ବଡ଼ ମାଛ କୁ ଖସେଇବା ପାଇଁ ଛୋଟ ମାଛକୁ ଧରେଇ ଦିଅ ଯାଇ ନାହି ତ ?
ବରଗଡ଼ :- ବରଗଡ଼ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ଅଧୀନରେ ଚାଲିଥିବା ବ୍ଲକ ସ୍ତରୀୟ ସମସ୍ତ ଅଫିସ ଗୁଡିକରେ ଦୁର୍ନୀତି ହେଉଥିବା ଅଭିଯୋଗ ଏକ ସାଧାରଣ କଥା । କାରଣ ବାରମ୍ବାର ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କ ନାମରେ ଜିଲ୍ଲାର ମୁଖ୍ୟ , ଶ୍ରୀ ଭୀମସେନ ସେଠି ( ପି ଡ଼ି ) ଙ୍କୁ ଅଭିଯୋଗ କରିବା ସତ୍ୱେ ସେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଙ୍କର ବିରୋଧରେ କୋଣସି ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ଓଲଟା ଅଜିଯୋଗ କାରୀ ଙ୍କୁ ଧମକ ଦେଉଥିବା ଏକ ଅଡିଓ ( Versions ପିଡ଼ି ଶ୍ରୀ ସେଠି ଜଣେ ଅଭିଯୋଗ କାରୀ ଙ୍କୁ ଖୋଲାଖୋଲି ଭାବରେ ଧମକ ଦେଉଥିଲେ ) ଗତ ଫେବୃୟାରୀ ମାସ ର 11 ତାରିଖ ଦିନ ଲୋକ ଲୋଚନ କୁ ଆଣିଥିଲୁ । ଏତେ ସବୁ ହେବା ପରେ ମଧ୍ୟ ନିଜର ଅକ୍ଷମତା ହେଉ ବା ଅପାରଗତା ହେଉ ବା କୋଣସି ଚାପ ହେଉ ପିଡ଼ି ମହାଶୟ ଙ୍କର ନୀରବତା ଦୁର୍ନୀତି ଗ୍ରସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସିଧାସଳଖ ଭାବରେ ସଂରକ୍ଷଣ ପ୍ରଦାନ କରୁଛି ।
ଗତ ଏପ୍ରିଲ ମାସରେ ଗାଇସିଲେଟ ଠାରେ ଅନୁଷ୍ଠିତ ହୋଇଥିବା ବରଗଡ଼ ଜିଲ୍ଲାପାଳ ଙ୍କର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଜଳବିଭାଜିକା ର ଗାଇସିଲେଟ ଅଫିସ ଦ୍ୱାରା କରା ଯାଇଥିବା ଦୁଇ ଗୋଟି କାମ ଉପରେ ଅଭିଯୋଗ ହୋଇଥିଲା । ଜିଲ୍ଲାପାଳ ଏହି ଅଭିଯୋଗ ଉପରେ ତଦନ୍ତ ନିର୍ଦେଶ ଦେବାପରେ ବିଭାଗ ର ତିନିଜଣ କର୍ମଚାରୀ ଓ ଜଣେ ଆଉଟ ସୋରସିଂ କର୍ମଚାରୀ ଙ୍କୁ ଅନିୟମିତତା କରିଥିବା ଦର୍ଶାଇ ସେମାନ ଙ୍କର ନିକଟରୁ ପ୍ରାୟ ତିନି ଲକ୍ଷ ସତୁରି ହଜାର ଟଙ୍କା ର ରିକଭରି , ସାତ ଦିନ ମଧ୍ୟରେ ସରକାରୀ ଖାତା ରେ ଜମା କରିବାର ନିର୍ଦେଶ ଗତ ମାସ 26 ତାରିଖ ଦିନ ଜିଲ୍ଲା ପ୍ରଶାସନ ର ଚିଠି ନମ୍ବର 2972 ଉଲ୍ଲେଖ କରିଥିଲେ । ବିଶ୍ୱସ୍ଥ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଉପରୋକ୍ତ ଚାରିଜଣ ଅଧିକାରୀ ମାନେ ଆଜି ସୁଦ୍ଧା ଏକ ଟଙ୍କା ମଧ୍ୟ ସରକାରୀ ଖାତାରେ ଜମା କରୀ ନାହାନ୍ତି ।
ଅନ୍ୟପଟେ ଏହି ଦୁର୍ନୀତି ଘଟଣା କୁ ନେଇ ଗାଇସିଲେଟ ବିଡ଼ିଓ ଙ୍କର ଚିଠି ନମ୍ବର 1877 କୁ ଭିତ୍ତି କରି ଗାଁଇସିଲେଟ ଥାନାରେ ଜଳବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ର ଆଉଟ ସୋରସିଂ ମନରେଗା ସହାୟକ ବିଶ୍ୱ ରଞ୍ଜନ ସେଠ ଓ ତୁଷାର କାନ୍ତ ସାହୁ ନାମରେ କେଶ ନମ୍ବର 95/ 23 ଧାରା 420 , 34 ipc ରେ କେଶ ରୁଜୁ ହୋଇଥିବା ବେଳେ ଏହି ଦୁହି ଅଭିଯୁକ୍ତ ବର୍ତ୍ତମାନ ଫେରାର ଅଛନ୍ତି ।
ଅନ୍ୟପଟେ ଯେଉଁ ଫିରିଙ୍ଗିମାଲ ଗ୍ରାମ ପଞ୍ଚାୟତ ର ସୁଲପାଣି ସାହୁ ଙ୍କର ଫାର୍ମ ପଣ୍ଡ (ୱାର୍କ କୋଡ଼ ନମ୍ବର wc 2414008/if/10615741 ) ର କାମ ମେସିନ ଦ୍ୱାରା କରାଯାଇଥିବା ଦର୍ଶାଇ ଓ ଏହି ଫାର୍ମ ପଣ୍ଡ ଟି ସରକାରୀ ଜାଗାରେ ରହିଥିବା ଉଲ୍ଲେଖ କରି ଅଭିଯୋଗ ପ୍ରମାଣିତ ହୋଇଥିଲା ଓ ଏହା ବଦଳରେ ଚାରିଜଣଙ୍କୁ ରିକଭରି ଓ ଦୁଇ ଜଣଙ୍କ ନାମରେ ଥାନାରେ ମାମଲା ହୋଇଥିଲା ବାସ୍ତବରେ ଏବେ ଜନସାଧାରଣ ଙ୍କର ସମ୍ମୁଖ କୁ ଆହୁରି କିଛି ଅଧିକ ତଥ୍ୟ ଆସିଛି । ଆମକୁ ପ୍ରାପ୍ତ ହୋଇଥିବା ତଥ୍ୟ ଅନୁସାରେ ବରଗଡ଼ ବିଭାଗୀୟ ପିଡ଼ି ଙ୍କର ଚିଠି ନମ୍ବର 56 Dt, 13/01/23 ଅନୁସାରେ ଉକ୍ତ ଦିନ ପରେ ତତ୍କାଳୀନ ପି ଆଇ ଏ ଶ୍ରୀ ସୂର୍ୟ୍ଯମଣୀ ବାଗ ଙ୍କର ପରିବର୍ତେ ତୁସରକାନ୍ତ ସାହୁ ମାନରେଗାର ଏମ ଆର ଜେନେରେଟ କରିବେ । ଏହି ଆଦେଶ ର ମେମୋ ନମ୍ବର 57 ଶ୍ରୀ ସୂର୍ଯ୍ୟମଣି ବାଗ ଙ୍କୁ ଓ 58 ତୁସରକାନ୍ତ ସାହୁ ଙ୍କୁ ପ୍ରଦାନ ମଧ୍ୟ କରାଯାଇଥିଲା । ଏହି ସ୍ଥାନରେ ଏହି କଥା ଉଲ୍ଲେଖ କରିବାର କାରଣ ଏହି କି ଯେ ସୁଲପାଣି ସାହୁ ଙ୍କର ଫାର୍ମ ପଣ୍ଡ ର କାମ ତତ୍କାଳୀନ ପି ଆଇ ଏ ସୂର୍ଯ୍ୟମଣି ବାଗ ଙ୍କର ସମୟରେ ଆରମ୍ଭ ହୋଇଛି , କେବଳ ଆରମ୍ଭ ହୋଇ ନାହିଁ ଯଦି ମେସିନ ରେ ହୋଇଛି ତେବ ତୁରନ୍ତ ସରି ମଧ୍ୟ ଯାଇଛି । କେବଳ ପାଖାପାଖି100 ଗୋଟି ହାଜିରା ତୁଷାରକାନ୍ତ ସମୟରେ ପଡିଥିବା ବେଲେ ଅବଶିଷ୍ଟ ପ୍ରାୟ 400 ଗୋଟି ହାଜିରା ସୂର୍ଯ୍ୟମଣି ବାଗ ଙ୍କର ସମୟରେ ପଡିଛି । ଏହି କାର୍ୟ୍ଯ କେଉଁ ସ୍ଥାନରେ ହେଉଛି Sabu ବାବଦରେ ପ୍ରକୃତ ତଥ୍ୟ ସୂର୍ଯ୍ୟମଣି ବାଗ ଙ୍କର ପାଖରେ ରହିବା କଥା । ଆମେ କାହାରିକୁ ଆକ୍ଷେପ କରୁ ନାହୁଁ । ଆମେ କେବଳ ଏତିକି କହୁଛୁ ଯେ ସରକାରୀ ଜାଗାରେ ଜଣେ ଲୋକ ଙ୍କର ନାମରେ ମନରେଗା ଯୋଜନାରେ ମେସିନ ସାହାଯ୍ୟ ରେ କାମ ଆରମ୍ଭ କରିଥିବା ଅଧିକାରୀ ଦୋଷୀ ନୁହଁନ୍ତୁ କି ? ଜିଲ୍ଲାପାଳ ଙ୍କର ଦ୍ୱାର ଦିଆଯାଇଥିବା ତଦନ୍ତ ନିର୍ଦେଶ ରେ ସୂର୍ଯ୍ୟମଣି ବାଗ ଙ୍କୁ ତଦନ୍ତ ପରିସର ଭୁକ୍ତ କରାଯିବା ପାଇଁ ବିଭାଗୀୟ ପିଡ଼ି ଶ୍ରୀ ଭୀମସେନ ସେଠି ତଦନ୍ତ କାରୀ ଦଳଙ୍କୁ ପ୍ରସ୍ତାବ ଦେଇଥିଲେ କି ?
ଏଠାରେ ସୂଚନାଯୋଗ୍ୟ ଯେ ସୂର୍ଯ୍ୟମଣି ବାଗ ପାଇକମାଲ ରେ ପି ଆଇ ଏ ଥିବା ସମୟରେ ତାଙ୍କ ନାମରେ ଅନେକ ଅଭିଯୋଗ ପ୍ରମାଣ ସହିତ ପିଡ଼ି ଙ୍କ ନିକଟରେ ଉପସ୍ଥାପନ କରାଯାଇଛି । ହେଲେ ପିଡ଼ି କେବେ ବି ଶ୍ରୀ ବାଗ ଙ୍କର ବିରୋଧ ରେ କୋଣସି ପଦକ୍ଷେପ ନେଇ ନାହାନ୍ତି । ବୋଧହୁଏ ଏହି କାରଣରୁ ବିଭାଗୀୟ ପିଡ଼ି ମହାଶୟ ଗାଇସିଲେଟ ସୁଲପାଣି ସାହୁ ଫାର୍ମ ପଣ୍ଡ ଘୋଟଲା ରେ ନିଜର ପ୍ରିୟ ଅଧିକାରୀ ସୂର୍ଯ୍ୟମଣି ବାଗ ଙ୍କର ପ୍ରାଥମିକ ଭୂମିକା ବାବଦରେ ତଦନ୍ତ କାରି ଦଳ ଙ୍କୁ ସୂଚନା ଦେଇ ନଥିଲେ ।











