ବାସୁଦେବପୁର -ବାସୁଦେବପୁର ରେ ବିଭିନ୍ନ ସ୍ଥାନ ରେ ରଜ ମହୋତ୍ସବ ପାଳନ।
ବାସୁଦେବପୁର- ଚଳିତ ବର୍ଷ ରଜ ପାଇଁ ବହୁ ଦିନ ଆଗରୁ ସଜ ବାଜ ହେଉଥିବା ବାସୁଦେବପୁର ବାସୀ ଙ୍କ ପାଇଁ ବାଧକ ସାଜିଲା ପ୍ରବଳ ଗରମ। ଦିନ ବେଳା ପ୍ରବଳ ଖରା ଓ ଗରମ ଯୋଗୁଁ କେହି କାହାରି ଘର କୁ ଯାଇ ପାରୁ ନାହାଁନ୍ତି। ତେଣୁ ସଂଧ୍ୟା ବେଳେ ଜମୁଛି ରଜ ପର୍ବ ପାଳନ ର ଆସର। ବାସୁଦେବପୁର ରେ ସଂଧ୍ୟା ରେ ଜମୁଛି ରଜ ର ଆସର। ଏହି ଅବସର ରେ ବାସୁଦେବପୁର ରେ ବିଭିନ୍ନ ସ୍ଥାନ ରେ ରଜ ପର୍ବ ପାଳନ ବହୁ ଆଡମ୍ବର ରେ ପାଳନ କରାଯାଉଛି। ପଦ୍ମ ପୁର ଠାରେ ଥିବା ରୁକୁଣା ଦେଇ ପୁର ଠାରେ ବହୁ ଆଡମ୍ବର ରେ ରଜ ପର୍ବ ପାଳନ ହୋଇଥିବା ବେଳେ ଭୈରବ ପୁର ଠାରେ ଏକ ନିଆରା ଭାବ ରେ ପାଳନ କରାଯାଉଛି। ସ୍ଥାନୀୟ ଯୁବକ ମାନେ ଏକଜୁଟ ହୋଇ ବାହାନଗା ଟ୍ରେନ ଦୁର୍ଘଟଣା ରେ ଆହତ ହୋଇ ଚିକିତ୍ସା ହେଉଥିବା ରୋଗୀ ମାନଙ୍କ ପାଇଁ ରକ୍ତ ର ଅଭାବ କୁ ପରିଲକ୍ଷିତ କରି ଏକ ରକ୍ତ ଦାନ ଶିବିର ଆୟୋଜନ ହୋଇଛି। ଏଥିରେ ସ୍ଥାନୀୟ ଯୁବକ ମାନେ ଉପସ୍ଥିତ ରହି ବହୁ ସଂଖ୍ୟା ରେ ରକ୍ତ ଦାନ କରି ସଫଳ କରାଇ ଥିଲେ। ସେହିପରି ବାସୁଦେବପୁର ପୌର ପରିଷଦ ର ୧୧ନ ଓ ୧୩ ନ ୱାର୍ଡ ରେ ମଧ୍ୟ ରଜ ପର୍ବ ପାଇଁ କବାଡି ଖେଳ ର ପ୍ରତିଯୋଗିତା ଓ ଅଞ୍ଚଳ ର ଯୁବକ ମାନଙ୍କ ଦ୍ଵାରା ନାଟକ ପରିବେଷଣ ହୋଇଥିଲା।ସେହିପରି ନୀଳ ମଣି ଟାଉନ ହଲ ପରିସର ରେ ବାସୁଦେବପୁର ପୌର ପରିଷଦ ପକ୍ଷରୁ ତିନି ଦିନ ବ୍ୟାପି ରଜ ମହୋତ୍ସବ ମଧ୍ୟ ପାଳନ କରାଯାଉଛି। ପ୍ରଥମ ଦିନ ରେ ଉଦ୍ଘାଟନ ପୌର ଅଧ୍ୟକ୍ଷା ନିବେଦିତା ବେହେରା, ବିଧାୟକ ଙ୍କ ପ୍ରତିନିଧି ଅସିତ୍ ଦାସ, ସାଂସଦ ଙ୍କ ପ୍ରତିନିଧି ସୁରେଶ ଚନ୍ଦ୍ର ମହାନ୍ତି ଓ ଅନ୍ୟ ଅତିଥି ମାନେ କରିଥିବା ବେଳେ ମହିଳା ମାନଙ୍କ ମଧ୍ୟ ରେ ବିଭିନ୍ନ ପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯ୍ୟ କର୍ମ ମାନ ଆୟୋଜନ କରାଯାଉଛି। ସେହିପରି ଉଦଯାପନ ଉତ୍ସବ ରେ ସ୍ଥାନୀୟ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ , ପୌର ଅଧ୍ୟକ୍ଷା ନିବେଦିତା ବେହେରା, ବ୍ଲକ୍ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ପୌର ଉପାଧ୍ୟକ୍ଷ ଉତ୍ତମ ବାରିକ୍,ଯୋଗ ଦେଇଥିଲେ। ପୌର ଅଧିକାରୀ ମାନସ କୁମାର ଦଣ୍ଡ ପାଟ ଙ୍କ ପୌର ହିତ୍ୟ ରେ ସଭା କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇଥିଲା। ଏହି ଅବସର ରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଛି। । ଏତେ ସବୁ ସତ୍ତ୍ୱେ ଚଳିତ ବର୍ଷ ରଜ ପର୍ବ ପାଳନ ପାଇଁ ବେଶ ବାଧକ କିନ୍ତୁ ପ୍ରବଳ ଖରା ଓ ଗରମ ପାଲଟିଛି ବୋଲି ସାଧାରଣ ପ୍ରକାଶ ପାଇଛି।












