ଓଡ଼ଗାଁ,୧୨।୭(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଆଦର୍ଶ ଥାନାର ନୂଆ ଆଇଆଇସି ଭାବେ ରଶ୍ମି ରଞ୍ଜନ ସାହୁ ବୁଧବାର ସନ୍ଧ୍ୟାରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେ ଓଡ଼ଗାଁ ଆରାଧ୍ୟ ଶ୍ରୀ ଶ୍ରୀ ରଘୁନାଥ ଜିଉଙ୍କ ଦର୍ଶନ କରିବା ପରେ ଓଡ଼ଗାଁ ଆଦର୍ଶ ଥାନାରେ ପହଁଞ୍ଚି ବିଧିବଦ୍ଧ ଭାବେ ଦାଇତ୍ୱ ଭାର ଗ୍ରହଣ କରିଥିବା ଜଣାପଡ଼ିଛି । ଏହା ପୂର୍ବରୁ ଶ୍ରୀସାହୁ ଖୋର୍ଦ୍ଧାଜିଲ୍ଲାର ବୋଲଗଡ଼ ଥାନା ଆଇଆଇସି ଭାବେ କାର୍ଯ୍ୟ କରୁଥିଲେ । ବୁଧବାର ସେ ଓଡ଼ଗାଁ ଥାନା ଦାୟିତ୍ଵ ଗ୍ରହଣ ପରେ ଜନସାଧାରଣଙ୍କ ନିମନ୍ତେ ସୁବିଚାର ପ୍ରଦାନ ସହିତ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣିବେ ବୋଲି ଆଶା କରାଯାଉଛି । ଓଡ଼ଗାଁ ଅଞ୍ଚଳରେ ବେଆଇନ ମଦକାରବାର, ବେପରୁଆ ଗାଡ଼ିଚାଳନା, ଲୁଟେରା ଓ ଚୋର ଡ଼କାୟତଙ୍କ ଉପରେ ତାଙ୍କର ତୀକ୍ଷ୍ଣ ନଜର ବୋଲି ଜଣାପଡିଛି ।
ରାଜ୍ୟ
ରଶ୍ମି ରଞ୍ଜନ ହେଲେ ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି
- Hits: 586











