ବରଗଡ :- ବରଗଡ଼ ଅନ୍ନପୂର୍ଣା ପେଲେସ ଠାରେ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତା ରେ ବିଜୁ ଜନତା ଦଳ ର ଏକ ଗୁରୁତ୍ବ ପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକ ରେ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଯୋଗଦେଇ ବରଗଡ଼ ଜିଲ୍ଲା ରେ ବିଜେଡି ର ସ୍ଥିତି ସମୀକ୍ଷା କରିବା ସହ ରାଜ୍ୟ ସରକାର ଆଗାମୀ ଦିନ ରେ ବରଗଡ଼ ଜିଲ୍ଲା କୁ ବିକାଶ କ୍ଷେତ୍ର ରେ ଏକ ମୋଡେଲ ଜିଲ୍ଲା ଭାବେ ପରିଣତ କରିବା ପାଇଁ କିପରି ସଂକଳ୍ପ ବଦ୍ଧ ସେ ବିଷୟ ରେ ଉଲ୍ଲେଖ କରିବା ସହ ବରଗଡ଼ ଜିଲ୍ଲା ର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆନ୍ତରିକତା ବାବଦରେ ସୂଚନା ପ୍ରଦାନ କରିବା ସହିତ ରେ ଜିଲ୍ଲାରେ ଦଳୀୟ ସଂଗଠନ କୁ ଆହୁରି ଅଧିକ ସୁଦୃଢ଼ କରିବାର ପ୍ରୟାସ କେଇବା ପାଇଁ ନ ଉପସ୍ଥିତ ସମସ୍ତଙ୍କୁ କହିଥିଲେ । ଏହା ସହିତ ଆସନ୍ତା 26 ଓ 27 ତାରିଖ ରେ ରହିଥିବା ଫାଇଭ ଟି ସଚିବ ଙ୍କ ବରଗଡ଼ ଜିଲ୍ଲା ଗସ୍ତ ସମୟ ରେ ଜିଲ୍ଲା ର ସମସ୍ତ ନିର୍ବାଚନ ମଣ୍ଡଳୀ ରେ ଆବଶ୍ୟକ ଥିବା ଉନ୍ନୟନ ମୂଳକ କାମ ଗୁଡିକର ସମ୍ପୂର୍ଣ୍ଣ ବିବରଣୀ ପ୍ରସ୍ତୁତ କରିବା ପାଇଁ କହିଥିଲେ ।
ଏହି ବୈଠକରେ ଭଟଲି ବିଧାୟକ ସୁଶାନ୍ତ ସିଂ,ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ,ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମନ୍ତ୍ରୀ ରିତା ସାହୁ , ବିଜୁ ଜନତା ଦଳର ଉପସଭାପତି ପ୍ରସନ୍ନ ଆଚାର୍ଜ , ପ୍ରମୁଖ ନିଜ ନିଜ ବହୁମୂଲ୍ୟ ବକ୍ତବ୍ୟ ଉପସ୍ଥାପନ କରିଥିବା ବେଳେ ବରଗଡ଼ ବିଜେଡି ପର୍ଯ୍ୟବେକ୍ଷକ ଢେଙ୍କାନାଳ ବିଧାୟକ ସୁଧୀର ସାମଲ,ଆପିକଲ ଅଧ୍ୟକ୍ଷ ପ୍ରଭାତଅଦିତ୍ୟ ମିଶ୍ର, ବରିଷ୍ଠ ବିଜେଡି ନେତା ତଥା ସମ୍ବଲପୁରୀ ବସ୍ତ୍ରାଳୟ ର ଅଧ୍ୟକ୍ଷ ସମ୍ବିଦ ଆଚାର୍ଯ୍ୟ,ବରଗଡ଼ ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡା ଟାଉନ ବିଜେଡି ସଭାପତି କିଶୋର ମିଶ୍ର ବରଗଡ଼ ପୌରାଧ୍ୟକ୍ଷା କଳ୍ପନା ମାଝୀ,ଉପାଧ୍ୟକ୍ଷ ରାଜେଶ ଆଗ୍ରୱାଲ , ସୌଭାଗ୍ୟ ନାଏକ,ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ସାଧୁ ଚରଣ ନେପାକ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ମହିଳା ସଭାନେତ୍ରି ନୀଳ କୁମାରୀ ନାଏକ, ରାଜ୍ୟ ସମ୍ପାଦକ ରାଜୁ ଘିବେଲା, ପଶ୍ଚିମ ଓଡିଶା ବିକାଶ ପରିଷଦ ଏକ୍ସପଟ ମେମ୍ବର ଗତିକୃଷ୍ନ ମିଶ୍ର, ବରିଷ୍ଟ ସଭ୍ୟ ବିକାଶ ପରିଷଦ ନାରାୟଣ ସାହୁ , ଓଡିଶା ମୋ ପରିବାର ଜିଲ୍ଲା ସଭାପତି ଗୌରହରି ମିଶ୍ର, ଯୁବ ନେତା ପ୍ରଦ୍ୟୁମ୍ନ ତ୍ରିପାଠୀ ପ୍ରମୁଖ ଙ୍କ ସମେତ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ବୃନ୍ଦ ତଥା ସରପଞ୍ଚ ଓ ସମିତି ସଭ୍ୟ ଗଣ ଉପସ୍ଥିତ ରହିଥିଲେ ।
ସଭାର ଅଧ୍ୟକ୍ଷ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ପ୍ରତ୍ୟକ୍ଷ ନେତୃତ୍ୱ ରେ ଏହି ବୈଠକ ରେ ଗୋଟିଏ ମଞ୍ଚ ରେ ବରଗଡ଼ ଜିଲ୍ଲା ର ସମସ୍ତ ବିଜେଡି ନେତୃ ମଣ୍ଡଳୀ ଏକାଠି ହୋଇ ଦଳୀୟ ସଂଗଠନ କୁ ମଜବୁତ କରିବା ର ସଂକଳ୍ପ ନେଇପରିଥିବାରୁ ଆଜିର ଦିନ କୁ ଦଳ ପାଇଁ ଐତିହାସିକ ଦିନ ବୋଲି ଉଲ୍ଲେଖ କରି ବବି ଭାଇ ଙ୍କୁ ଧନ୍ୟବାଦ ଜଣାଇବା ସହ ରାଜ୍ୟ ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ବରିଷ୍ଟ ବିଜେଡି ନେତା ଜାପାନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।








