ହେଡଲାଇନସ୍:

ମଧୁବାବୁ ପେନସନ ଯୋଜନା : ଭତ୍ତା ବଣ୍ଟନ କଲେ ବିଧାୟିକା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଠାରେ ଏକ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନା ରେ ଅଧ୍ୟକ୍ଷା ସାବିତ୍ରୀ ବାଗ , କାର୍ଯନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ଙ୍କ ସହ ଏନ ଏ ସି ଅଂଚଳର ନୂତନ ଭାବରେ ସାମିଲ ହୋଇଥିବା ୨୭ ଜଣ ହିତାଧିକାରୀ ଙ୍କୁ ଭତ୍ତା ପ୍ରଦାନ କରିଛନ୍ତି l ଏହି ଯୋଜନା ରେ ଆଗରୁ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରାୟ ୧୦୫୧ ଜଣଙ୍କୁ ଏହି ଯୋଜନାରେ ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ଭତ୍ତା ପ୍ରଦାନ କରାଯାଉଥିଲା l ବୟୋଜ୍ୟେଷ୍ଠ ମାନେ ଭତ୍ତା ପାଇଥିବାରୁ ଖୁସି ରେ ବିଧାୟିକା ଙ୍କୁ ଧନ୍ୟବାଦ ଜଣାଇଥିଲେ l ଏହି କାର୍ଯ୍ଯକ୍ରମରେ ସମସ୍ତ କାଉନ୍ସିଲର ଙ୍କ ସମେତ ଏନ୍ ଏ ସି ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l

0
0
0
s2sdefault