ଭୁବନେଶ୍ୱର : ପହିଲି ରଜ ଦିନ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଥିଲେ ପିପିଏଲ କର୍ପୋରେଟ ବ୍ୟାପାର ମୁଖ୍ୟ ସୁଧୀର ରଞ୍ଜନ ମିଶ୍ର | ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନ ଠାରେ ମହାମହିମ ରାଷ୍ଟ୍ରପତିଙ୍କ ସହ ଏହି ସୌଜନ୍ୟମୂଳକ ସାକ୍ଷାତ ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା | ସାକ୍ଷାତ ସମୟରେ ଶ୍ରୀ ମିଶ୍ର ମହାମହିମ ରାଷ୍ଟ୍ରପତିଙ୍କୁ ବିଦ୍ୟାଦାୟିନୀ ବରଦାଙ୍କ ଏକ ମୂର୍ତ୍ତୀ ଉପହାର ସ୍ୱରୂପ ପ୍ରଦାନ କରିଥିଲେ | ଦେଶର ସର୍ବୋଚ୍ଚ ପଦବୀରେ ଆସୀନ ମହାମହିମ ରାଷ୍ଟ୍ରପତି ଯେଉଁଭଳି ଆମାୟିକ ସୌଜନ୍ୟତା ପ୍ରଦର୍ଶନ କଲେ ତାହା ତାଙ୍କୁ ଅତ୍ୟନ୍ତ ପ୍ରଭାବିତ କରିଛି ଓ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ସେ ଗର୍ବିତ ବୋଲି କହିଛନ୍ତି ଶ୍ରୀ ମିଶ୍ର |









