ହେଡଲାଇନସ୍:

ଦୁଇ ମାତୃହୀନ ଶିଶୁଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ନିର୍ଦ୍ଦେଶରେ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଠାରେ କରାଗଲା ଥଇଥାନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର/ଅଶୋକ ସାହୁ: ନନ୍ଦାହାଣ୍ଡି ବ୍ଲକର ଜଗନ୍ନାଥପୁର ଗ୍ରାମପଂଚାୟତର ପୋଲୁଗୁଡା ଗ୍ରାମର  ଦୁଇ ମାତୃହୀନ ଶିଶୁଙ୍କୁ ନନ୍ଦାହାଣ୍ଡି ବ୍ଳକ ପ୍ରଶାସନ ପକ୍ଷରୁ ଉଦ୍ଧାର କରି ଜିଲ୍ଲା ଶିଶୁ ମଙ୍ଗଳ କମିଟିର ନିର୍ଦ୍ଦେଶରେ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଠାରେ ଥଇଥାନ କରାଯାଇଛି।ନନ୍ଦାହାଣ୍ଡି ସିଡ଼ିପିଓ ସସ୍ମିତା ମହାନ୍ତି ଓ ଫୁପୁଗାଁ ଅଙ୍ଗନବାଡ଼ି କର୍ମୀ ଜୟନ୍ତୀ ଜାନି ଦୁଇ ଶିଶୁ ପୁତ୍ର ଉମେଶ (୪ ବର୍ଷ) ଓ ରମେଶ (୨ ବର୍ଷ)ଙ୍କୁ ପୋଲୁଗୁଡା ଗ୍ରାମର ଦିନ ମଜୁରିଆ ତ୍ରିନାଥ ଜାନୀଙ୍କ ଠାରୁ ଉଦ୍ଧାର କରି,ତ୍ରିନାଥଙ୍କ ପରିବାରବର୍ଗ ସହିତ ନବରଙ୍ଗପୁର ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରିଥିଲେ। ଶିଶୁ ମଙ୍ଗଳ କମିଟିର ସଦସ୍ୟ ସନ୍ତୋଷ ଷଡଙ୍ଗୀ ଓ ରବୀନ୍ଦ୍ର ପଧାନ ଉପସ୍ଥିତ ପରିବାରଵର୍ଗଙ୍କ ସହିତ ଆଲୋଚନା କରି,ସେମାନଙ୍କ ସହମତି ପରେ ଦୁଇ ଶିଶୁଙ୍କୁ ନବରଙ୍ଗପୁର ସ୍ଥିତ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଠାରେ ଶିଶୁମାନଙ୍କୁ ୬ବର୍ଷ ହେବା ପର୍ଯ୍ୟନ୍ତ ଥଇଥାନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।ନିର୍ଦ୍ଦେଶ ଜାରି ପରେ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ସାଗର ପଟ୍ଟନାୟକ ଓ ସମାଜକର୍ମୀ ରମ୍ଭା ପୂଜାରୀ ଉଭୟ ଶିଶୁଙ୍କ ଦାୟିତ୍ୱଭାର ଗ୍ରହଣ କରିଥିଲେ। ନିଷ୍ପତ୍ତି ଗ୍ରହଣ ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଶିଶୁ ଯତ୍ନ ଆନୁଷ୍ଠାନିକ ଅଧିକାରୀ କୁନିମଣି ସ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ।ପ୍ରକାଶ ଥାଉକି ଗତ ୬ ମାସ ତଳେ ପୋଲୁଗୁଡା ଗ୍ରାମର ତ୍ରିନାଥ ଜାନୀଙ୍କ ସ୍ତ୍ରୀ ବିମଳା ଜାନୀଙ୍କ ଅକାଳ ବିୟୋଗ ପରେ ସେମାନଙ୍କ ୪ ଶିଶୁ ପୁତ୍ର ଅତି ଅବହେଳିତ ଅବସ୍ଥାରେ ବଞ୍ଚି ଆସୁଥିଲେ ଏବଂ ତ୍ରିନାଥଙ୍କ ଅନ୍ୟ ଦୁଇ ବଡ଼ ଶିଶୁ ପୁତ୍ରମାନେ ମଧ୍ୟ ଶିଶୁ ମଙ୍ଗଳ କମିଟିର ନିର୍ଦେଶ ଓ ପ୍ରଶାସନର ସହାୟତା ନନ୍ଦାହାଣ୍ଡି ବ୍ଲକର ସିନ୍ଧିଗୁଡା ଉତ୍କଳ ବାଳାଶ୍ରମ ଠାରେ ଥଇଥାନ ହୋଇ ସାରିଛନ୍ତି।

0
0
0
s2sdefault