ହେଡଲାଇନସ୍:

ଇନରହ୍ୱିଲ କ୍ଲବର ଅଧିଷ୍ଠାନ ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର - ସମ୍ବଲପୁର ଇନରହ୍ୱିଲ କ୍ଲବର ଅଧିଷ୍ଠାନ ଦିବସ ପାଳିତ ହୋଇଯାଇଛି l ସ୍ଥାନୀୟ ମହାନଦୀ କ୍ଲବ ରେ ଅନୁଷ୍ଠିତ ଉତ୍ସବରେ ପି ଡି ସି କ୍ରିଷ୍ନା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଗତ ୨୦୨୨-୨୩ ବର୍ଷର ଅଧ୍ୟକ୍ଷା ଓ ସମ୍ପାଦିକା ଚଳିତ ବର୍ଷ ପାଇଁ ନିଯୁକ୍ତ ଅଧ୍ୟକ୍ଷା ମମତା ମଞ୍ଜରୀ ବାରିକ ଓ ସମ୍ପାଦିକା ଜ୍ୟୋତି ମଞ୍ଜରୀ ସିଂ ବରିହାଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ l ଦାୟିତ୍ଵ ଗ୍ରହଣ ପରେ ନବ ନିଯୁକ୍ତ ଅଧ୍ୟକ୍ଷା ଓ ସମ୍ପାଦିକା ସାମାଜ ର ମଙ୍ଗଳ ପାଇଁ ନିଜକୁ ନିୟୋଜିତ କରିବା ପାଇଁ ଆହ୍ଵାନ ଦେବା ସହିତ ଶିକ୍ଷା ପାଇଁ ନାକଟିଦେଉଳ ର ଜଣେ ଝିଅ କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ କ୍ଲବର ସମସ୍ତ ସଦସ୍ଯ ଉପସ୍ଥିତ ଥିଲେ l

0
0
0
s2sdefault