"ମୃତ ଡ୍ରାଇଭର ଧନୁର୍ଜ ଙ୍କର ଘରଜୁ ନ ଯାଇ ଧନବାନ ଲୋକଙ୍କ ଘରେ ଆତିଥ୍ୟ ବିଜେପିର ମୁଖା ଖୋଲିଛି"
ପଦ୍ମପୁର :- ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମପୁର ଗସ୍ତ ରେ ଆସି ନୃସିଂହନାଥ ରେ ଏକ ଜନସଭା କୁ ସମ୍ବୋଧନ କରିଥିଲେ । ଏହି ସଭାରେ କେନ୍ଦ୍ର ସରକାର ଙ୍କର ବିଗତ 9 ବର୍ଷର ଶାସନ ବାବଦରେ ଅନେକ କିଛି କହିବା ସହିତ ପାଇକମାଲ ବ୍ଲକ ଲଖମରା ଓ ଚରଦାପାଳି ପଂଚାୟତ କୁ ସଂଯୋଗ କରିବା ପାଇଁ ନିର୍ମାଣ ହେଉଥିବା ବହୁ ପ୍ରତୀକ୍ଷିତ ସେତୁ ବାବଦରେ କହିଥିଲେ ଯେ , ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ କୁଆଡେ ପ୍ରଧାନ ମନ୍ତ୍ରୀ ଙ୍କର ସହିତ ଆଲୋଚନା କରି ଓ ଟଙ୍କା ଆଣି ଲଖମରା ବ୍ରିଜ ର କାମ କରୁଛନ୍ତି ଓ ରାଜ୍ୟ ସରକାର ଏହି କାମର ଶ୍ରେୟ ନେବାକୁ ଚାହୁଁଛନ୍ତି । ଏହା ସହିତ ପୁର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଙ୍କର ଡ୍ରାଇଭର ସ୍ବର୍ଗତ ଧନୁର୍ଜ ପାଣ୍ଡେ ଙ୍କର ଘରକୁ ଯାଇ ଏହି ଘଡିସନ୍ଧି ମୁହୂର୍ତ୍ତରେ ପରିବାର କୁ ସମାବେଡନା ଜଣାଇବା କିଛି ସମୟ ତାଙ୍କ ସହିତ ବିତାଇବା ପରିବର୍ତେ ବିନା ପଦ୍ମପୁର ର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଙ୍କର ଘରେ ଅଟକି ମୃଦୁ ପାନୀୟ ଗ୍ରହଣ କରିଥିଲେ । ଏହି ଦୁଇ ଗୋଟି ବିଷୟ ସମ୍ପୂର୍ଣ୍ଣ ଭାବରେ ସ୍ଥାନୀୟ ହୋଇଥିବା କାରଣରୁ ଆଜି ପଦ୍ମପୁର ବିଜୁ ଜନତା ଦଳର ଅଫିସରେ ଦଳର ରାଜ୍ୟ ସମ୍ପାଦକ ଶ୍ରୀ ରାଜୁ ଘିବେଳା ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ଙ୍କ ଉପରେ ବର୍ଷି ଥିଲେ ।
ଶ୍ରୀ ଘିବେଳା ଙ୍କର କହିବା ମୁତାବକ , ଲଖମରା ଥରେ ନିର୍ମାଣଧୀନ ସେତୁ ଟି ରାଜ୍ୟ ସରକାର ବିଜୁ ସେତୁ ଯୋଜନା ଅନ୍ତର୍ଗତ । ତତ୍କାଳୀନ ପଦ୍ମପୁର ନିର୍ବାଚନ ମଣ୍ଡଳୀର ସ୍ବର୍ଗତ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଓ ତତ୍କାଳୀନ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ ଙ୍କର କ୍ରମାଗତ ଚେଷ୍ଟା ଓ ଅହରହ ପ୍ରୟାସ କାରଣରୁ ଓ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ବ୍ୟକ୍ତିଗତ ହସ୍ତକ୍ଷେପ କାରଣରୁ , ସମ୍ପୂର୍ଣ୍ଣ ଭାବରେ ରାଜ୍ୟ ସରକାର ଙ୍କର ଦ୍ୱାର ପ୍ରାପ୍ତ ହୋଇଥିବା ପ୍ରାୟ କୋଡିଏ କୋଟି ଅଣସ୍ତରି ଲକ୍ଷ ଟଙ୍କା ବ୍ୟୟ ବରାଦ ରେ ବର୍ତ୍ତମାନ ଏହି ସେତୁ ର ନିର୍ମାଣ କାର୍ୟ୍ଯ ଆଗେଇ ଚାଲିଛି । ନୀତି ଆଦର୍ଶ ର କଥା କହୁଥିବା ଭାରତୀୟ ଜନତା ପାର୍ଟି ର ଜଣେ ମନ୍ତ୍ରୀ ଏହିଭଳି ମିଛ କଥା କହିବା ସମ୍ପୁର୍ଣ୍ଣ ଭାବରେ ହାସ୍ୟାସ୍ପଦ ବୋଲି ଶ୍ରୀ ଘିବେଳା କହିବା ସହିତ ଏହି ସେତୁ ନିର୍ମାଣ ବାବଦରେ ସ୍ଥାନୀୟ ଜନସାଧାରଣ ସବୁ କିଛି ଜାଣିଛନ୍ତି ଓ ଧର୍ମେନ୍ଦ୍ର ବାବୁ ଙ୍କର ଏହି ମିଛ କଥାର ଜବାବ ଆଗାମୀ ଦିନରେ ସ୍ଥାନୀୟ ଲୋକେ ନିଶ୍ଚୟ ଦେବେ ବୋଲି କହିଛନ୍ତି ଶ୍ରୀ ଘିବେଳା ।
ଏହା ସହିତ ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଙ୍କର ଡ୍ରାଇଭର ସ୍ବର୍ଗତ ଧନୁର୍ଜ ପାଣ୍ଡେ , ଭୁବନେଶ୍ବର ସ୍ଥିତ ପ୍ରଦୀପ ଙ୍କର ଫ୍ଲାଟରେ ଆତ୍ମହତ୍ୟା କରିଥିଲେ । କେନ୍ଦ୍ରମନ୍ତ୍ରୀ ନୃସିଂହନାଥ ଆସି ସୁଦ୍ଧା ମାତ୍ର କେଇ ମିନିଟ ର ରାସ୍ତା ଅତିକ୍ରମ କରି ଶୋକସନ୍ତପ୍ତ ଧନୁର୍ଜ ଙ୍କର ପରିବାର ଙ୍କୁ ଭେଟି ସାମାନ୍ୟ ସମବେଦନା ଜଣାଇବା ପାଇଁ ସମୟ ପାଇଲେ ନାହିଁ କିନ୍ତୁ ପଦ୍ମପୁର ରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଙ୍କର ଘରେ ଅଟକି ମୃଦୁ ପାନୀୟ ଗ୍ରହଣ କରିବା ପାଇଁ ସମୟ ପାଇଲେ । ଏଥିରୁ ତାଙ୍କର ଦଳର ସବକା ସାଥ ସବକା ବିଶ୍ଵାସ ର ନାରା କେତେ ଯୁକ୍ତିଯୁକ୍ତ ସେ ନେଇ ପ୍ରଶ୍ନ ଉଠାଇଥିଲେ ଶ୍ରୀ ଘିବେଳା । ମାନ୍ୟବାର କେନ୍ଦ୍ର ମନ୍ତ୍ରୀ ଙ୍କର ଗସ୍ତ ଥିବା କଥା ଜାଣିବା ପରେ ଅଞ୍ଚଳ ବାସୀ ଭାବୁଥିଲେ ଯେ କେନ୍ଦ୍ର ମନ୍ତ୍ରୀ ଏହି ଅଞ୍ଚଳ ପାଇଁ କଣ ଗୋଟିଏ ନୂଆ ପ୍ରୋଜେକ୍ଟ ଘୋଷଣା କରିବେ , କିନ୍ତୁ କେନ୍ଦ୍ରମନ୍ତ୍ରୀ ଙ୍କର ପଦ୍ମପୁର ଗସ୍ତ ଅଞ୍ଚଳ ବାସୀଙ୍କୁ ନିରାଶ କରିଛି ବୋଲି ଶ୍ରୀ ଘିବେଳା କହିଛନ୍ତି ।।











