ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ପରିସରରେ ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ-୨୦୨୩ ପାଳନ ଉପଲକ୍ଷେ ବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ, କବିତା ଆବୃତି, ବକ୍ତୃତା, ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ଓ ଅନୁବାଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତା ଦୁଇଗୋଟି ଗ୍ରୁପ୍ ଯଥା କନିଷ୍ଠ ବର୍ଗ ଓ ବରିଷ୍ଠ ବର୍ଗରେ ଅନୁଷ୍ଠିତ ହୋଇଥିଲା । ‘କ’ ବିଭାଗ (କନିଷ୍ଠ ବର୍ଗ)ରେ ଶ୍ରୀକୃଷ୍ଣ ଏକାଡେମୀ, ଜଗତସିଂହପୁର ୬ଷ୍ଠ ଶ୍ରେଣୀର ଛାତ୍ର ଅବିନାଶ ବେହେରା ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାରୀ କରିଥିବା ବେଳେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବହିପାଳ ଷଷ୍ଠ ଶ୍ରେଣୀର ଛାତ୍ରୀ କୃତୀପନ୍ନା ଲେଙ୍କା ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ, ପୁରୋହିତପୁର ଉଚ୍ଚ ବିଦ୍ୟାଳୟ ୭ମ ଶ୍ରେଣୀର ଛାତ୍ରୀ ଶୁଭଶ୍ରୀ ଜେନା କବିତା ଆବୃତିରେ ପ୍ରଥମ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବହିପାଳ ଷଷ୍ଠ ଶ୍ରେଣୀର ଛାତ୍ରୀ ସ୍ମୃତି ପ୍ରଜ୍ଞା ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ଓ ଅନୁବାଦ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଅଛନ୍ତି । ସେହିଭଳି ‘ଖ’ ବିଭାଗ ( ବରିଷ୍ଠ ବର୍ଗ)ରେ ପୁରୋହିତପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଅଷ୍ଟମ ଶ୍ରେଣୀର ଛାତ୍ରୀ ନନ୍ଦିନୀ ଆଚାର୍ଯ୍ୟ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ପୁରୋହିତପୁର ସରକାରୀ ଉଚ୍ଚ ବିଦ୍ୟାଳୟ ନବମ ଶ୍ରେଣୀର ଛାତ୍ରୀ ଅନ୍ନପୂର୍ଣ୍ଣା ପରିଡ଼ା ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ, କେନ୍ଦ୍ରୀୟ ବିଦ୍ୟାଳୟ, ଜଗତସିଂହପୁର ଅଷ୍ଟମ ଶ୍ରେଣୀର ଛାତ୍ରୀ ଦୀପଶିଖା ମିଶ୍ର କବିତା ଆବୃତିରେ ପ୍ରଥମ ସ୍ଥାନ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଳିପିଙ୍ଗଳ ନବମ ଶ୍ରେଣୀ ଛାତ୍ରୀ ସାନିଭଦ୍ରା ଭୋଳ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ଓ ଅନୁବାଦ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଅଛନ୍ତି । ପ୍ରଥମ ସ୍ଥାନ ଅଧିକାର କରିଥିବା କନିଷ୍ଠ ବର୍ଗର ଛାତ୍ରଛାତ୍ରୀ ମାନେ ଆସନ୍ତା ତା.୦୯.୦୭.୨୦୨୩ରିଖ ଓ ବରିଷ୍ଠ ବର୍ଗର ଛାତ୍ରଛାତ୍ରୀମାନେ ତା.୧୬,୦୭.୨୦୨୩ରିଖ ଦିନ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଭୁବନେଶ୍ଵର ଠାରେ ଏକତ୍ରିତ ହେବା ସହିତ ପୁନଶ୍ଚ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଜେନା ସୂଚନା ପ୍ରଦାନ କରିଛନ୍ତି ।
ଏହି ପ୍ରତିଯୋଗିତାରେ ବିଚାରକ ଭାବେ ଶ୍ରୀ ଶରତ ଚନ୍ଦ୍ର ବାରିକ, ଡଃ. ଜ୍ୟୋର୍ତିମୟୀ ମହାନ୍ତି, ଶ୍ରୀ ନଗେନ ପଣ୍ଡା, ଶ୍ରୀ ବିଜୟ କୁମାର ରଥ, ଶ୍ରୀ ଉମାକାନ୍ତ ନାୟକ, ଶ୍ରୀ ରବୀନ୍ଦ୍ର ନାଥ ମିଶ୍ର ଓ ଶ୍ରୀ ସୁକାନ୍ତ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ପ୍ରତିଯୋଗିତା ଶେଷରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥ ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ସମ୍ମାନନୀୟ ଅତିଥିଭାବେ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ବିଦ୍ୟାଧର ପ୍ରଧାନ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀ ଜୀବନ କୁମାର ସାହୁ ଓ ଶ୍ରୀକୃଷ୍ଣ ଏକାଡେମୀ, ଜଗତସିଂହପୁରର ପ୍ରଧାନ ଶିକ୍ଷକ ଶ୍ରୀ ଶୁକଦେବ ସାହୁ ପ୍ରମୁଖ ଯୋଗଦାନ କରି କୃତୀ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ପ୍ରଦାନ କରିଥିଲେ । ଜିଲ୍ଲା ସଂସ୍କୃତି ବିଭାଗର କନିଷ୍ଠ ସହାୟକ ଶ୍ରୀ ନଳିନୀକାନ୍ତ ସାହୁ ଓ ଶ୍ରୀ ରାଧାମୋହନ ଜେନା ପ୍ରତିଯୋଗିତା ପରିଚାଳନାରେ ସହାୟତା କରିଥିଲେ ।
ରାଜ୍ୟ
ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷତ୍ର ଦିବସ-୨୦୨୩ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା
- Hits: 356











