ହେଡଲାଇନସ୍:

ରକ୍ତ ସଂଗ୍ରହ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ଓଡ଼ିଶା-ମୋ ପରିବାର’ ପୁରସ୍କୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ପ୍ରତିବର୍ଷ ଜୁନ 14ତାରିଖକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇ ଥାଏ। ଚଳିତ ବର୍ଷ ଏହି ଦିବସ ଅବସରରେ ସେଣ୍ଟ୍ରାଲ ରେଡ଼କ୍ରସ ବ୍ଲଡ଼ ସେଣ୍ଟର ପକ୍ଷରୁ ‘ଓଡ଼ିଶା-ମୋ ପରିବାର’କୁ ପ୍ରଥମ ଥର ପାଇଁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମୟରେ କଟକ ଜିଲ୍ଲାପାଳ ଡ଼ଃ ଭବାନୀ ଶଙ୍କର ଚଇନି, ରେଡ଼କ୍ରସ ସୋସାଇଟିର ଡ଼ାଇରେକ୍ଟର ଡ଼ଃ ଚନ୍ଦ୍ରିକା ପ୍ରସାଦ ଦାସ, ଜୀବନବିନ୍ଦୁ କଟକ ସହର ସଂଯାଜକ ଡ଼ଃ ରଞ୍ଜନ ବିଶ୍ଵାଳ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ଦିଆଯାଇଛି । ବାଲେଶ୍ଵର ଜିଲ୍ଲା ବାହାନଗା ନିକଟରେ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ରକ୍ତ ଆବଶ୍ୟକ ସମୟରେ ମଧ୍ୟ ଓଡ଼ିଶା-ମୋ ପରିବାର ପକ୍ଷରୁ ବ୍ୟାପକ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

0
0
0
s2sdefault