ଘୁ ଉଦୟଗିରି/ଗଗନ ପ୍ରଧାନ : ଘୁ ଉଦୟଗିରି ସିଏଚସି ଗେଟକୁ ଆସିଲେ କିନ୍ତୁ ମେଡିକାଲ ଭିତରକୁ ପ୍ରବେଶ କଲେନାହିଁ କି ମେଡ଼ିକାଲର ଦୁର୍ଦ୍ଦଶା କି ରୋଗୀଙ୍କ ଦୁଃଖ ବୁଝିବାକୁ ବା ରୋଗୀଙ୍କୁ ସାକ୍ଷାତ କଲେନାହିଁ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ | କେବଳ ସ୍ୱଚ୍ଛତା ଅଭିଯାନ ପାଇଁ ଡେମୋ ଦେଖାଇ ବାହାରୁ ବାହାରୁ ଚାଲିଯିବା ଘଟଣାକୁ ସ୍ଥାନୀୟ ଲୋକମାନେ ନାପସନ୍ଦ କରିଛନ୍ତି |