ଜଗତସିଂହପୁର/ସୁମନ୍ତ କୁମାର ଦାସ:ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ବ୍ଲକ ଉନ୍ନୟନ ଅଧିକାରୀ ସାଗର କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାସ୍ତରୀୟ ଲୋକକଳା ଦିବସ ପାଳିତ ହୋଇଯାଇଛି। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଲୋକକଳା ଦିବସ ୨୦୨୩ ମହାସମାରୋହରେ ପାଳିତ ହୋଇଯାଇଛି। ଲୋକକଳାର ପ୍ରଚାର ପ୍ରସାର ପାଇଁ ଓ ଓଡ଼ିଆ ଭାଷା ସାହିତ୍ୟ ସଂକୃତି ବିଭାଗ ପକ୍ଷରୁ ପ୍ରତିବର୍ଷ ଜୁନ ୧୪ରେ ସାରା ରାଜ୍ୟରେ ଲୋକକଳା ଦିବସ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ବିଜେଡି ମୁଖ୍ୟ ସଚେତକ ତଥା ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଜିଲ୍ଲାପରିଷଦ ସଭାପତି ମନୋଳ କୁମାର ଭୋଇ, ବ୍ଲକ ଅଧ୍ୟକ୍ଷା କନକପ୍ରଭା ଲେଙ୍କା, ବ୍ଲକ ଉପାଧ୍ୟକ୍ଷ ରତିରଞ୍ଜନ ବେହେରା, ପୌରନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ମ, ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା, ଜିଲ୍ଲାସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲାକଳା ସଂସ୍କୃତି ସଂଘର ଉପସଭାପତି ଅଭିମନ୍ୟୁ ନାୟକ, ପ୍ରମୁଖ ଅତିଥୁ ଭାବେ ଯୋଗ ଦେଇ କହିଥିଲେ l ଲୋକକଳାର ପ୍ରଚାର ପ୍ରସାର ଓ ପୁର୍ନଉଦ୍ଧାର ପାଇଁ ରାଜ୍ୟ ସରକାର ଲୋକକଳା ସଂଘ ବ୍ୟବସ୍ଥା ଆରମ୍ଭ କରିଥିଲେ। ଲୋକକଳାଦିବସ ପାଳନ ଅବସରରେ ଆୟୋଜିତ ପୋଡ଼ପିଠା, ଝୋଟି, ରଜଗୀତ ପ୍ରତିଯୋଗିତାର କୃତୀ ପ୍ରତିଯୋଗିତା ମାନଙ୍କୁ ମୁଖ୍ୟ ଅତିଥ୍ ଦ୍ୱାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ବାସୁଦେବ ନୃତ୍ୟକଳା ପାଲା, ସଂକୀର୍ଜିନ, ଦୁର୍ଗା, ଡ୍ୟାନସ୍, ଗ୍ରୁପର କଳାକାର ମାନେ ଅଂଶଗ୍ରହଣ କରିଥିଲେ । ଶେଷରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଜୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ପଞ୍ଚାୟତ ସମିତି, ଜଗତସିଂହପୁର ବିପିଏମ୍ ପ୍ରତାପ ରୁଦ୍ର ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଉତ୍ସବରେ ଲୋକ କଳାକାର ଏସଏଚଜି ମହିଳା, ପଞ୍ଚାୟତ ପ୍ରତିନିଧି ସରକାରୀ କର୍ମଚାରୀମାନେ ଓ ବୃଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ।











