ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ ଶାସନ ରେ ମହିଳା ମାନଙ୍କୁ ମୁଖ୍ୟ ସ୍ରୋତ ରେ ସାମିଲ କରିବା ଆମର ପ୍ରଥମ ଲକ୍ଷ୍ୟ - ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା
(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ସାଢେ 4 କୋଟି ଓଡ଼ିଆ ଙ୍କ ଆଦରଣୀୟ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସରକାର ସବୁବେଳେ ମାଆ ଓ ମହିଳା ମାନଙ୍କୁ ମୁଖ୍ୟ ସ୍ରୋତ ରେ ସାମିଲ କରିବା ପାଇଁ ଯୋଜନା ଉପରେ ଯୋଜନା ପ୍ରଣୟନ କରିଛନ୍ତି l ମୁଖ୍ୟମନ୍ତ୍ରୀ ଙ୍କ ମହିଳା ମିଶନ ଶକ୍ତି ଯୋଜନାରେ ମହିଳା ମାନେ ନିଜ ଗୋଡ଼ରେ ନିଜେ ଛିଡା ହୋଇ ନିଜେ ସ୍ୱାବଲମ୍ବଶୀଳ ହେବା ସହ ପରିବାର ପ୍ରତିପୋଷଣ ରେ ମଧ୍ୟ ସହାୟ ହୋଇପାରିଛନ୍ତି ଯାହାପାଇଁ ସମଗ୍ର ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କାର୍ଯ୍ୟ ଶୈଳୀ ଏକ ରୋଲ ମଡେଲ ରେ ପରିଣତ ହୋଇପାରିଛି ବୋଲି ବିଧାୟକ ପ୍ରତାପ ଜେନା ପ୍ରକାଶ କରିଥିଲେ l ମଙ୍ଗଳବାର ଅପରାହ୍ନ ସମୟରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର 24 ଗୋଟି ପଞ୍ଚାୟତର ମୋଟ 216 ଜଣ ମହିଳା ମାନଙ୍କୁ ଏମବିକେ ଓ ସିଆରପି ପଦଵୀରେ ନିଯୁକ୍ତି ପ୍ରଦାନ କରିଥିଲେ l ସେଥି ମଧ୍ୟ ରୁ 192 ଜଣ ମହିଳା ଙ୍କୁ ସିଆରପି ଏବଂ 24 ଜଣ ମହିଳା ଙ୍କୁ ଏମବିକେ ପଦବୀ ରେ ନିଯୁକ୍ତି ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଜେନା ଙ୍କ ସହ ବ୍ଲକ ଅଧକ୍ଷା ରୋଜି ସେଠୀ, ଉପାଧକ୍ଷ ଅଶୋକ କୁମାର ଓଝା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପୂର୍ବତନ ଅଧକ୍ଷ ଗିରିଶରଞ୍ଜନ ମହାପାତ୍ର, ବିପିଏମ ତନୁଜା ସାହୁ, ବିପିସି ସୁଜାତା ମହାନଦିଆ , ଡିଇଓ ପ୍ରମୋଦ କୁମାର ପଣ୍ଡା, ମିଶନ ଶକ୍ତି ବ୍ଲକ ଫେଡେରେସନ ସଭାପତି କନକଲତା ଭୂୟାଁ, ସମ୍ପାଦକ ସତ୍ୟଭାମା ନାୟକ ଙ୍କ ସମେତ ବହୁ ମିଶନ ଶକ୍ତି ମହିଳା ମାନେ ଯୋଗଦାନ କରିଥିଲେ l ନିଯୁକ୍ତି ପାଇଥିବା ସମସ୍ତ ମାଆମାନେ ଆଗାମୀ ଦିନରେ ଆତ୍ମନିର୍ଭରଶୀଳ ହୋଇ ରୋଜଗାରକ୍ଷମ ହୋଇପାରିବେ ଯାହାପାଇଁ ସମସ୍ତ ମହିଳା ମିଶନ ଶକ୍ତି ମହିଳା ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ଭୁୟସୀ ପ୍ରଶଂସା କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ l











