ଅଭିନବ ଉପାୟରେ ରଜ ପାଳନ କରୁଛି ଜୟ ଓଡ଼ିଶା।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଓଡ଼ିଶାର ଗଣପର୍ବ ରଜ ପର୍ବ ପାଳନ କରିବା ପାଇଁ, ବିଭିନ୍ନ ଅଂଚଳରେ ବିଭିନ୍ନ ରଜ ମହୋତ୍ସବ ଅନୁଷ୍ଠିତ ହୋଇଥିବା ବେଳେ, ରାଜଧାନୀର ଭିନ୍ନ ଭିନ୍ନ ବସ୍ତି ବାସିନ୍ଦା ଙ୍କ ନିକଟରେ ସିଧାସଳଖ ପହଞ୍ଚି ଅଭିନବ ଉପାୟରେ ରଜ ମଉଜ କରିଛି ଜୟ ଓଡ଼ିଶା। ୩ଦିନ ବ୍ୟାପୀ ରଜ ପାଳନ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ର ପ୍ରାୟ ୧୨ଟି ବସ୍ତି ଅଞ୍ଚଳ ରେ ପହଞ୍ଚି, କୁନି କୁନି ପିଲା ମାନଙ୍କ ସହ ରଜ ପାଳନ କରୁଛନ୍ତି ଜୟ ଓଡ଼ିଶା ର ସ୍ବେଚ୍ଛାସେବୀ ମାନେ। ଛୋଟ ପିଲାଙ୍କ ପାଇଁ ନୃତ୍ୟ ଗୀତ ସହିତ ବିଭିନ୍ନ ରୋମାଞ୍ଚକର ଖେଳ ପ୍ରତିଯୋଗିତା କରି , ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିବା ସହ ସେମାନଙ୍କ ମଧ୍ୟରୁ ଜଣଙ୍କୁ ରଜ କୁଇନ ମୁକୁଟ ପିନ୍ଧା ଯାଉଛି।

ଏହି କାର୍ଯ୍ୟକ୍ରମରେ ଛୋଟ ପିଲା ଙ୍କ ବ୍ୟତୀତ ସମସ୍ତ ସ୍ଥାନୀୟ ବାସିନ୍ଦା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଖୁବ୍ ଉପଭୋଗ କରିବା ସହ ନିଜ ଅଞ୍ଚଳରେ ଛୋଟ ଛୁଆ ମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବା ସହ ରଜ ଉପଭୋଗ କରୁଥିବାରୁ, ଅଭିଭାବକ ମାନଙ୍କ ଦ୍ଵାରା କାର୍ଯ୍ୟକ୍ରମ ଟି ଅତ୍ୟନ୍ତ ସ୍ବାଗତଯୋଗ୍ୟ ହୋଇପାରିଛି। ଜୟ ଓଡ଼ିଶାର ସଭାପତି ଶ୍ରୀଯୁକ୍ତ ରୁଦ୍ର ନାରାୟଣ ସାମନ୍ତରାୟ ଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ, ସଂଗଠନର ସଦସ୍ୟ ମାନେ ଉପସ୍ଥିତ ରହି ସୁଚାରୁ ପରିଚାଳନା କରୁଛନ୍ତି।

ଭୁବନେଶ୍ୱର ର ବିଭିନ୍ନ ଅଞ୍ଚଳରେ ଅନେକ ସୁନ୍ଦର ରଜ ମହୋତ୍ସବର ଆୟୋଜନ ହୋଇଛି, ତେଣୁ ସହରରେ ବିଭିନ୍ନ ବସ୍ତି ମାନଙ୍କରେ ବାସ କରୁଥିବା ବାସିନ୍ଦା ତଥା ଛୋଟ ପିଲା ମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ସହିତ ରଜ ପର୍ବକୁ ଭରପୁର ଉପଭୋଗ କରାଇବା ପାଇଁ ଏହା ଏକ କ୍ଷୁଦ୍ର ପ୍ରୟାସ ଅଟେ ଓ ରଜ ର ତୃତୀୟ ତଥା ଶେଷ ଦିନରେ ମଧ୍ୟ ବିଭିନ୍ନ ବସ୍ତି ଅଞ୍ଚଳରେ ଏହି ଭଳି କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀଯୁକ୍ତ ସାମନ୍ତରାୟ କହିଛନ୍ତି।

0
0
0
s2sdefault