ହେଡଲାଇନସ୍:

ପାପଡାହାଣ୍ଡି ବ୍ଲକରେ ମହାଦୁର୍ନୀତି ର ପର୍ଦାଫାଶ କଲେ ସୁକାନ୍ତ ନାଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭିଜିଲାନ୍ସ ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ କଲେ ଅବଗତ.

ନବରଙ୍ଗପୁର/ଅଶୋକ ସାହୁ : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଗୋଦବା କାତରା ପଂଚାୟତ | ଉକ୍ତ ପଂଚାୟତ ଠାରେ ଆଠ ଗୋଟି ଚେକ ଡେମ ନିର୍ମାଣ ହେବା ପାଇଁ ପ୍ରସ୍ତାବ ମଂଜୁର କରା ଯାଇଥିଲା ଏବଂ ସାତଗୋଟି ଚେକ ଡ୍ୟାମ ନିର୍ମାଣ କାର୍ଯ୍ୟ ସାରିଥିବା କହିଛନ୍ତି ସୁକାନ୍ତ ନାଗ | ଆଜି ପାପଡାହାଣ୍ଡି ସ୍ଥିତ ସହିଦ ସ୍ତମ୍ଭ ଠାରେ ଆୟୋଜିତ ସାମ୍ବାଦିକ ସମିଳନୀ ରେ ସୁକାନ୍ତ ନାଗ ସିଧାସଳଖ ବ୍ଲକ ପ୍ରଶାସନ କୁ ନିନ୍ଦା କରିଥିବା ଦେଖିବାକୁ ମିଳିଛି | ତାଙ୍କ କହିବା ଅନୁଯାୟୀ ଗୋଦବା କାତରା ପଂଚାୟତ ରେ ନୂତନ ନିର୍ମିତ ଚେକ ଡେମ ଅତି ନିମ୍ନମାନର ରହିଛି | ସରକାରୀ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ଚେକ ଡ୍ୟାମ ନାମରେ ସିଧାସଳଖ ସରକାରୀ ଟଙ୍କା ଆତ୍ମସାତ କରାଯାଇଛି ବୋଲି କହିଛନ୍ତି ସୁକାନ୍ତ ନାଗ. ଜିଲ୍ଲାପାଳ ଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ରେ ଶ୍ରୀ ନାଗ ଚେକ ଡ୍ୟାମ ଦୁର୍ନୀତି ଉପରେ ଭିଜିଲାନ୍ସ ତଦନ୍ତ କରାଯାଉ ବୋଲି ଜିଲ୍ଲାପାଳ ଙ୍କୁ ଲିଖିତ ଭାବରେ ଅବଗତ କରାଇଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି | ପ୍ରତ୍ୟେକ ଚେକ ଡ୍ୟାମ ପାଇଁ ଦଶ ଲକ୍ଷ୍ୟ ଟଙ୍କା ମଞ୍ଜୁରୀ ହେଉଛି କିନ୍ତୁ ତାହା ସମ୍ପୂର୍ଣ ଖର୍ଚ୍ଚ ହେଉନାହିଁ | ଚେକ ଡ୍ୟାମ ନିର୍ମାଣ ପାଇଁ ସଠିକ ପରିମାଣ ରେ ସିମେଣ୍ଟ ବାଲି ଲୁହା ଛୋଡ ବ୍ୟବହାର କରାଯାଇନାହିଁ ଯେଉଁଥି ପାଇଁ କି ନିର୍ମାଣ ର କିଛି ଦିନ ଭିତରେ ହିଁ ଚେକ ଡେମ ଭୁସୁଳି ପଡୁଛି ବଲି ମଧ୍ୟ ସେ ପ୍ରଶାସନ ଉପରେ ନିନ୍ଧା କରିଛନ୍ତି | ଗୋଦବା କାତରା ପଂଚାୟତ ସରପଞ୍ଚ ଙ୍କୁ ମଧ୍ୟ କିଛି ଅବଗତ ନକରାଇ ସରକାରୀ ଯନ୍ତ୍ରୀ ନିଜ ମନ ଇଚ୍ଛା ରେ କାମ ଚଳାଇଛନ୍ତି ବଲି ଆଜି ଖୁଦ ଉକ୍ତ ପଂଚାୟତ ସରପଞ୍ଚ ମଧ୍ୟ ଯନ୍ତ୍ରୀ ଙ୍କ ବିରୁଦ୍ଧରେ ମୁହଁ ଖଲିଥିବା ଦେଖିବାକୁ ମିଳିଛି | ଉକ୍ତ ବିଷୟରେ ପାପଡାହାଣ୍ଡି ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ କିଛି କାମ ରେ ବ୍ୟସ୍ତ ରହିଛି ଏବଂ ମୋ ପାଖରେ କିଛି ତଥ୍ୟ ନାହିଁ ବୋଲି ସେ ମତ ପ୍ରକାଶ କରିଛନ୍ତି | ଏବେ ଦେଖିବାକୁ ବାକି ରହିଲା କଣ ସତରେ ହେଇଛି କି ଚେକ ଡ୍ୟାମ ନାମରେ ସରକାରୀ ଟଙ୍କା ର ହରିଲୁଟ | କଣ ଜିଲ୍ଲାପାଳ ଉକ୍ତ ଦୁର୍ନୀତି ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ ପାଇଁ ସୁପାରିଶ କରିବେକି?ବର୍ତମାନ ଏହା ଦେଖିବାକୁ ବାକି ରହିଲା |

0
0
0
s2sdefault