୍ଯ୍ୟକ୍ରମ ଅବସରରେ ଅତିଥିବୃନ୍ଦ ପ୍ରତ୍ୟକ ଜନସାଧାରଣ ନିଜ ନିଜର ଶିଶୁ ଙ୍କ ଟୀକାକରଣ ଉପରେ ଗୁରୁତ୍ୱ ପ୍ରଦାନ କରି ନିଶ୍ଚୟ ଟୀକାକରଣ କରାଇବାକୁ ପରାମର୍ଶ ଦେବା ସହ ବିଭାଗୀୟ ଅଧିକାରୀ ଯତ୍ନତାର ପୂର୍ବକ ଯେପରି ଜିଲ୍ଲାର ଗୋଟିଏ ମଧ୍ୟ ଶିଶୁ ଏହି ଯୋଜନା ରୁ ବାଦ ପଡିବେ ନାହିଁ ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି l
ଏହି କାର୍ଯ୍ୟକ୍ରମ ରେ ପ୍ରମୋଦ କୁମାର ସାହୁ, ସ୍ୱାସ୍ଥ୍ୟ ପରିଦର୍ଶକ, ସୁଧାଂଶୁ ଶେଖର ନାୟକ, ଡି ଏମ ଆର ସି ଏଚ, ପ୍ରଦୀପ କୁମାର ସାହୁ, ଡି ଡି ଏମ,ସନ୍ତୋଷ କୁମାର ସାହୁ ଡି ଭି ଏଲ ଏମ,ସଞ୍ଜୟ କୁମାର ପଣ୍ଡା, ଜେ ସି ଏମ, ଙ୍କ ସହିତ ଏ ଏନ ଏମ, ଅଙ୍ଗନବାଡି, ଆଶା କର୍ମୀ, ହିତାଧିକାରୀ ତଥା ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ l








