ହେଡଲାଇନସ୍:

କିଟ୍‍ ପକ୍ଷରୁ ସତ୍ୟଭାମାପୁର କସ୍ତୁରବା ଗାନ୍ଧୀ ନ୍ୟାସ୍‍ନାଲ୍‍ ମେମୋରିଆଲ୍‍ ଟ୍ରଷ୍ଟ ଛାତ୍ରୀଙ୍କୁ ଶିକ୍ଷା ସହାୟତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଅନ୍ତେବାସୀଙ୍କ ସହ ରଜ ପାଳିଲେ ଅଚ୍ୟୁତ ସାମନ୍ତ

ସାଲେପୁର, ୧୪ ।୬: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡଷ୍ଟ୍ରିଆଲ୍‍ ଟେକ୍ନୋଲୋଜି (କିଟ୍‍) ପକ୍ଷରୁ ସାଲେପୁର ସତ୍ୟଭାମାପୁରସ୍ଥିତ କସ୍ତୁରବା ଗାନ୍ଧୀ ନ୍ୟାସ୍‍ନାଲ୍‍ ମେମୋରିଆଲ୍‍ ଟ୍ରଷ୍ଟର ଛାତ୍ରୀଙ୍କୁ ଶିକ୍ଷା ସହାୟତା ଯୋଗାଇ ଦିଆଯାଇଛି। ମେ ୧୭ ଅନ୍ତର୍ଜାତୀୟ ଆର୍ଟ ଅଫ୍‍ ଗିଭିଂ ଦିବସ ଅବସରରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କସ୍ତୁରବା ଟ୍ରଷ୍ଟ ପରିଦର୍ଶନ କରିଥିଲେ। ଏହି ଅବସରରେ ଟ୍ରଷ୍ଟର ଛାତ୍ରୀଙ୍କୁ ବିନାଦେୟରେ କିଟରେ ଉଚ୍ଚଶିକ୍ଷା ପ୍ରଦାନ ନିମନ୍ତେ ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଥିଲେ। ଆଜି ପ୍ରଥମ ରଜ ଅବସରରେ ଶ୍ରୀ ସାମନ୍ତ ଟ୍ରଷ୍ଟ ପରିଦର୍ଶନ କରିବା ସହ ଏଠାରେ ଛାତ୍ରୀଙ୍କ ସହ ରଜ ପାଳନ କରିଥିଲେ। ଛାତ୍ରୀଙ୍କ ପାଇଁ ଭୁବନେଶ୍ୱରରୁ ନେଇଥିବା ଫଳ ଓ ନୂତନ ବସ୍ତ୍ର ସେମାନଙ୍କୁ ବଣ୍ଟନ କରିଥିଲେ। ଟ୍ରଷ୍ଟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରୀ ସାମନ୍ତ ମାଲ୍ୟାର୍ପଣ କରିବା ସହ ଟ୍ରଷ୍ଟ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପୂର୍ବ ପ୍ରତିଶ୍ରୁତି ମୁତାବକ ଟ୍ରଷ୍ଟରୁ ମ୍ୟାଟ୍ରିକ୍‍ ପାସ୍‍ କରିଥିବା ୩ଜଣ ଛାତ୍ରୀଙ୍କୁ କିଟ୍‍ ପଲିଟେକ୍‍ନିକ୍‍ରେ ନାମ ଲେଖାଇବା ପାଇଁ ଶ୍ରୀ ସାମନ୍ତ ଘୋଷଣା କରିଥିଲେ। ଏହି ଛାତ୍ରୀମାନେ କିଟରେ ଡିପ୍ଲୋମା ପାଠ୍ୟକ୍ରମରେ ପାଠ ପଢ଼ିବେ। ଏଥିପାଇଁ ସମସ୍ତ ଖର୍ଚ୍ଚ କିଟ୍‍ ବହନ କରିବ। ଭବିଷ୍ୟତରେ ପାଠ ପଢ଼ିବା ପାଇଁ ଆବଶ୍ୟକ ସହାୟତା ମଧ୍ୟ କିଟ୍‍ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଶ୍ରୀ ସାମନ୍ତ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ବେହେରା, କସ୍ତୁରବା ଗାନ୍ଧୀ ନ୍ୟାସ୍‍ନାଲ୍‍ ମେମୋରିଆଲ୍‍ ଟ୍ରଷ୍ଟର ସମ୍ପାଦକ ସନ୍ଧ୍ୟାରାଣୀ ମଲ୍ଲିକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। କିଟ୍‍ କର୍ତ୍ତୃପକ୍ଷଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଇଛି।

0
0
0
s2sdefault