ହେଡଲାଇନସ୍:

ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ସାଂସଦଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର:/ଶିବାଶିଷ ପଟ୍ଟନାୟକ : ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଭାଗୃହରେ ମାନ୍ୟବର ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଯାଇଛି। ଏଥିରେ ଶ୍ରୀପୂଜାରୀ ସାଂସଦ ପାଣ୍ଠିରୁ ମଞ୍ଜୁର ହୋଇଥିବା ସମସ୍ତ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଭାଗୃହରେ ଏକ ସମୀକ୍ଷା ବୈଠକ ହୋଇଯାଇଛି। ଏଥିରେ ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ, ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ସଦାକର କୁମ୍ଭାର , ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ୬ଟି ବ୍ଲକର ବିଡିଓ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ନିର୍ବାହୀ ଯନ୍ତ୍ରୀ ମାନେ ଯୋଗ ଦେଇଥିଲେ। ମାନ୍ୟବର ସାଂସଦଙ୍କ ଏହି ସମୀକ୍ଷା ବୈଠକରେ ପଦ୍ମପୁର ଉପଖଣ୍ଡର ସମସ୍ତ ବ୍ଲକ ଓ ଏନଏସିରେ ସାଂସଦ ପାଣ୍ଠିରୁ ଖର୍ଚ୍ଚ ହୋଇ ଯାହା ସବୁ ଜନହିତକର ପ୍ରକଳ୍ପ ଚାଲିଛି ସେସବୁର ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଭାଗୀୟ ଅଧିକାରୀ ମାନେ ମାନ୍ୟବର ସାଂସଦଙ୍କୁ ସମସ୍ତ ପ୍ରକଳ୍ପର ସ୍ଥିତି ବିଷୟରେ ଅବଗତ କରାଇଥିଲେ। ଯେଉଁ ପ୍ରକଳ୍ପ ଗୁଡ଼ିକର ନିର୍ମାଣରେ ଅହେତୁକ ବିଳମ୍ବ ହେଉଛି ତାର ମୂଳକାରଣକୁ ଯାଇ ସମସ୍ୟାର ସମାଧାନ କରିବାକୁ ଶ୍ରୀ ପୂଜାରୀ ପରାମର୍ଶ ଦେଇଛନ୍ତି ଓ ଆବଶ୍ୟକ ସ୍ଥଳେ ନିଜେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି। ଯେଉଁ ପ୍ରକଳ୍ପ ସଂପୂର୍ଣ୍ଣ ହୋଇ ସାରିଛି ତାର ବିନିଯୋଗ ପତ୍ର ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ତା ସହ ଯେଉଁ ପ୍ରକଳ୍ପ ଗୁଡ଼ିକ ଏବେ ସୁଦ୍ଧା ଆରମ୍ଭ ହୋଇନି ଯୁଦ୍ଧକାଳୀନ ଭିତ୍ତିରେ ସେ ସବୁକୁ ଆଗାମୀ ଜୁଲାଇ ୨୦ ତାରିଖ ସୁଦ୍ଧା ଆରମ୍ଭ କରାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସାଂସଦ ପାଣ୍ଠିରୁ ମଞ୍ଜୁର ସମସ୍ତ ପ୍ରକଳ୍ପର ନିର୍ମାଣକୁ ଆସନ୍ତା ଅକ୍ଟୋବର ୩୧ ତାରିଖ ସୁଦ୍ଧା ସଂମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ଓ ସେପ୍ଟେମ୍ବର ମାସରେ ଆଉ ଏକ ସମୀକ୍ଷା ବୈଠକ କରାଯିବ ବୋଲି କହିଛନ୍ତି। ଏହା ସହ ଏହି ପ୍ରକଳ୍ପ ଗୁଡ଼ିକର ସ୍ଥିତି ଉପରେ ନଜର ରଖିବା ପାଇଁ ସେ ଉପଜିଲ୍ଲାପାଳ ଶ୍ରୀ କୁମ୍ଭାରଙ୍କୁ ଅନୁରୋଧ କରିଛନ୍ତି। ଏହି ଜନହିତକର ପ୍ରକଳ୍ପ ଗୁଡ଼ିକ ଯେମିତି ଜନସାଧାରଣଙ୍କ ସେବାରେ ଶୀଘ୍ର ଲାଗି ପାରିବ ସେଥିପ୍ରତି ବିଶେଷ ଗୁରୁତ୍ବ ଦେବାକୁ ମାନ୍ୟବର ସାଂସଦ ସମସ୍ତ ଅଧିକାରୀ ମାନଙ୍କୁ କହିଛନ୍ତି।

0
0
0
s2sdefault