ହେଡଲାଇନସ୍:

ଆସିବେନି ଶାହା, ଗସ୍ତ ହେଲା ସ୍ଥଗିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୨୨ରେ କଳାହାଣ୍ଡି ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି ନଡ୍ଡା

ଭୁବନେଶ୍ୱର: ଆସିବେନି ଅମିତ ଶାହା, ଗସ୍ତ ହେଲା ସ୍ଥଗିତ | ଏ ନେଇ ସୂଚନା ଦେଇଛି ରାଜ୍ୟ ବିଜେପି ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଆସନ୍ତା ୧୫ ତାରିଖ ଗୁରୁବାର ଦିନ ଗୁଜୁରାଟ ରାଜ୍ୟର ଉପକୁଳବର୍ତୀ ସ୍ଥଳଭାଗ ଛୁଇଁବା ସହ ବ୍ୟାପକ ମାତ୍ରାରେ କ୍ଷୟକ୍ଷତି ଘଟିବାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହି ବିପର୍ଯ୍ୟୟ ସ୍ଥିତିର ମୁକାବିଲା କରିବା ପାଇଁ ଏବଂ ଧନଜୀବନ କ୍ଷୟକ୍ଷତିକୁ ହ୍ରାସ କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତ କରାଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ୍ ଶାହା ପାଣିପାଗ ବିଭାଗ, ଏନଡିଆରଏଫ୍ ସହ ମିଶି ପ୍ରତି ମୁହୁର୍ତରେ ସ୍ଥିତିର ସମୀକ୍ଷା କରୁଛନ୍ତି । ପାଖାପାଖି ୪୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ବିପର୍ଯ୍ୟୟ ବାତ୍ୟାର ଭୟାଭୟତାକୁ ଉପଲବ୍ଧ କରିବା ସହ ସ୍ଥିତିର ମୁକାବିଲା କରିବା ଦୃଷ୍ଟିକୋଣରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅମିତ୍ ଶାହାଙ୍କ ଆସନ୍ତା ୧୭ ତାରିଖ ଓଡିଶା ଗସ୍ତ କାର୍ଯ୍ୟକ୍ରମକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଏହି ସଂକଟ ଟଳିବା ପରେ ବହୁ ଶୀଘ୍ର ଶ୍ରୀ ଶାହାଙ୍କ ଗସ୍ତ କାର୍ଯ୍ୟକ୍ରମର ତାରିଖ ଧାର୍ଯ୍ୟ ହେବ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ଅପର ପକ୍ଷରେ ଆସନ୍ତା ୨୨ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି ନଡ୍ଡାଙ୍କ କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମରେ କୈାଣସି ପରିବର୍ତନ ହୋଇନାହିଁ ବୋଲି ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି । ଏହି ଅବସରରେ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ୍ ଉପସ୍ଥିତ ଥିଲେ ।

0
0
0
s2sdefault