ହେଡଲାଇନସ୍:

ପାଣ୍ଡିଆନଙ୍କୁ କଂଗ୍ରେସର ପ୍ରଶ୍ନ : କେଉଁ ବୈଧାନିକ କ୍ଷମତାରେ ସଚିବ ଆସୁଛନ୍ତି ଜଳେଶ୍ଵର?

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୧୪ ଟି ପ୍ରଶ୍ନ ରଖିଲେ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ l

ଜଳେଶ୍ଵର : ଆସନ୍ତା ଜୁନ ୨୨ ତାରିଖରେ 5t ସଚିବ ଶ୍ରୀ ଭି କେ ପାଣ୍ଡିଆନ ଙ୍କ ଜଳେଶ୍ଵର ଗସ୍ତ କାର୍ଯ୍ୟକ୍ରମ ରହିଛି l ତାଙ୍କର ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମନ୍ତ୍ରୀ ଅଶ୍ଵିନୀ ପlତ୍ର ଦୁଇ ଦିନ ତଳେ ଏକ ପ୍ରସ୍ତୁତି ବୈଠକ ଡାକିଥିଲେ l ଆଜି କଂଗ୍ରେସ ପକ୍ଷରୁ ଏହି ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇଥିଲା ଯେଉଁଥିରେ 5t ସଚିବଙ୍କୁ ୧୪ ଟି ପ୍ରଶ୍ନ ପଚରା ଯାଇଛି l
★ 5t ସଚିବ ଜଳେଶ୍ଵର କୁ କେଉଁ ବୈଧାନିକ କ୍ଷମତାରେ ଆସୁଛନ୍ତି? ଜଣେ ସରକାରୀ ଅଧିକାରୀ ଭାବରେ ନା ବିଜେଡି ଦଳର ନେତା ଭାବରେ ଆସୁଛନ୍ତି ? ଯଦି ସରକାରୀ ଅଧିକାରୀ ଭାବରେ ଆସୁଛନ୍ତି ତେବେ କେବଳ ବିଜେଡି ଆୟୋଜିତ ସଭାରେ କାହିଁକି ଯୋଗ ଦେବେ? ସାଧାରଣ ଜନତାଙ୍କୁ କାହିଁକି ଭେଟିବେ ନାହିଁ?
★ମନ୍ତ୍ରୀ ବଡ଼ ନା ସଚିବ? ଯଦି ମନ୍ତ୍ରୀ ବଡ଼ ତେବେ ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମନ୍ତ୍ରୀ ପ୍ରସ୍ତୁତି ବୈଠକ ଡାକିବା ଲଜ୍ଜା ଜନକ ନୁହଁ କି?
★ 5t ରେ ଟ୍ରାନସପରେନ୍ସି ଏକ ବଡ଼ ଦିଗ l ଏହାର ସଚିବ ଭାବରେ ଜଳେଶ୍ଵର ପଞ୍ଚାୟତ ସମିତି ଓ ମ୍ୟୁନିସିପାଲଟି ରେ ହେଉଥିବା ବ୍ୟାପକ ଦୁର୍ନୀତି ବିଷୟରେ ସେ ଅବଗତ ଅଛନ୍ତି କି? ବିଭିନ୍ନ ସ୍ଥାନରେ ହୋଇଥିବା ଦୁର୍ନୀତି କୁ ନେଇ ତାଙ୍କୁ ମଧ୍ୟ ଅଭିଯୋଗ ଲୋକ ଦେଇଛନ୍ତି l ସେସବୁ ଉପରେ ସେ କଣ କାର୍ଯ୍ୟାନୁଷ୍ଠନ ନେଇଛନ୍ତି l
★ 5t ସଚିବ ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କ ସଶକ୍ତିକରଣ ବିଷୟରେ ଭାଷଣ ଦେଉଛନ୍ତି l ଚମlରଗାଁ ପଞ୍ଚାୟତରେ ମିଶନ ଶକ୍ତି ର ଗାଈ ଯୋଗାଣରେ ବଡ଼ ଘୋଟଲl ହେଲା l ସେଥିରେ ସଂପୃକ୍ତ କର୍ମଚାରୀ ଓ ଅଫିସର ମାନଙ୍କ ଉପରେ କାହିଁକି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ଯାଇନାହିଁ ?
★ କଳମା ପଞ୍ଚାୟତରେ ୩୮ ଲକ୍ଷ ଟଙ୍କା ସରକାରୀ ଦଳର ନେତା ମାନେ ଆତ୍ମସାତ କଲେ l ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇ କାହିଁକି ବନ୍ଦ ହେଲା,?
★ ଖୁଆଡ୍ ପଞ୍ଚାୟତରେ ହର୍ଶ୍ଚନ୍ଦ୍ର ଯୋଜନା, ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା ଇତ୍ୟାଦି ରେ ବ୍ୟାପକ ଘୋଟଲା ହେଲା l ଗଣ ମାଧ୍ୟମରେ ବାରମ୍ବାର ପ୍ରକାଶ ପାଇବା ପରେ ମଧ୍ୟ କାହିଁକି ଓ କାହାର ପ୍ରରୋଚନାରେ ତଦନ୍ତ ହେଲା ନାହିଁ ?
"କି କେ ଭଟ୍ଟର ହସ୍ପିଟାଲ ର ଶିଶୁ ଓ ପ୍ରସୂତି ସେବା କେନ୍ଦ୍ର ୫ କୋଟି ଟଙ୍କାରେ ନିର୍ମିତ ହେଲାପରେ କାହିଁକି ୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଲା ନାହିଁ l ହlତିଗଡ ସି ଏଚ ସି ଓ ଅନ୍ୟାନ୍ୟ ପି ଏଚ୍ ସି ଗୁଡିକରେ ରେ କାହିଁକି ଡାକ୍ତର ନାହାନ୍ତି l
★ 5t ସ୍କୁଲ ଗୁଡିକରେ ରୁପାନ୍ତିକରଣ ନାମରେ ବ୍ୟାପକ ହାରିଲୁଟ ହେଲା l ଗଣ ମାଧ୍ୟମରେ ପ୍ରକାଶ ପାଇଲା ଦୁର୍ନୀତି ବିଷୟରେ l କାହିଁକି ପ୍ରଶାସନ ଚୁପ୍ ବସିଲା? 5t ସଚିବ ଭାବରେ ଏହାର ତଦନ୍ତ କରିବାକୁ ସେ ସାହସ କରିବେକି?
★ ରାଇବଣିଆ ଦୁର୍ଗ ର ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଅନୁଦାନ ଆସିଲା l ସେ ସବୁ କୁଆଡେ ଗଲା?
★ ରୁର୍ବlନ୍ ଯୋଜନାରେ ରାଇବଣିଆ ରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା କାଗଜ ପତ୍ରରେ l ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଗଣ ମାଧ୍ୟମରେ ପ୍ରକାଶ ପାଇଲା l କିନ୍ତୁ ସରକାର ନୀରବ କାହିଁକି?
★ ବ୍ଲକ ରେ ପିସି ଏବେ ୨୦ ରୁ ୩୫ ଶତାଂଶ ନିଆ ଯାଉଛି l ଏ ବିଷୟରେ ସେ ଅନୁସନ୍ଧାନ କରିବେକି ଓ ପଦକ୍ଷେପ ନେବେ କି?
★ ଜଳେଶ୍ଵର ମ୍ୟୁନିସିପାଲଟି ରେ ମହାନାଳ ଖୋଳl, ସଫେଇ, ଆଇ ଲଭ ଜଳେଶ୍ଵର ପାର୍କ, ଶିଶୁ ଉଦ୍ୟାନ, ମୁକ୍ତ ଆକାଶ ଜିମ୍, ମୁକ୍ତା ଯୋଜନାରେ ବ୍ୟାପକ ହରିଲୁଟ୍ ହୋଇଛି l ଲୋକେ ବାରମ୍ବାର ଅଭିଯୋଗ ଆଣୁଛନ୍ତି l ମାତ୍ର ପ୍ରଶାସନ କାହିଁକି ଚୁପ୍ ବସିଛି ? ସେ ବିଷୟରେ ସେ ଅନୁସନ୍ଧାନ କରିବେକି?
★ ବସୁଧା ଯୋଜନାରେ ନିର୍ମିତ ଅନେକ ପାଣି ଟାଙ୍କି ଓ ପାଇପ ଜଳ ଯୋଗାଣ ଆରମ୍ଭରୁ ଖରାପ ହୋଇ ପଡ଼ିଛି l ଲୋକଙ୍କ ଅଭିଯୋଗ ସତ୍ବେ କାହିଁକି ଅଧିକାରୀ ଓ ଠିକାଦାର ଉପରେ କାର୍ଯ୍ୟାନୁଷ୍ଠନ ନିଆ ଯାଇନାହିଁ?
★ ଗ୍ରାମ ସଭାରେ ଅନୁମୋଦିତ ପ୍ରକଳ୍ପ ଗୁଡ଼ିକୁ ମନ ଇଚ୍ଛା ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ବିଡ଼ିଓ କାହିଁକି ବଦଳାଇ ଦେଉଛନ୍ତି?
★ ଜଳ ବନ୍ଦୀ ଜଳେଶ୍ଵର ଅଞ୍ଚଳର ଏକ ପ୍ରମୁଖ ସମସ୍ୟା l ପଶ୍ଚିମ ବଙ୍ଗ ର ବଳକା ବର୍ଷା ପାଣି ଓ ସୁବର୍ଣ୍ଣରେଖାର ବନ୍ୟା ପାଣି ରେ ଉବୁଟୁବୁ ହୁଏ ଜଳେଶ୍ଵର l ଏଥିରୁ ଜଳେଶ୍ଵର କୁ ଉଦ୍ଧାର କରିବା ପାଇଁ ସୁବର୍ଣ୍ଣରେଖା ସଂସ୍କାର ଯୋଜନା ରାଜ୍ୟ ସରକାର ୨୦୦୯ ମସିହାରେ ଘୋଷଣା କରିଥିଲେ l ସଚିବ ସେ ବିଷୟରେ ଜାଣନ୍ତି କି? ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସେ ପଦକ୍ଷେପ ନେବେ କି?
★ ମ୍ୟୁନିସିପାଲଟି ରେ ଭୂତ କର୍ମଚାରୀ କାମ କରୁଛନ୍ତି l କର୍ମଚାରୀ ଭାବରେ ସେମାନଙ୍କ ନାମ ଅଛି, ସେମାନେ ଦରମା ନିଅନ୍ତି ମାତ୍ର ଅଫିସ ଆସନ୍ତି ନାହିଁ l ଏ ବିଷୟରେ ସଚିବ ତଦନ୍ତ କରିବେ କି?
★ ଜଳେଶ୍ଵର ରେ ହଜାର ହଜାର ଲୋକ ଭୂମିହୀନ l ସେମାନେ ମୁଖ୍ୟତଃ ଆଦିବାସୀ, ତଫସିଲ ଭୁକ୍ତ ଜାତି ଓ ଗରିବ ଶ୍ରେଣୀର l ସରକାର ୨୦୦୮ ମସିହାରେ ବସୁନ୍ଧରା ଯୋଜନା ମାଧ୍ୟମରେ ସେମାନଙ୍କୁ ୪ ଡିସିମିଲ ଘରବାଡ଼ି ପଟ୍ଟା ଦେବେ ବୋଲି କହିଥିଲେ l କାହିଁକି ଏହା ଜଳେଶ୍ଵର ରେ କାର୍ଯ୍ୟକାରୀ ହୋଇ ନାହିଁ?
★ ବ୍ଲକ, ତହସିଲ ଓ ଅନ୍ୟାନ୍ୟ ସରକାରୀ ଅଫିସରେ କର୍ମଚାରୀ ମରୁଡି l ଫଳରେ ଲୋକେ ସେବା ପାଇ ପାରୁନାହାନ୍ତି l ସେଥି ପାଇଁ ସଚିବ ଦୃଷ୍ଟି ଦେବେ କି?
★ 5t ସ୍କୁଲ ର ରୁପlନ୍ତିକରଣ ନାମରେ କୋଟି କୋଟି ଟଙ୍କା ଆତ୍ମସାତ ହୋଇଛି ଜଳେଶ୍ଵର ରେ l ସଚିବ ଏହାର ତଦନ୍ତ କରି ଦୁର୍ନୀତିଖୋର୍ ମାନଙ୍କୁ ଉଚିତ୍ ଦଣ୍ଡ ଦେବା ର ସାହସ କରିବେ କି ?
ଉପରୋକ୍ତ ପ୍ରଶ୍ନ ଗୁଡ଼ିକୁ ଆଜି ସାମ୍ବାଦିକ ସମ୍ମିଳନୀ ରେ ପଚାରିଥିଲେ କଂଗ୍ରେସ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ l ଯଦି ସଚିବ ଉତ୍ତର ନରଖନ୍ତି ତେବେ ତାଙ୍କର ଗସ୍ତ ସମୟରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ହେବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି l
ଆଜିର ସାମ୍ବାଦିକ ସମ୍ମିଳନୀ ରେ ଶ୍ରୀ ଦାସଙ୍କ ସମେତ ଶ୍ରୀ ସତ୍ୟ ସୁନ୍ଦର ଦାସ, ବ୍ଲକ ସଭାପତି ରାଜୀବ ପରିଡ଼ା, ଟାଉନ ସଭାପତି ଗିରିଜା ଶଙ୍କର ଦାସ, କିଶନ କଂଗ୍ରେସ ସଭାପତି ସୁଦାମ ପାତ୍ର, ପ୍ରଣବ ଚାନ୍ଦ, ଅଜିତ ସେଥି, ଆଶିଷ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ l

0
0
0
s2sdefault