ହେଡଲାଇନସ୍:

ବୁକୁରାମୁଣ୍ଡାରେ କୃଷି ସମବାୟ ସମିତିର ଉଦଘାଟନ କଲେ ବିଧାୟିକା ବର୍ଷା ସିଂ ବରିହା l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର /ଶିବାଶିଷ ପଟ୍ଟନାୟକ : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଠାରେ ଏକ ନୂତନ କୃଷି ସମବାୟ ସମିତି ର ଶୁଭାରମ୍ଭ ହୋଇଛି । ଏହାକୁ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି , ପାଇକମାଲ ବ୍ଲକ ଅଧ୍ୟକ୍ଷା ଭାବାନା ସିଂ ସମ୍ମାନୀତ ଅତିଥି ଯୋଗ ଦେଇ ଉଦଘାଟନ କରିଛନ୍ତି l ଅଂଚଳର ଚାଷୀ ଭାଇ ମାନଙ୍କୁ ପୂର୍ବରୁ ଲଖମରା ସମବାୟ ସମିତି କୁ ଯିବାକୁ ପଡୁଥିଲା l ଏଣିକି ଚାଷୀ ଭାଇ ମାନେ ନିଜ ଘର ପାଖରେ କୃଷି ସମବାୟ ସମିତି ର ସମସ୍ତ କାର୍ଯ୍ୟ ସମ୍ପାଦନ କରିପାରିବେ ବୋଲି ବିଧାୟିକା କହିଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ବିଜେଡି ସଭାପତି ରାଜେନ୍ଦ୍ର ରାଉତ, ବରିଷ୍ଠ ନେତା ହୃଦାନନ୍ଦ ବାରିକ,ବ୍ଲକ୍ ଯୁବ ବିଜେଡି ସଭାପତି ଗୌତମ ସିଂ ଉପସ୍ଥିତ ଥିଲେ l

0
0
0
s2sdefault