ହେଡଲାଇନସ୍:

ଦୀର୍ଘ 10 ମାସରୁ ଉର୍ଦ୍ୱ ସମୟ ହେଲା , ମନରେଗା ରେ କାମ କରି ପ୍ରାପ୍ୟ ପାଇ ନାହାନ୍ତି ଶ୍ରମିକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ସମୁଦାୟ 65 ଗୋଟି ଅଭିଯୋଗ ର ଶୁଣାଣି

ବରଗଡ଼ :- ବରଗଡ଼ ଜିଲ୍ଲାପାଳ ଶ୍ରୀମତୀ ମୋନିଶା ବାନାର୍ଜୀ ଙ୍କର ଆଜି ପାଇକମାଲ ବ୍ଲକ ଅଫିସ ରେ ମିଳିତ ଜଣ ଶୁଣାଣି ଶିବିର ରହିଥିଲା । ଏହି ଶିବିର ରେ ସମୁଦାୟ 65 ଗୋଟି ଅଭିଯୋଗ ର ଶୁଣାଣି ହୋଇଥିବା ବେଳେ କେରମେଳାବାହାଲ ପଞ୍ଚାୟତ ର ବିଜାଡ଼ିହି ଗ୍ରାମର ମନରେଗା ରେ ମାଟି କାମ କରି , ବାବୁ ମାନଙ୍କ ଅପାରଗତା କାରଣରୁ ପାରିଶ୍ରମିକ ପାଇବାରୁ ବଂଚିତ ହୋଇଥିବା ଶ୍ରମିକ ମାନଙ୍କ ସମସ୍ୟା ମଧ୍ୟ ରହିଥିଲା । ଅଭିଯୋଗ କରିଥିବା ଶ୍ରମିକ ମାନଙ୍କ ମୁତାବକ , ସେମାନେ ମାଟି କାମ କରିଥିଲେ ଅଥଚ ପରିଶ୍ରମିକ ପାଇବା ପରିବର୍ତ୍ତେ ବାବୁ ମାନେ ସେମାନଙ୍କୁ ଦୀର୍ଘ 10 ମାସ ରୁ ଉର୍ଦ୍ଧ ସମୟ ହେବ ହଇରାଣ କରୁଛନ୍ତି । ସେହିଭଳି ଆଉ ଜଣେ କହିଛନ୍ତି ଯେ ଯେଉଁ ମାନେ କାମ କରିଛନ୍ତି ସେମାନେ ପଇସା ପାଇ ନାହାନ୍ତି , ଯେଉଁ ମାନେ ଜମାରୁ କାମ କରିନାହାନ୍ତି ଅଧିକାରୀ ମାନେ ସେମାନଙ୍କ ଖାତାରେ ଟଙ୍କା ପକାଇ ହଡପ କରିଛନ୍ତି । ଏହି ଅଭିଯୋଗ ର ଶୁଣାଣି ପରେ ଜିଲ୍ଲାପାଳ ତଦନ୍ତ ପାଇଁ ପଠେଇ ଦେଇଛନ୍ତି ।
ଆହୁରି ଗୋଟେ ଦୃଷ୍ଟି ଆକର୍ଷଣ କରିବା ଭଳି ଅଭିଯୋଗ ଥିଲା , ଛୀଣ୍ଡେଇକେଲା ଗ୍ରାମରେ ରହିଥିବା ସ୍କୁଲ ରୁ । ସରକାର ଙ୍କର ନିୟମ ମୁତାବକ ପ୍ରତେକ ସ୍କୁଲ ରେ ଛାତ୍ରଛାତ୍ରୀ ମାନଙ୍କ ବ୍ୟବହାର ପାଇଁ ଶୌଚାଳୟ ରହିବା କଥା , କିନ୍ତୁ ଏହି ଗ୍ରାମରେ ରହିଥିବା ଏମ ଇ ସ୍କୁଲ ରେ ଶୌଚାଳୟ ନ ଥିବା କଥା ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ ଜିଲ୍ଲାପାଳ।

ତୁରନ୍ତ ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରୀ ଚୁଡାମଣି ବାରିକ କୁ ସମ୍ମୁଖ କୁ ଡାକି ଅଭିଯୋଗ ବାବଦରେ ପଚାରିଥିଲେ । ବିଇଓ ମହାଶୟ କୋଣସି ସନ୍ତୋଷ ଜନକ ଉତ୍ତର ଦେଇ ନ ପରିବାରୁ ବିଇଓ ଙ୍କର ଉପରେ ବର୍ଷିଥିଲେ ଜିଲ୍ଲାପାଳ । ଆଶ୍ଚର୍ଯ୍ୟ ର କଥା ଯେ ସ୍କୁଲରେ ଶୌଚାଳୟ ନାହିଁ ଏକଥା ବିଇଓ ମହାଶୟ ପାଇକମାଲ ବ୍ଲକ ରେ ପାଞ୍ଚବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ରହିଲା ପରେ ମଧ୍ୟ ଜାଣି ପାରି ନାହାନ୍ତି । ଏଥିରୁ ସ୍ପଷ୍ଟ ଯେ ବିଇଓ ମହାଶୟ କିପରି କାମ କରନ୍ତି ।
ଜିଲ୍ଲାପାଳଙ୍କ ଏହି ଅଭିଯୋଗ ଶୁଣାଣି କାର୍ଯକ୍ରମ ରେ ଜିଲ୍ଲା ଅରଖୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମିନା, ପିଡ଼ି ଶ୍ରୀ ଆଦିତ୍ୟ ଗୋୟଲ , ଉପଜିଲ୍ଲାପାଳ ଶ୍ରୀ ସଦକର କୁମ୍ଭାର , ଏସ ଡ଼ି ପି ଓ ଶ୍ରୀ ବିଭୁତି ଭୂଷଣ ଭୋଇ ଙ୍କର ସମେତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

0
0
0
s2sdefault