ବିଜେପୁର: ବରଗଡ ଜିଲ୍ଲା ବିଜେପୁର ବ୍ଲକ୍ ଅନ୍ତର୍ଗତ ଖରମୁଣ୍ଡା ଗ୍ରାମ ର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ତଥା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ରିତା ସାହୁ ବ୍ଲକ୍ ଅଧ୍ୟକ୍ଷ ମୋତିରାମ ସାହୁଙ୍କ ସହ ଖରମୁଣ୍ଡା ଗ୍ରାମକୁ ପରିଦର୍ଶନ କରିବା ପାଇଁ ଯାଇଥିଲେ । ଗତ ଦୁଇଦିନ ତଳେ ମନ୍ତ୍ରୀ ଙ୍କ ନିକଟକୁ ସ୍ଥାନୀୟ ଲୋକ ଗାଁ ର ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ମନ୍ତ୍ରୀ ମହୋଦୟା ସଙ୍ଗେ ସଙ୍ଗେ ପଦକ୍ଷେପ ଗ୍ରହଣ କରିବା ସହ ଗାଁ କୁ ନିଜେ ଆସି ଗାଁ ପୋଖରୀ , ରାସ୍ତା ଦେଖିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ମନ୍ତ୍ରୀ ମହୋଦୟା ଙ୍କ ବିଧାୟକ ପାଣ୍ଠି ରୁ ଗାଁ ର ଶ୍ରୀ ଶ୍ରୀ ଜଗନ୍ନାଥ ରଘୁନାଥ ମନ୍ଦିର ର ରଙ୍ଗ କାର୍ଯ୍ୟ ଖୁବ୍ ସୁନ୍ଦର ହୋଇଥିବା ଦେଖିବାକୁ ପାଇ ଖୁସୀ ବ୍ୟକ୍ତ କରିଥିଲେ । ଗ୍ରାମର ବିଭିନ୍ନ ପଡା କୁ ବୁଲିବାକୁ ଯାଇ ଲୋକଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ମନ୍ତ୍ରୀ ଙ୍କୁ ପାଖରେ ପାଇ ଲୋକଙ୍କ ମନରେ ମଧ୍ୟ ଉତ୍ସାହ ପରିଲକ୍ଷିତ ହେଉଥିଲା। ଏହି ଗ୍ରସ୍ତ ସମୟରେ ସ୍ଥାନୀୟ ସରପଞ୍ଚ ମନୋଜ ପ୍ରଧାନ , ସମାଜସେବୀ ତଥା ବିଜୁ ମହିଳା ଜନତା ଦଳର ଜିଲ୍ଲା IT ସଂଯୋଜିକା ରଶ୍ମିତା ମେହେର , ବରପାଲି ଏନ୍ ଏ ସି ବିଜୁ ମହିଳା ଜନତା ଦଳର IT ସଂଯୋଜିକା ପ୍ରେମାଙ୍ଗିନି ବାରିକ, ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ତଥା ସ୍ଥାନୀୟ ନେତୃମଣ୍ଡଳୀ ଉପସ୍ଥିତ ରହିଥିଲେ ।
ରାଜ୍ୟ
ଲୋକଙ୍କ ସମସ୍ୟା କୁ ନେଇ ମନ୍ତ୍ରୀ ରୀତା ସାହୁଙ୍କ ତ୍ୱରିତ ପଦକ୍ଷେପ
- Hits: 233








