କେଉଁଝର - ପବିତ୍ର ରଜ ପର୍ବ ଅବସରରେ ଓଡ଼ିଶା ମିଲେଟ ମିଶନ ଜୁନ ୧୫ ଓ ୧୬ ତାରିଖରେ କେଉଁଝର ଗାନ୍ଧି ଛକ ନିକଟରେ ଅବସ୍ଥିତ ସ୍ମାର୍ଟ ବଜାରରେ ସ୍ଥାନୀୟ ଲୋକଙ୍କ ପାଇଁ ଆୟୋଜନ କରିଛି ଏକ ମନ ମତାଣିଆ କାର୍ଯ୍ୟକ୍ରମ । ଓଡ଼ÿିଶାରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ଅତ୍ୟନ୍ତ ଲୋକପ୍ରିୟ ରଜ ତିନିଦିନ ଧରି ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୁଏ । ଧରିତ୍ରୀ ମାତା ଏହି ସମୟରେ ପ୍ରଥମ ବର୍ଷାର ଜଳରେ ନିଜ ଶୋଷ ମେଣ୍ଟାଇବାପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅବିବାହିତ ଝିଅ ମାନେ ବିବାହ ବନ୍ଧନରେ ବାନ୍ଧିହେବା ପାଇଁ ପ୍ରସ୍ତୁତ ହୁଅନ୍ତି ।
ରାଜ୍ୟ ସରକାରଙ୍କ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଓଡ଼ିଶା ମିଲେଟ ମିଶନ ଜରିଆରେ ବିଭିନ୍ନ ଅଭିନବ ଓ ରୋମାଞ୍ଚକାରୀ ଆଭିମୁଖ୍ୟ ଗ୍ରହଣ କରି ମିଲେଟର ପ୍ରଚାର ପ୍ରସାର କରୁଛନ୍ତି । ଓଡ଼ିଶା ମିଲେଟ ମିଶନ ରାଜ୍ୟରେ ମିଲେଟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ୨୦ଟି ସହରରେ ‘ଓଡ଼ିଶାର ମିଲେଟ ବିଷୟରେ ଜାଣ’ ନାମକ ଏକ ଚିତ୍ତାକର୍ଷକ କାର୍ଯ୍ୟକ୍ରମ ଆୟୋଜନ କରୁଛି ।
କେଉଁଝରରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦେ୍ଧଶ୍ୟ ହେଉଛି ଜନସାଧାରଣଙ୍କୁ ମଉଜ ମସ୍ତି ମାଧ୍ୟମରେ ସେମାନଙ୍କର ନିତିଦିନିଆ ଖାଦ୍ୟରେ ମିଲେଟର ଗ୍ରହଣୀୟତାକୁ ବୃଦ୍ଧି କରିବା ସହ ଏହାକୁ ଅଭ୍ୟାସରେ ପରିଣତ କରାଇବାର ବାର୍ତ୍ତା ଦେବା । ଟିଭି ଓ ୟୁଟୁ୍ୟବ କମେଡିଆନ ସୁଜିତ କୁମାର ଜେନା, ଗାୟକ ମନଦୀପ ଏଥିରେ ପରିବେଷଣ କରିଥିଲେ ।
ଶୋ ଆଙ୍କର ପ୍ରାରମ୍ଭରେ ଓଡ଼ିଶା ମିଲେଟ ମିଶନ ଓ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦିଅନ୍ତି ଏବଂ ପରେ ସ୍ଥାନୀୟ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଦର୍ଶକଙ୍କୁ ଆକର୍ଷିତ କରେ । ପରେ ଆମର ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ବିଷୟରେ ଏକ ହାସ୍ୟରସାତ୍ମକ କ୍ଷୁଦ୍ର ନାଟିକା ଉପସ୍ଥାପିତ ହୁଏ ।
ଏହି କାର୍ଯ୍ୟକ୍ରମକୁ ଆହୁରି ବେଶୀ ଆକର୍ଷଣୀୟ କରିବାପାଇଁ ବିଭିନ୍ନ ପ୍ରତିଯୋଗୀତାକୁ ସ୍ଥାନିତ କରାଯାଇଛି । ପ୍ରତିଯୋଗୀ ମାନେ ଅତ୍ୟନ୍ତ ଉତ୍ସାହିତ ହୋଇ ଅଂଶ ଗ୍ରହଣ କରିଛନ୍ତିଏବଂ ବିଭିନ୍ନ ଗିଫ୍ଟ ଓ ପୁରସ୍କାର ଜିତିବାର ସୁଯୋଗ ପାଇଛନ୍ତି ।
ଓଡ଼ିଶା ସରକାରଙ୍କ ଦ୍ୱାରା ଆଞ୍ଚଳିକ ସ୍ତରରେ ଆୟୋଜିତ କାର୍ଯ୍ୟକ୍ରମ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହା ରାଜ୍ୟର ଅର୍ଥନୈତିକ ସୂଚକାଙ୍କ ଉପରେ ଯଥେଷ୍ଟ ଅଧିକ ପ୍ରଭାବ ପକାଇବ ।
ରାଜ୍ୟ
କେଉଁଝରରେ ଜନସାଧାରଣଙ୍କ ସହ ନିଆରା ଢଙ୍ଗରେ ରଜ ପାଳିଲା ଓଡ଼ିଶା ମିଲେଟ ମିଶନ
- Hits: 257











