ହେଡଲାଇନସ୍:

ମୁଁ ଭୁବନେଶ୍ୱର ପର୍ଯ୍ୟବେକ୍ଷକ ନିଯୁକ୍ତ ହେବା ପରେ ଅପରାଜିତା ଡରିଗଲେ : ଶ୍ରୀମୟୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଏବଂ ବିଜେଡି ସଭାପତି ମୋତେ ଭୁବନେଶ୍ୱର ଲୋକସଭାକ୍ଷେତ୍ର ପାଇଁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିବା ପରେ ଆପଣ ଭୟଭୀତ ହେବା ସହିତ ଆପଣଙ୍କ ନିଦ ଭାଙ୍ଗି ଯାଇଛି କି ବୋଲି ବିଜେପି ସାଂସଦଙ୍କୁ ପ୍ରଶ୍ନ କରିଛନ୍ତି ବିଜେଡି ପ୍ରବକ୍ତା ଶ୍ରୀମତୀ ଶ୍ରୀମୟୀ ମିଶ୍ର ।
ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ପ୍ରବକ୍ତା ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଦୀର୍ଘ ୪ବର୍ଷ ପରେ ଶ୍ରୀମତୀ ଷଡଙ୍ଗୀ ଦଳର ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରୁଥିବାରୁ ଉତ୍ସାହିତ ଅଛନ୍ତି । ବୋଧହୁଏ ଗତକାଲି ବିଜୁଜନତା ଦଳ ଭୁବନେଶ୍ୱର ଲୋକସଭାକ୍ଷେତ୍ର ପାଇଁତାହାର ପର୍ଯ୍ୟବେକ୍ଷକ ନିଯୁକ୍ତ କରିବା ପରେ ସାଂସଦଙ୍କର ଏଭଳି ଅବସ୍ଥା ହୋଇଛି ।
ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଆପଣ ଜଣେ ରାଜନେତା, ଏବେ ଆପଣ ଜଣେ ଅମଲାତନ୍ତ୍ରି ନୁହଁନ୍ତି, ଆପଣଙ୍କ ନିଜର ଅମଲାତାନ୍ତ୍ରିକ ମାନସିକତାରୁ ବାହାରକୁ ବାହାରନ୍ତୁ । ଆପଣ ଡାକ୍ତରଖାନାଗୁଡ଼ିକୁ ଯାଇ ରୋଗୀଙ୍କୁ ଭେଟନ୍ତୁ, ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିବା ସହିତ ସେମାନଙ୍କର ଯତ୍ନ ନିଅନ୍ତୁ । ଏଭଳି କରିବା କ’ଣ ଭୁଲ୍ ? ଯେତେବେଳେ ପ୍ରଶାସନ ଲୋକଙ୍କ ଦୁଆର ମୁହଁକୁ ଯାଇ କାର୍ଯ୍ୟ କରୁଛି, ଯେତେବେଳେ ସମୟ ସୀମା ମଧ୍ୟରେ ପ୍ରକଳ୍ପ ଗୁଡିକ ମଞ୍ଜୁର ହେଉଛି, ଯେତେବେଳେ କାର୍ଯ୍ୟ ସମୟ ସୀମା ମଧ୍ୟରେ ସମାପ୍ତ ହେଉଛି, ଯେତେବେଳେ ସାଧାରଣ ଲୋକ ନିଜର ଅଭିଯୋଗକୁ ପ୍ରଶାସନ ନିକଟରେ ପହଞ୍ଚାଇବାକୁ ସକ୍ଷମ ହେଉଛନ୍ତି, ଯେତେବେଳେ କଲେଜ ଛାତ୍ରମାନେ ସେମାନଙ୍କ ଅଭିଯୋଗ ଜଣାଇବାରେ ସକ୍ଷମ ହେବା ସହିତ ତତକ୍ଷଣାତ ସମାଧାନ ପାଉଛନ୍ତି, ଯେତେବେଳେ ମନ୍ଦିରଏବଂ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନଗୁଡ଼ିକ ଉଲ୍ଲେଖନୀୟ ବିକାଶ ପ୍ରାପ୍ତ କରୁଛନ୍ତି, ଯାହା ପୂର୍ବରୁ ହୋଇନଥିଲା, ଯେତେବେଳେ ସରକାର ଏଭଳି ଜନମଙ୍ଗଳଶାସନ କରୁଛନ୍ତି ସେତେବେଳେ ଆପଣ କାହିଁକି ଡରୁଛନ୍ତି?
ଶ୍ରୀମନ୍ଦିର କାର୍ଯ୍ୟକୁ ବନ୍ଦ କରିବା ପାଇଁ ଆପଣ ଯେଉଁ ଡ୍ରାମା କରିଥିଲେ ତାହା ଲୋକମାନେ ଦେଖିଛନ୍ତି । ଏକାମ୍ର ଲିଙ୍ଗରାଜ କ୍ଷେତ୍ର ଏବଂସେବାୟତମାନଙ୍କର ବିକାଶ କାର୍ଯ୍ୟକୁ ଅଟକାଇବା ଏବଂ ବିଳମ୍ବ କରିବା ପାଇଁ ଲୋକମାନେ ଆପଣଙ୍କୁ ଆଦୌ କ୍ଷମାକରିବେ ନାହିଁ । ଯେଉଁ ଉତ୍ସାହର ସହିତ ଆପଣ ଶ୍ରୀମନ୍ଦିର ପ୍ରକଳ୍ପକୁ ବନ୍ଦ କରିବାକୁ ଯାଇଥିଲେ ଏବଂ ଆପଣ ଓଡ଼ିଶାର ଆରାଧ୍ୟ ଦେବତାଙ୍କ ମନ୍ଦିରବିକାଶ କାର୍ଯ୍ୟକୁ ଅଟକାଇବାକୁ ପଦଯାତ୍ରା କରିଥିଲେ ଲୋକେ ତାହାକୁ ମନେ ରଖିଛନ୍ତି ।
ଲୋକମାନେ ସେମାନଙ୍କ ପାଇଁ କାମ କରିବାକୁ ଆପଣଙ୍କୁ ଭୋଟ ଦେଇଛନ୍ତି, ସେମାନଙ୍କ ସ୍ୱାର୍ଥର ବିରୁଦ୍ଧରେ ନୁହେଁ । ଭୁବନେଶ୍ୱରରେ ଜାତୀୟ ରାଜପଥ ଦ୍ୱାରା ସୃଷ୍ଟି ହୋଇଥିବା ଜଳବନ୍ଦୀ ଅବସ୍ଥାକୁ ସମାଧାନ କରିବାରେ ଆପଣ ସକ୍ଷମ ହୋଇଛନ୍ତି କି? ଆପଣଙ୍କର କ୍ୟାପିଟାଲ ରିଂ ରୋଡ଼ ମଧ୍ୟ କାଗଜକଲମରେ ଅଛି । ଆପଣଙ୍କର ମଡେଲ ରେଳଷ୍ଟେସନ କିମ୍ବା ଉପକୂଳ ରାଜପଥ ସବୁ କିଛି ଅଦୃଶ୍ୟ ଅବସ୍ଥାରେ ।
ଆପଣଙ୍କର ଅପାରଗତା ଏବଂ ଅବହେଳାକୁ ଘୋଡାଇବା ପାଇଁ ରାଜ୍ୟସରକାରଙ୍କୁ ଦାୟୀ କରନ୍ତୁ ନାହିଁ ଯିଏ କି ସକ୍ରିୟ ଭାବେ ଲୋକଙ୍କ ପାଇଁ କାମକରୁଛନ୍ତି । ଆପଣ କେବଳ ସାଂସଦ ଭାବରେ କ୍ଷମତା ପାଇଛନ୍ତିଏବଂ ଆପଣ ଓଡିଶାର ବିକାଶକୁ ଅଟକାଇବା ସହିତ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟ କରୁଛନ୍ତି । ଲୋକମାନେ ସବୁ ଦେଖୁଛନ୍ତି ଏବଂ ଆପଣଙ୍କର ଆଇଏଏସ୍‍ ଜ୍ଞାନ ସେମାନଙ୍କୁ ବୋକା ବନାଇ ପାରିବ ନାହିଁ । ଆପଣ ଦୀର୍ଘବର୍ଷ ଧରି ଶିକ୍ଷାସଚିବ ଥିଲେବି ଆପଣ କେବେ ଭଲ ବିଦ୍ୟାଳୟରେ ପିଲାମାନଙ୍କ ପାଠପଢା ବିଷୟରେ ଚିନ୍ତା କରିଥିଲେକି? ଯେତେବେଳେ ସରକାର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ମନ୍ଦିରର ରୂପାନ୍ତର କରୁଛନ୍ତି ସେତେବେଳେ ଆପଣ କାହିଁକି ଭୟଭୀତ ହୋଇପଡୁଛ ନ୍ତି? ଲୋକମାନେ ସ୍ୱାସ୍ଥ୍ୟ, ଶିକ୍ଷାକ୍ଷେତ୍ରରେ ଯେଉଁ ପରିବର୍ତ୍ତନ ଚାହୁଛନ୍ତି ଏବଂ ମହିଳାମାନେ ସେମାନଙ୍କର ସଶକ୍ତିକରଣ ପାଇଁ ଯେଉଁ ପରିବର୍ତ୍ତନ ଆବଶ୍ୟକ କରୁଛନ୍ତି ତାହା ମଧ୍ୟକୁ ସେମାନେ କାହାରିକୁ ଆସିବାକୁ ଦେବେ ନାହିଁ ବୋଲି ଶ୍ରୀମତୀ ମିଶ୍ର ଦୃଢ ଭାବେକହିଛନ୍ତି ।

0
0
0
s2sdefault