ହେଡଲାଇନସ୍:

କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମକୁ ଯାଇ ହଟହଟା ହେଲେ ପର୍ଜଙ୍ଗ ବିଧାୟକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜଳସେଚନ ସମସ୍ୟା ନେଇ ସଭାସ୍ଥଳରେ ଘେରିଲେ ଚାଷୀ

ଢେଙ୍କାନାଳ/ରବିନ୍ ଦାସ ; ପରଜଙ୍ଗ ନିର୍ବାଚନ ମଣ୍ଡଳୀ କଙ୍କଡାହାଡ଼ ବ୍ଲକ କଣ୍ଟାପାଳରେ କର୍ମୀ ସମ୍ମିଳନୀ କୁ ଯାଇ ହଟ ହଟା ହେଲେ ବିଧାୟକ ନୃସିଂହ ଚରଣ ସାହୁ । ସାଥିରେ ଥିଲେ ନୂତନ ପର୍ଯ୍ୟ ବେକ୍ଷକ ଦାଇତ୍ୱ ପାଇଥିବା ଆଶିଷ ଚକ୍ରବର୍ତ୍ତୀ । ଚାଷ ଜମିକୁ ଜଳ ସେଚନ ସମସ୍ୟା ନେଇ ଉଭୟଙ୍କୁ ଘେରିଥିଲେ ଚାଷୀ । ସୂଚନା ମୁତାବକ ଆଜି ପର୍ଯ୍ୟବେକ୍ଷକ ଆଶିଷ ଚକ୍ରବର୍ତ୍ତୀ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ପରଜଙ୍ଗ ପାଣି ପଞ୍ଚାୟତ ଠାରେ ପ୍ରଥମେ କର୍ମୀ ସମ୍ମିଳନୀ କରିଥିଲେ । ଅପରାହ୍ନ ରେ କଙ୍କଡାହାଡ଼ ବ୍ଲକର କଣ୍ଟାପାଳ କଲ୍ୟାଣ ମଣ୍ଡପ ଠାରେ କର୍ମୀ ସମ୍ମିଳନୀ ପାଇଁ ଯାଇଥିଲେ । ସେଠାରେ ଉଭୟଙ୍କୁ ଉକ୍ତ ପଞ୍ଚାୟତର ଚାଷୀ ମାନେ ତୀବ୍ର ବିରୋଧ କରିଥିବା ଦେଖିବାକୁ ମିଳିଥିଲା । ଚାଷୀ ଭାଇଙ୍କ ବର୍ଷା ଦିନରେ କେନାଲରେ ପାଣି ନ ଆସିବାରୁ ଏକର ଏକର ଜମି ପଡ଼ିଆ ରହୁଛି । ଚାଷୀ ଭାଇଙ୍କ କହିବାନୁଯାୟୀ କେନାଲରେ ପାଣି ନ ଆସିବା ନେଇ ଅନେକ ଥର ଅଭିଯୋଗ କରି ଥିଲେ ମଧ୍ୟ କର୍ଣ୍ଣପାତ କରୁ ନାହାନ୍ତି ବିଧାୟକ ନୃସିହଁ ଚରଣ ସାହୁ । ଯଦି ଆଗାମୀ ଦିନରେ ଚାଷୀ ଭାଇଙ୍କ ସମସ୍ୟାର ସମାଧାନ ନ ହୁଏ ତାହାଲେ କଣ୍ଟାପାଳ ପଞ୍ଚାୟତରେ ତୀବ୍ର ବିରୋଧ ଲାଗି ରହିଥିବ । ଏମିତି କି କୋୖଣସି ପ୍ରକାର କାର୍ଯ୍ୟକ୍ରମ ମଧ୍ୟ ହୋଇପାରିବ ନାହିଁ ବୋଲି ଚାଷୀ ଭାଇ ଚେତାବନୀ ଦେଇଛନ୍ତି ।

0
0
0
s2sdefault